ଠକଙ୍କ ନିଶାଣରେ ଭୁବନେଶ୍ୱର, ବର୍ଷକରେ ଅଦୃଶ୍ୟ ସୁନ୍ଦରୀ ନେଲେଣି ଦେଢ଼କୋଟି

ଭୁବନେଶ୍ବର: ରାଜଧାନୀରେ ଥମୁନି ସାଇବର୍‌‌ ଠକେଇ। ଗତ ୩ ମାସରେ ରାଜଧାନୀରୁ ୫ କୋଟି ଠକେଇ ହୋଇଛି। ଜାନୁଆରୀ ମାସରେ ୧ କୋଟି ୮୭ ଲକ୍ଷ ୫୨ହଜାର ୯୧୮ ଟଙ୍କା ଠକେଇ ହୋଇଥିବା ବେଳେ ଫେବୃଆରୀରେ ୧ କୋଟି ୪୪ ଲକ୍ଷ ଟଙ୍କା ଠକେଇ ହୋଇଥିଲା। ସେଭଳି ମାର୍ଚ୍ଚ ମାସରେ ସର୍ବାଧିକ ୨ କୋଟି ୨୦ ଲକ୍ଷ ୧୭ହଜାର ୮୬୯ ଟଙ୍କା ଠକେଇ ହୋଇଥିଲା। ସେହିପରି ଗତ ଦୁଇବର୍ଷରେ ଭୁବନେଶ୍ୱରୁ ୨୧କୋଟି ଟଙ୍କା ନେଇଗଲେଣି ଠକ। ୨୦୨୨ […]

ଭୁବନେଶ୍ବର: ରାଜଧାନୀରେ ଥମୁନି ସାଇବର୍‌‌ ଠକେଇ। ଗତ ୩ ମାସରେ ରାଜଧାନୀରୁ ୫ କୋଟି ଠକେଇ ହୋଇଛି। ଜାନୁଆରୀ ମାସରେ ୧ କୋଟି ୮୭ ଲକ୍ଷ ୫୨ହଜାର ୯୧୮ ଟଙ୍କା ଠକେଇ ହୋଇଥିବା ବେଳେ ଫେବୃଆରୀରେ ୧ କୋଟି ୪୪ ଲକ୍ଷ ଟଙ୍କା ଠକେଇ ହୋଇଥିଲା। ସେଭଳି ମାର୍ଚ୍ଚ ମାସରେ ସର୍ବାଧିକ ୨ କୋଟି ୨୦ ଲକ୍ଷ ୧୭ହଜାର ୮୬୯ ଟଙ୍କା ଠକେଇ ହୋଇଥିଲା। ସେହିପରି ଗତ ଦୁଇବର୍ଷରେ ଭୁବନେଶ୍ୱରୁ ୨୧କୋଟି ଟଙ୍କା ନେଇଗଲେଣି ଠକ। ୨୦୨୨ ମସିହାରେ ରାଜଧାନୀରୁ ୧୩ କୋଟି ଠକେଇ ହୋଇଥିବା ବେଳେ ୨୦୨୧ରେ ୮କୋଟି ଟଙ୍କା ଠକେଇ ହୋଇଥିଲା। ବିହାର, କୋଲକାତା, ଝାଡ଼ଖଣ୍ଡ, ଛତିଶଗଡ଼, ପଶ୍ଚିମବଙ୍ଗ ଆଦି ରାଜ୍ୟରେ ଜମତରା ଗ୍ୟାଙ୍ଗ୍‌‌ ଠକେଇ କରିଥିଲେ।

ସେହିପରି, ସାମାଜିକ ଗଣମାଧ୍ୟମରେ ମାତିଛନ୍ତି ଡିଜିଟାଲ ସୁନ୍ଦରୀ। ଡିଜିଟାଲ୍‌‌ ପ୍ଲାଟ୍‌‌ଫର୍ମକୁ ପ୍ରଥେୟ କରି ଅଶ୍ଲୀଳ ଚାଟ୍‌‌କରି ନେଇଯାଉଛନ୍ତି ଲକ୍ଷଲକ୍ଷ ଟଙ୍କା। ସାରାରାଜ୍ୟରେ ଡିଜିଟାଲ୍‌‌ ସୁନ୍ଦରୀ ଏବେ ଫେକ୍‌‌ ଆକାଉଣ୍ଟ ଜରିଆରେ ଅଶ୍ଲୀଳ ଭିଡ଼ିଓ ଚାଟିଂ କରି ବ୍ଲାକମେଲିଂ କରୁଛନ୍ତି ଓ ଟଙ୍କା ଲୁଟି ନେଉଛନ୍ତି। ଏଥିରେ ଯୁବବର୍ଗଠୁ ବୟସ୍କ ଫସି ହରାଉଛନ୍ତି ଟଙ୍କା। ବର୍ଷେ ଭିତରେ ଦେଢ଼କୋଟି ଟଙ୍କା ମାୟାବିନୀ ସୁନ୍ଦରୀ ନେଇଇଥିବା ଅଭିଯୋଗ ହୋଇଛି। ବିଏସ୍‌‌ଏନ୍‌‌ଏଲ୍‌‌ର ଅବସରପ୍ରାପ୍ତ କର୍ମଚାରୀଙ୍କୁ ୨୫ ଲକ୍ଷ ଟଙ୍କା ଠକେଇକରି ନେଇଥିଲେ। ସେପରି ମାଟ୍ରିମୋନି ସାଇଟ୍‌‌ରେ ଝିଅ ଖୋଜୁଖୋଜୁ ବିଦେଶିନୀଙ୍କ ହାବୁଡ଼ରେ ପଡ଼ିଥିଲେ ଆଇଟି ପ୍ରଫେସନାଲ ରାମଚନ୍ଦ୍ର ମହାପାତ୍ର। ମାୟାବିନୀ ସୁନ୍ଦରୀ କାଲିଫର୍ନିଆର ଏମ୍‌‌ବିବିଏସ୍‌‌ ଡାକ୍ତର ଥିବା ପ୍ରିୟା ଗୁପ୍ତା ପରିଚୟ ଦେଇ ୨୪ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଏଥିସହ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳର ଜଣେ ବ୍ୟବସାୟୀଙ୍କଠାରୁ ୧୫ ଲକ୍ଷ ଟଙ୍କା ନେଇଯାଇଥିବା ବେଳେ ଇଲେକ୍ଟ୍ରିକାଲ ଠିକାଦାର ଜ୍ଞାନରଞ୍ଜନ ଦାସଙ୍କୁ ଇଂଲଣ୍ଡ ବିଦେଶିନୀ ‘ସିଲାଇନ ଜୁଲି ଆଣ୍ଟ୍ରସନ’ ପରିଚୟ ଦେଇ ୫ ଲକ୍ଷ ଟଙ୍କାର ଚୂନ ଲଗାଇଥିଲେ। ସେହିପରି ଖଣ୍ଡଗିରି ଥାନା ଅଞ୍ଚଳର ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କଠାରୁ ସାଢ଼େ ୯ ଲକ୍ଷ ଠକେଇ ହୋଇଥିବା ବେଳେ ବିଟେକ ଛାତ୍ର କିଶନ କୁମାର ବେହେରାଙ୍କୁ ସେୟାର ବଜାରରେ ଟଙ୍କା ନିବେଶ କରାଇବାକୁ କହି ୨ ଲକ୍ଷ ୬୦ହଜାର ଟଙ୍କା ଲୁଟି ନେଇଥିଲେ ସାଇବର୍‌‌ ଠକ।

About The Author: The Sakala