ମଦ ପିଇବା ପାଇଁ ପାଣି ନ ଦେବାରୁ ହୋଟେଲ କର୍ମଚାରୀଙ୍କୁ ଆକ୍ରମଣ

ବାଲିଅନ୍ତା/ପାହାଳ : ରାତି ଅଧରେ ମଦ ପିଇବା ପାଇଁ ପାଣି ମାଗିଲେ। ନ ଦେବାରୁ ଜଣେ ହୋଟେଲ କର୍ମଚାରୀଙ୍କୁ ହାଣି ପକାଇଲେ ଦୁର୍ବୃତ୍ତ। ଆକ୍ରମଣରେ ୨ ଜଣ ହୋଟେଲ କର୍ମଚାରୀ ଲହୁଲୁହାଣ ହୋଇଛନ୍ତି। ଗୁରୁତର ଅବସ୍ଥାରେ ଉଭୟଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି। ଭୁବନେଶ୍ୱର ଉପକଣ୍ଠ ପାହାଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଖବର ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ ୧୨.୩୦ ରେ ପାହାଳରେ ଥିବା ଏକ ହୋଟେଲରେ ଦୁଇ ଜଣ ଦୁର୍ବୃତ୍ତ ମଦ ପିଇବା ପାଇଁ […]

ବାଲିଅନ୍ତା/ପାହାଳ : ରାତି ଅଧରେ ମଦ ପିଇବା ପାଇଁ ପାଣି ମାଗିଲେ। ନ ଦେବାରୁ ଜଣେ ହୋଟେଲ କର୍ମଚାରୀଙ୍କୁ ହାଣି ପକାଇଲେ ଦୁର୍ବୃତ୍ତ। ଆକ୍ରମଣରେ ୨ ଜଣ ହୋଟେଲ କର୍ମଚାରୀ ଲହୁଲୁହାଣ ହୋଇଛନ୍ତି। ଗୁରୁତର ଅବସ୍ଥାରେ ଉଭୟଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି। ଭୁବନେଶ୍ୱର ଉପକଣ୍ଠ ପାହାଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଖବର ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ ୧୨.୩୦ ରେ ପାହାଳରେ ଥିବା ଏକ ହୋଟେଲରେ ଦୁଇ ଜଣ ଦୁର୍ବୃତ୍ତ ମଦ ପିଇବା ପାଇଁ ପାଣି ମାଗିଥିଲେ। ହୋଟେଲ ବନ୍ଦ ହୋଇଯାଇଥିବାରୁ ହୋଟେଲ କର୍ମଚାରୀ ପାଣି ଦେବାକୁ ମନା କରିଥିଲେ।

ଏହାକୁ ନେଇ ହୋଟେଲ କର୍ମଚାରୀ ଏବଂ ୨ ଦୁର୍ବୃତ୍ତଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରେ ହୋଟେଲ କର୍ମଚାରୀଙ୍କୁ ମାଡ ମାରିଥିଲେ ଦୁର୍ବୃତ୍ତ। ହଠାତ୍‌ ଜଣେ ଏକ ଭୁଜାଲିରେ ହୋଟେଲର ରୋଷେୟା ସାଗରଙ୍କ ପିଠିକୁ ଭୁଜାଲିରେ ହାଣି ପକାଇଥିଲା। ଫଳରେ ସାଗର ଲହୁଲୁହାଣ ହୋଇ ତଳେ ପଡ଼ିଯାଇଥିଲେ। ସେପଟେ ଘଟଣାସ୍ଥଳରୁ ଦୁଇ ଅଭିଯୁକ୍ତ ଫେରାର ହୋଇଯାଇଥିଲେ। ଖବର ପାଇ ପାହାଳ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ସାଗର ଏବଂ ଅନ୍ୟ ଜଣେ କର୍ମଚାରୀଙ୍କୁ ଉଦ୍ଧାର କରି କ୍ୟାପିଟାଲ୍ ହସ୍ପିଟାଲକୁ ପଠାଇଥିଲେ। ସାଗରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇଛି।

About The Author: The Sakala