ଏଟିଏମ ଗାଡ଼ିରୁ ଟଙ୍କା ଲୁଟ୍‌ ଘଟଣାର ପର୍ଦ୍ଦାଫାସ୍: ବାଡ ଖାଇଥିଲା ଫସଲ, ନିଜେ ଡ୍ରାଇଭର ଥିଲା ଲୁଟର ନାୟକ

ବ୍ରହ୍ମପୁର : ଏଟିଏମ ଗାଡ଼ିରୁ ୨୪ ଲକ୍ଷ ଟଙ୍କା ଲୁଟ୍‌ ଘଟଣା । ଉକ୍ତ ମାମଲାରେ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗିରଫ ବ୍ୟକ୍ତିଙ୍କ ଡ୍ରାଇଭର୍ ଆଶିଷ କୁମାର ଦିଗାଲ୍, ମାନ୍ୟବାର ନାୟକ ଓ କାର୍ତ୍ତିକ ନାୟକ ରହିଛନ୍ତି । ସେମାନଙ୍କ ନିକଟରୁ ନଗଦ ୨୦ ଲକ୍ଷ ୯୦ ହଜାର ଟଙ୍କା, ଗୋଟିଏ ମୋଟର ସାଇକେଲ, ଡିଭାଇନ୍ ସ୍ଳିପ୍ ଲିକ୍ୟୁଏଡ଼ ସହ ୪ଟି ମୋବାଇଲ୍ ଜବତ ହୋଇଛି । ପୁଲବାଣୀ ଜିଲ୍ଲା ସାରଙ୍ଗଗଡ଼ରୁ ଏହି […]

ବ୍ରହ୍ମପୁର : ଏଟିଏମ ଗାଡ଼ିରୁ ୨୪ ଲକ୍ଷ ଟଙ୍କା ଲୁଟ୍‌ ଘଟଣା । ଉକ୍ତ ମାମଲାରେ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗିରଫ ବ୍ୟକ୍ତିଙ୍କ ଡ୍ରାଇଭର୍ ଆଶିଷ କୁମାର ଦିଗାଲ୍, ମାନ୍ୟବାର ନାୟକ ଓ କାର୍ତ୍ତିକ ନାୟକ ରହିଛନ୍ତି । ସେମାନଙ୍କ ନିକଟରୁ ନଗଦ ୨୦ ଲକ୍ଷ ୯୦ ହଜାର ଟଙ୍କା, ଗୋଟିଏ ମୋଟର ସାଇକେଲ, ଡିଭାଇନ୍ ସ୍ଳିପ୍ ଲିକ୍ୟୁଏଡ଼ ସହ ୪ଟି ମୋବାଇଲ୍ ଜବତ ହୋଇଛି । ପୁଲବାଣୀ ଜିଲ୍ଲା ସାରଙ୍ଗଗଡ଼ରୁ ଏହି ଟଙ୍କା ଜବତ ହୋଇଛି । ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ଛାନ୍‌ଭିନ୍‌ ଚାଲିଛି । ଖୁବଶୀଘ୍ର ସମସ୍ତ ତଥ୍ୟ ପଦାକୁ ଆସିବ । ଏନେଇ ବ୍ରହ୍ମପୁର ଏସ୍‌ପି ପ୍ରେସ୍‌ମିଟ୍‌ରେ ସୂଚନା ଦେଇଛନ୍ତି । ତେବେ ଏହି ସମସ୍ତ ଘଟଣା ଡ୍ରାଇଭର ଆଶିଷ ଦିଗାଲ ନାଟକ ରଚିଥିବା ପୋଲିସ ନିକଟକେ ସ୍ଵୀକାର କରିଛି।

ସୂଚନା ଅନୁଯାୟୀ, ଏଟିଏମରେ ଟଙ୍କା ଭର୍ତ୍ତି କରୁଥିବା ଏକ କମ୍ପାନୀର ଭ୍ୟାନ୍‍କୁ ନେଇ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ । ଗାଡିରେ ଲାଗିଥିବା ଜିପିଏସ୍‍ ସହାୟତାରେ ଆନ୍ଧ୍ରସୀମାର ଏକ ନିଛାଟିଆ ରାସ୍ତାରେ ଥୁଆ ହୋଇଥିବା ଗାଡି ଓ ଅଚେତ ଅବସ୍ଥାରେ ପଡ଼ିଥିବା ଡ୍ରାଇଭରଙ୍କୁ ଗୋଳନ୍ଥରା ଥାନା ପୁଲିସ ଉଦ୍ଧାର କରିଥିଲା।  ଘଟଣା ସମ୍ପର୍କରେ ଅଧିକ ଜାଣିବା ପାଇଁ ଉକ୍ତ ଗାଡିରେ ଘଟଣା ସମୟରେ ଥିବା ଗନ୍‍ମ୍ୟାନ୍‍ ଏବଂ ଦୁଇ ଜଣ ଏଟିଏମ୍‍ ଅପରେଟରଙ୍କୁ ପୁଲିସର ପଚରା ଉଚରା ଜାରି ରହିଥିଲା। ଉକ୍ତ ଗାଡିରୁ ଲୁଟ୍‍ ହୋଇଥିବା ୨୪ ଲକ୍ଷ ଟଙ୍କା କିଏ ଲୁଟି ନେଇଥିଲେ, ସେମାନେ ବ୍ରହ୍ମପୁର ସହରର ନା ଆନ୍ଧ୍ରପ୍ରଦେଶର ସେ ନେଇ ପୁଲିସ ପକ୍ଷରୁ ଏକ ଟିମ୍‍ ଗଠନ କରାଯାଇ ଛାନ୍‍ବିନ୍‍ ଆରମ୍ଭ ହୋଇଯାଇଥିଲା। ହେଲେ ସମ୍ପୂର୍ଣ୍ଣ ଘଟଣା ଡ୍ରାଇଭର ଆଶିଷ ଦିଗାଲ ଚରିଥିବା ଜଣାପଡ଼ିଛି।

ଆଶିଷ ଦିଗାଲ ଅର୍ଥାତ ଡ୍ରାଇଭରଙ୍କ ପୂର୍ବ ସୂଚନା ଆନୁଯାୟୀ, ଗାଡିରେ ବସିଥିବା ବେଳେ ଗନ୍‍ମ୍ୟାନ୍‍ ଏବଂ ଦୁଇ ଜଣ ଏଟିଏମ୍‍ ଅପରେଟର ଉକ୍ତ ବ୍ୟାଙ୍କ ଭିତରକୁ ଯାଇଥିଲେ। ଏହି ସମୟରେ ଗନ୍‍ମ୍ୟାନ୍‍ ଗାଡ଼ିର କବାଟ ଖୋଲାଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ହଠାତ୍‍ ଗାଡି ଭିତରେ ପଶି ଡ୍ରାଇଭରଙ୍କୁ ବନ୍ଧୁକ ଦେଖାଇଥିଲେ। ଡ୍ରାଇଭରଙ୍କୁ ତୁରନ୍ତ ନିଜ କବ୍‍ଜାକୁ ନେଇ ଅନ୍ୟ ଜେଣ ଦୁର୍ବୃତ୍ତ ଗାଡ଼ି ଚଳାଇଥିଲେ। ଡ୍ରାଇଭର ମୁଣ୍ଡରେ ବନ୍ଧୁକ ଲଗାଇ ଦିଆଯାଇଥିଲା। ଦୁର୍ବୃତ୍ତମାନେ ଗାଡ଼ି ଚଳାଇ ଗେଟ୍‍ବଜାର, ଗୋସାଣୀ ନୂଆଗାଁ ଏବଂ ହଳଦିଆପଦର ଦେଇ ଜାତୀୟ ରାଜପଥରେ ଆନ୍ଧ୍ରସୀମାକୁ ଚାଲି ଯାଇଥିଲେ। ଏଜିଏସ୍‍ କର୍ମଚାରୀମାନେ ବ୍ୟାଙ୍କ ଭିତରୁ ଆସିବା ବେଳେ ଟଙ୍କା ଭର୍ତ୍ତି ଥିବା ଗାଡି ନ ଥିବା ଦେଖି ଆଶ୍ଚର୍ୟ୍ୟ ହେବା ସହ ତୁରନ୍ତ ଭୁବନେଶ୍ୱରସ୍ଥିତ ମୁଖ୍ୟ କାର୍ୟ୍ୟାଳୟକୁ ଜଣାଇଥିଲେ। ସେଠାକାର କର୍ମଚାରୀମାନେ ଗାଡିର ଲାଗିଥିବା ଜିପିଏସ୍‍କୁ ଟ୍ରାକ୍‍ କରି ଉକ୍ତ ଗାଡି ପିତାତଳି ନିକଟ ରାସ୍ତାରେ ଥିବା ଜାଣିପାରିଥିଲେ। ପିତାତଳି ନିକଟରେ ଗୋଳନ୍ଥରା ଥାନା ଥିବାରୁ ତୁରନ୍ତ କମ୍ପାନୀ ପକ୍ଷରୁ ଗୋଳନ୍ଥରା ଥାନା ପୁଲିସକୁ ଜଣାଯାଇଥିଲା। ପୁଲିସ ଉକ୍ତ ରାସ୍ତା ଦେଇ ଯାଉଥିବା ବେଳେ ଆନ୍ଧ୍ରସୀମା ଗିରିସୋଲା ନିକଟ ଏକ ନିଛାଟିଆ ସ୍ଥାନରେ ଉକ୍ତ ଗାଡିକୁ ପାଇଥିଲେ। ଡ୍ରାଇଭର ମଧ୍ୟ ଅଚେତ ଅବସ୍ଥାରେ ସେଠାରେ ପଡ଼ିଥିବା ପୁଲିସ ଦେଖିଥିବା ବେଳେ ନିକଟରୁ ଏକ ବିଷାକ୍ତ ବୋତଲ ମଧ୍ୟ ପୁଲିସ ପାଇଥିଲା। ତୁରନ୍ତ ଡ୍ରାଇଭରଙ୍କୁ ପୁଲିସ ଉଦ୍ଧାର କରି ଏମକେସିଜିରେ ଭର୍ତ୍ତି କରିଥିଲେ। ଗେଟ୍‍ବଜାର ନିକଟରେ ତାଙ୍କ ମୁହଁରେ କିଛି ସ୍ପ୍ରେ କରାଯାଇଥିଲା। ଧିରେ ଧିରେ ସେ ଅଚେତ ହୋଇଥିଲେ ବୋଲି କହିଥିଲେ। ଉକ୍ତ ଗାଡିରେ ଟଙ୍କା ବାକ୍ସ ଧରି ଦୁର୍ବୃତ୍ତମାନେ ସେଠାରୁ ଫେରାର ହୋଇଯାଇଥିବା ଡ୍ରାଇଭର କହିଥିଲେ।

About The Author: The Sakala