ସାମ୍ବାଦିକଙ୍କୁ ମାଡ ମରା ଘଟଣା , ୮ ଜଣଙ୍କୁ ଗିରଫ କଲା ପୁରୀ ପୋଲିସ

The Sakala Picture
Published On

ପୁରୀ: ମହଙ୍ଗା ପଡ଼ିଲା ସାମ୍ବାଦିକଙ୍କୁ ଆକ୍ରମଣ କରିବା । ରାତି ତମାମ ଚଢ଼ାଉ ପରେ ୮ ଜଣଙ୍କୁ ଗିରଫ କରିଛି ପୁରୀ ପୋଲିସ । ଗିରଫ ଆକ୍ରମଣକାରୀ ହେଲେ ସତ୍ୟପ୍ରୀୟ ମହାରଣା, ବିଜୟ ସ୍ୱାଇଁ, ସୁବାସ ମାଝି, ନିକୁଞ୍ଜ ସ୍ୱାଇଁ, ଉତ୍ତମ ଭୁଜବଳ, ଅଜୟ ବରିଶଲ, ବିଦ୍ୟାଧର ସ୍ୱାଇଁ ଓ ବ୍ରଜବନ୍ଧୁ ସ୍ୱାଇଁ । ଘଟଣାରେ ସମ୍ପୃକ୍ତ ଅନ୍ୟାନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ଚଢ଼ାଉ ଜାରି ରଖିଛି ପୋଲିସ । ସେହିପରି ସାମ୍ବାଦିକଙ୍କ ନିକଟରୁ ଛଡାଇ ନେଇଥିବା ଲାଇଭ […]

ପୁରୀ: ମହଙ୍ଗା ପଡ଼ିଲା ସାମ୍ବାଦିକଙ୍କୁ ଆକ୍ରମଣ କରିବା । ରାତି ତମାମ ଚଢ଼ାଉ ପରେ ୮ ଜଣଙ୍କୁ ଗିରଫ କରିଛି ପୁରୀ ପୋଲିସ । ଗିରଫ ଆକ୍ରମଣକାରୀ ହେଲେ ସତ୍ୟପ୍ରୀୟ ମହାରଣା, ବିଜୟ ସ୍ୱାଇଁ, ସୁବାସ ମାଝି, ନିକୁଞ୍ଜ ସ୍ୱାଇଁ, ଉତ୍ତମ ଭୁଜବଳ, ଅଜୟ ବରିଶଲ, ବିଦ୍ୟାଧର ସ୍ୱାଇଁ ଓ ବ୍ରଜବନ୍ଧୁ ସ୍ୱାଇଁ । ଘଟଣାରେ ସମ୍ପୃକ୍ତ ଅନ୍ୟାନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ଚଢ଼ାଉ ଜାରି ରଖିଛି ପୋଲିସ । ସେହିପରି ସାମ୍ବାଦିକଙ୍କ ନିକଟରୁ ଛଡାଇ ନେଇଥିବା ଲାଇଭ ୟୁ, ବୁମ୍‌, ଅନ୍ୟାନ୍ୟ ସାମଗ୍ରୀ ଓ ମୋବାଇଲକୁ ଜବତ କରିଛି ପୋଲିସ ।

ଆହୁରି ପଢ଼ନ୍ତୁ: ଶ୍ମଶାନକୁ ଯିବା ପାଇଁ ନାହିଁ ରାସ୍ତା, ଶବ ସତ୍କାର କରିବାକୁ ଉଛୁଳା ନଈ ପାର୍ ହେଉଛନ୍ତି ସମ୍ପର୍କୀୟ

ସୂଚନା ଅନୁସାରେ ଗତକାଲି ଭୋଟିଂ ବେଳେ ଖବର ସଂଗ୍ରହ କରିବାକୁ ଯାଇଥିବାବେଳେ ପିପିଲି ନିର୍ବାଚନ ମଣ୍ଡଳୀର କଣାସ ବ୍ଲକ ବଢ଼ାଳ ପଞ୍ଚାୟତର ଅଢାଲ ଗାଁ’ରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ କରାଯାଇଥିଲା । ଦୁଇ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧିଙ୍କୁ ସଂଘବଦ୍ଧ ଆକ୍ରମଣର କରାଯାଇଥିଲା । କ୍ୟାମେରା, ଟିଭିୟୁ ଓ ବୁମ୍ ଛଡ଼ାଇ ନେବା ସହ ସେମାନଙ୍କୁ ନିସ୍ତୁକ ମାଡ଼ ମାରିଥିବା ଥାନାରେ ଅଭିଯୋଗ ହୋଇଥିଲା ।

ଆହୁରି ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର