ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲା: ଆସିଲା ପୋଷ୍ଟମର୍ଟମ ରିପୋର୍ଟ

ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଆଜି ସାମ୍ନାକୁ ଆସିଛି ସୌମ୍ୟରଞ୍ଜନଙ୍କ ପୋଷ୍ଟମର୍ଟମ ରିପୋର୍ଟ । ସୌମ୍ୟଙ୍କ ପରିବାରକୁ ଦିଆଯାଇଛି ପୋଷ୍ଟମର୍ଟମ ରିପୋର୍ଟ। କଟକ ମର୍କତନଗର ଥାନାରୁ ପୋଷ୍ଟମର୍ଟମ ରିପୋର୍ଟ ନେଇଛନ୍ତି ପରିବାରଲୋକେ।ରିପୋର୍ଟରେ ଶରୀରର ୯୫% ଅଂଶ ପୋଡିଯାଇଥିବା ଉଲ୍ଲେଖ ହୋଇଛି। ପୋଷ୍ଟମର୍ଟମର ୬ ଘଣ୍ଟା ପୂର୍ବରୁ ସୌମ୍ୟଙ୍କ ମୃତ୍ୟୁ ଘଟିଛି। ପାକସ୍ଥଳି ଖାଲି ଥିବା ଓ ସେଥିରୁ କୌଣସି ଦୁର୍ଗନ୍ଧ ନଥିବା ଉଲ୍ଲେଖ ରହିଛି। ମୃତଦେହରେ କିରୋସିନ ଗନ୍ଧଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଛି। ଗତ […]

ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଆଜି ସାମ୍ନାକୁ ଆସିଛି ସୌମ୍ୟରଞ୍ଜନଙ୍କ ପୋଷ୍ଟମର୍ଟମ ରିପୋର୍ଟ । ସୌମ୍ୟଙ୍କ ପରିବାରକୁ ଦିଆଯାଇଛି ପୋଷ୍ଟମର୍ଟମ ରିପୋର୍ଟ। କଟକ ମର୍କତନଗର ଥାନାରୁ ପୋଷ୍ଟମର୍ଟମ ରିପୋର୍ଟ ନେଇଛନ୍ତି ପରିବାରଲୋକେ।ରିପୋର୍ଟରେ ଶରୀରର ୯୫% ଅଂଶ ପୋଡିଯାଇଥିବା ଉଲ୍ଲେଖ ହୋଇଛି। ପୋଷ୍ଟମର୍ଟମର ୬ ଘଣ୍ଟା ପୂର୍ବରୁ ସୌମ୍ୟଙ୍କ ମୃତ୍ୟୁ ଘଟିଛି। ପାକସ୍ଥଳି ଖାଲି ଥିବା ଓ ସେଥିରୁ କୌଣସି ଦୁର୍ଗନ୍ଧ ନଥିବା ଉଲ୍ଲେଖ ରହିଛି। ମୃତଦେହରେ କିରୋସିନ ଗନ୍ଧଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଛି।

ଗତ ୧୨ ତାରିଖ ରାତିରେ ସୌମ୍ୟ ଓ ତାଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ସରକାରୀ କ୍ୱାର୍ଟରରେ ଥିଲେ। ରାତି ପ୍ରାୟ ୯ଟା ବେଳେ ସୌମ୍ୟଙ୍କ ଦେହରେ ନିଆଁ ଲାଗି ଯାଇଥିଲା। ଏନେଇ ସୌମ୍ୟଙ୍କ ପତ୍ନୀ ବିଦ୍ୟା ଭାରତୀ ପଡ଼ୋଶୀଙ୍କୁ ସୂଚନା ଦେଇଥିଲେ। ତା’ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପାରଳାଖେମୁଣ୍ଡି ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ପରେ ତାଙ୍କୁ କଟକର ଏକ ଘରୋଇ ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ୧୩ ତାରିଖ ସକାଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

About The Author: The Sakala