ଭୁବନେଶ୍ବର: ଚାକିିରି କରାଇ ଦେବାକୁ କହି ଲକ୍ଷାଧିକ ଟଙ୍କାର ଠକେଇ ଅଭିଯୋଗ । ପୁଲିସ ଓ ଆର୍ମିରେ ଚାକିରି ଦେବାକୁ କହି ଲକ୍ଷାଧିକ ଟଙ୍କା ଠକେଇ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଚାକିରି ଆଶାୟୀଙ୍କୁ ଲୁଟି ଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଭୁବନେଶ୍ୱରରେ ଇଣ୍ଟରଭିୟୁ ଓ ଉତ୍ତରପ୍ରଦେଶରେ ଟ୍ରେନିଂ କହି ଠକେଇ କରୁଥିଲେ। ରାଜଧାନୀରେ ଅଫିସ ଖୋଲି ଯୁବକ ଓ ଯୁବତୀ ମାନଙ୍କ ଇଣ୍ଟରଭ୍ୟୁ ନେଉଥିଲା ଠକ । ପୁଲିସ, NCC , ସିକ୍ୟୁରିଟି ଗାର୍ଡ ପୋଷାକ ଓ ଆଇକାର୍ଡ ଦେଇ ଆଶାୟୀଙ୍କ ମନରେ ବିଶ୍ୱାସ ଜନ୍ମାଉଥିଲା ଠକ । ଭୁବନେଶ୍ୱରର ବଡ଼ ବଡ଼ ହୋଟେଲରେ ମିଟିଂ କରି ମିଛ ପ୍ଲେସମେଣ୍ଟ ଦେଉଥିଲେ। ଦାମୀ ଗାଡି, ପାୱାର୍ ଫୁଲ ନେତାଙ୍କ ସହ ଫଟୋ ଦେଖାଉଥିଲେ। ଉତ୍ତରପ୍ରଦେଶରେ ମନ୍ତ୍ରୀଙ୍କ ଖାସ କହି ଚାକିରି ଆଶାୟୀଙ୍କୁ ଲୁଟୁଥିଲେ ଠକ । ଏତଲା ପାଇବା ପରେ ଅଭିଯୁକ୍ତକୁ ଧରିବାକୁ ପୁଲିସ ଛାନଭିନ ଆରମ୍ଭ କରିଛି।
ପୁଲିସ ଓ ସେନାରେ ଚାକିରି ଦେବାକୁ କହି ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ
ଭୁବନେଶ୍ବର: ଚାକିିରି କରାଇ ଦେବାକୁ କହି ଲକ୍ଷାଧିକ ଟଙ୍କାର ଠକେଇ ଅଭିଯୋଗ । ପୁଲିସ ଓ ଆର୍ମିରେ ଚାକିରି ଦେବାକୁ କହି ଲକ୍ଷାଧିକ ଟଙ୍କା ଠକେଇ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଚାକିରି ଆଶାୟୀଙ୍କୁ ଲୁଟି ଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଭୁବନେଶ୍ୱରରେ ଇଣ୍ଟରଭିୟୁ ଓ ଉତ୍ତରପ୍ରଦେଶରେ ଟ୍ରେନିଂ କହି ଠକେଇ କରୁଥିଲେ। ରାଜଧାନୀରେ ଅଫିସ ଖୋଲି ଯୁବକ ଓ ଯୁବତୀ ମାନଙ୍କ ଇଣ୍ଟରଭ୍ୟୁ ନେଉଥିଲା ଠକ । ପୁଲିସ, NCC , ସିକ୍ୟୁରିଟି ଗାର୍ଡ ପୋଷାକ ଓ […]