ଆଳିରୁ ଆସିଲା ଲଜ୍ଜା ଜନକ ଘଟଣା: ସମ୍ପର୍କୀୟ ନାବାଳିକା ନାତୁଣୀକୁ ଗର୍ଭବତୀ କଲା ୬୫ବର୍ଷର ଅଜା

ଆଳି: ଆଳିରୁ ପୁଣି ଆସିଲା ଲଜ୍ଜା ଜନକ ଅଭାବନୀୟ ଘଟଣାର ଚିତ୍ର। ଜଣେ ୧୬ ବର୍ଷର ନାବାଳିକା ସମ୍ପର୍କୀୟ ନାତୁଣୀକୁ ଗର୍ଭବତୀ କଲା ୬୫ ବର୍ଷର ଅଜା। ସୂଚନା ଅନୁଯାୟୀ, କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅଧିନ ଗୋବିନ୍ଦପୁର ପଞ୍ଚାୟତର ଜଣେ ୧୬ ବର୍ଷର ମାଆ ଛେଉଣ୍ଡ ଝିଅ ଛଦ୍ମନାମ ମୟୁରକୁ ୬୫ ବର୍ଷୀୟ ରାଜୀବ ମଲ୍ଲିକ (ଛୋଟା) ବଳ ପୂର୍ବକ ଜୋର ଜବରଦସ୍ତ ବାରମ୍ବାର ଅନୈତିକ ସମ୍ପର୍କ ରଖିଥିଲା। ଏବଂ କାହାକୁ ନ ଜଣାଇବାକୁ ଧମକ […]

ଆଳି: ଆଳିରୁ ପୁଣି ଆସିଲା ଲଜ୍ଜା ଜନକ ଅଭାବନୀୟ ଘଟଣାର ଚିତ୍ର। ଜଣେ ୧୬ ବର୍ଷର ନାବାଳିକା ସମ୍ପର୍କୀୟ ନାତୁଣୀକୁ ଗର୍ଭବତୀ କଲା ୬୫ ବର୍ଷର ଅଜା।

ସୂଚନା ଅନୁଯାୟୀ, କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅଧିନ ଗୋବିନ୍ଦପୁର ପଞ୍ଚାୟତର ଜଣେ ୧୬ ବର୍ଷର ମାଆ ଛେଉଣ୍ଡ ଝିଅ ଛଦ୍ମନାମ ମୟୁରକୁ ୬୫ ବର୍ଷୀୟ ରାଜୀବ ମଲ୍ଲିକ (ଛୋଟା) ବଳ ପୂର୍ବକ ଜୋର ଜବରଦସ୍ତ ବାରମ୍ବାର ଅନୈତିକ ସମ୍ପର୍କ ରଖିଥିଲା। ଏବଂ କାହାକୁ ନ ଜଣାଇବାକୁ ଧମକ ଚମକ ଦେଇଥିଲା ଅଜା। ଝିଅର ଶରୀର ପରିବର୍ତ୍ତନକୁ ଲକ୍ଷ କରି ମାଆ ଓ ଭାଇବୋହୁ ତାଙ୍କୁ ପଚାରିବାରୁ ଝିଅ ସବୁ ସତକଥା ମାନିଥିଲା । ପରେ ଡାକ୍ତରଙ୍କ ପରାମର୍ଶକ୍ରମେ ଅଲ୍ଟ୍ରାସାଉଣ୍ଡରେ ୭ ମାସର ଗର୍ଭବତୀ ଥିବା ଜଣାପଡିଥିଲା। ଘଟଣା ପ୍ରଘଟ ହେବା ପରେ ଅଭିଯୁକ୍ତ ରାଜୀବ କୁଆଡେ ଫେରାର ହୋଇଯାଇଛି । ଏନେଇ ଆଳି ଥାନାରେ ଲିଖିତ ଅଭିଯୋଗ କ୍ରମେ କେଶ ନମ୍ବର ୩୨୭/୨୨ କ୍ରମେ ଦଫା ୩୭୬ ପୋସ୍କୋ ଆକ୍ଟ ଅନୁସାରେ କେଶ ରୁଜୁ ହୋଇଛି। ଖୁବଶୀଘ୍ର ଅଭିଯୁକ୍ତ ବୃଦ୍ଧକୁ ଗିରଫ କରାଯିବ ବୋଲି ଆଳି ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁ ପ୍ରତିକ୍ରିୟାରେ କହିଛନ୍ତି।

About The Author: The Sakala