ଶ୍ରୀଲଙ୍କା ବୁଲିବାକୁ ଭାରତୀୟଙ୍କ ପାଇଁ ଆବଶ୍ୟକ ପଡ଼ିବନି ଭିସା

କଲମ୍ବୋ: ଶ୍ରୀଲଙ୍କା ବୁଲିଯିବାକୁ ଚାହୁଁଥିବା ଭାରତୀୟମାନଙ୍କ ପାଇଁ ଖୁସି ଖବର। ଭାରତ ମହାସାଗରର ମୋତି ଭାବେ ପରିଚିତ ଶ୍ରୀଲଙ୍କା ପର୍ଯ୍ୟଟକଙ୍କ ପାଇଁ ସବୁବେଳେ ଏକ ଆକର୍ଷଣୀୟ କ୍ଷେତ୍ର ହୋଇ ରହିଛି। ଏବେ ଶ୍ରୀଲଙ୍କା ସରକାର ପର୍ଯ୍ୟଟନ କ୍ଷେତ୍ରକୁ ଅଧିକ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଭାରତ ସମେତ ଅନ୍ୟ ୩୪ଟି ଦେଶକୁ ଭିସାମୁକ୍ତ ଗସ୍ତ ପାଇଁ ଘୋଷଣା କରିଛନ୍ତି। ଏହି ବ୍ୟବସ୍ଥା ଆସନ୍ତା ଅକ୍ଟୋବର ୧ ତାରିଖରୁ ଆରମ୍ଭ ହେବ। ଭାରତୀୟମାନେ ବିନା ଭିସାରେ ପ୍ରାୟ ୬ ମାସ […]

କଲମ୍ବୋ: ଶ୍ରୀଲଙ୍କା ବୁଲିଯିବାକୁ ଚାହୁଁଥିବା ଭାରତୀୟମାନଙ୍କ ପାଇଁ ଖୁସି ଖବର। ଭାରତ ମହାସାଗରର ମୋତି ଭାବେ ପରିଚିତ ଶ୍ରୀଲଙ୍କା ପର୍ଯ୍ୟଟକଙ୍କ ପାଇଁ ସବୁବେଳେ ଏକ ଆକର୍ଷଣୀୟ କ୍ଷେତ୍ର ହୋଇ ରହିଛି। ଏବେ ଶ୍ରୀଲଙ୍କା ସରକାର ପର୍ଯ୍ୟଟନ କ୍ଷେତ୍ରକୁ ଅଧିକ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଭାରତ ସମେତ ଅନ୍ୟ ୩୪ଟି ଦେଶକୁ ଭିସାମୁକ୍ତ ଗସ୍ତ ପାଇଁ ଘୋଷଣା କରିଛନ୍ତି। ଏହି ବ୍ୟବସ୍ଥା ଆସନ୍ତା ଅକ୍ଟୋବର ୧ ତାରିଖରୁ ଆରମ୍ଭ ହେବ। ଭାରତୀୟମାନେ ବିନା ଭିସାରେ ପ୍ରାୟ ୬ ମାସ ପର୍ଯ୍ୟନ୍ତ ଶ୍ରୀଲଙ୍କାରେ ରହିପାରିବେ କିମ୍ବା ବୁଲାବୁଲି କରିପାରିବେ ବୋଲି ଶ୍ରୀଲଙ୍କା ପର୍ଯ୍ୟଟନ ମନ୍ତ୍ରୀ ହାରିନ୍‌ ଫର୍ଣ୍ଣାଣ୍ଡୋ ଗୁରୁବାର ସୂଚନା ଦେଇଛନ୍ତି। ବର୍ତ୍ତମାନ ପ୍ରଚଳିତ ନିୟମ ଅନୁସାରେ ଜଣେ ଭାରତୀୟ ଶ୍ରୀଲଙ୍କା ଗସ୍ତରେ ଯାଉଥିଲା ବେଳେ ତାଙ୍କୁ ଭିସା ଫି ବାବଦରେ ୫୦ ଡଲାର( ପ୍ରାୟ ୪୨୦୦ ଟଙ୍କା) ଦେବାକୁ ପଡ଼ୁଥିଲା। କିନ୍ତୁ ଅକ୍ଟୋବର ୧ ରୁ ଏହା ଶୁଳ୍କମୁକ୍ତ ହେବ। ଭାରତ ବ୍ୟତୀତ ଆମେରିକା, ଯୁକ୍ତରାଜ୍ୟ,ସାଉଦି ଆରବ, ନେଦରଲାଣ୍ଡ,ସ୍ପେନ,ବେଲଜିୟମ,ୟୁଏଇ, ନେପାଳ ଜାପାନ, ଫ୍ରାନ୍ସ, କାନାଡ଼ା,ଇଟାଲୀ ଭଳି ୩୪ଟି ଦେଶର ନାଗରିକମାନେ ବିନା ଭିସାରେ ଶ୍ରୀଲଙ୍କା ଗସ୍ତରେ ଯାଇପାରିବେ ବୋଲି ଫର୍ଣ୍ଣାଣ୍ଡୋ କହିଛନ୍ତି।

About The Author: The Sakala