ନିଜ ଜାଲରେ ଫସିବେ ଟ୍ରମ୍ପ୍ : ଗେମ୍ ବଦଳାଇବ ଭାରତ- ବ୍ୟବସାୟୀ ଇୟୁ ,ମଧ୍ୟପ୍ରାଚ୍ୟ ବଜାରମୁହାଁ

ନୂଆଦିଲ୍ଲୀ : ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତିକୁ ନେଇ ଆଲୋଚନା ଅଧା ବାଟରେ ଥିବାବେଳେ ଅଚାନକ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଲଦିଛନ୍ତି ୨୫% ଶୁଳ୍କ। ଚୁକ୍ତି ଚୂହାନ୍ତ ହୋଇନି, ହେଲେ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ଫାଟ। ନୂଆ ଶୁଳ୍କ ଅଗଷ୍ଟ ୭ରୁ ଲାଗୁ ହେବ। ପୂର୍ବ ଅପେକ୍ଷା ୧୦ ଗୁଣା ଶୁଳ୍କ ବୃଦ୍ଧି କରିଛନ୍ତି ଟ୍ରମ୍ପ। କେବଳ ଟାରିଫ ନୁହେଁ, ଭାରତ ଋଷ ସହ ବ୍ୟବସାୟ କରୁଥିବାରୁ ଜରିମାନା ବି […]

ନୂଆଦିଲ୍ଲୀ : ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତିକୁ ନେଇ ଆଲୋଚନା ଅଧା ବାଟରେ ଥିବାବେଳେ ଅଚାନକ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଲଦିଛନ୍ତି ୨୫% ଶୁଳ୍କ। ଚୁକ୍ତି ଚୂହାନ୍ତ ହୋଇନି, ହେଲେ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ଫାଟ। ନୂଆ ଶୁଳ୍କ ଅଗଷ୍ଟ ୭ରୁ ଲାଗୁ ହେବ। ପୂର୍ବ ଅପେକ୍ଷା ୧୦ ଗୁଣା ଶୁଳ୍କ ବୃଦ୍ଧି କରିଛନ୍ତି ଟ୍ରମ୍ପ। କେବଳ ଟାରିଫ ନୁହେଁ, ଭାରତ ଋଷ ସହ ବ୍ୟବସାୟ କରୁଥିବାରୁ ଜରିମାନା ବି ଆଦାୟ କରିବାକୁ ଧମକ ଦେଇଛନ୍ତି। ଟ୍ରମ୍ପଙ୍କର ଏହି ଅଚାନକ ପଦକ୍ଷେପ ପରେ ଭାରତର ପ୍ରାୟ ୮୭ ବିଲିୟନ ଡଲାର ରପ୍ତାନି ଏବେ ବିପଦରେ।

ରୁଷ ସହିତ ବ୍ୟବସାୟିକ ସମ୍ପର୍କ ଯୋଗୁ ଆମେରିକାର ଆକ୍ରୋଶର ଶିକାର ହୋଇଛି ଭାରତ। ଟ୍ରମ୍ପଙ୍କ ଟାରିଫ୍କୁ ବିଭିନ୍ନ ଦୃଷ୍ଟିକୋଣରେ ଦେଖାଯାଉଛି। ଏହା ତାଙ୍କର ବ୍ୟବସାୟିକ ନୀତି ନୁହେଁ, ବଂର ଚାପ ପକାଇବାର ଏକ ଉଦ୍ୟମ ବୋଲି ଅର୍ଥନୀତିଜ୍ଞମାନେ କହିବା ଆରମ୍ଭ କଲେଣି। ବାଣିଜ୍ୟ ଚୁକ୍ତି ଚୂଡାନ୍ତ କରିବା ପାଇଁ ଅଗଷ୍ଟ ୨୫ରେ ଭାରତ ଆସୁଛନ୍ତି ଆମେରିକା ପ୍ରତିନିଧି ଦଳ। ତା’ ପୂର୍ବରୁ ଏଭଳି ଆକ୍ରମଣାତ୍ମକ ମନୋଭାବ ପ୍ରୟୋଗ କରି ଟ୍ରମ୍ପ୍ ଭାରତକୁ ଭୟଭୀତ କରାଇବାକୁ ଚାହୁଁଛନ୍ତି। ସେହିପରି ଋଷ ସହ ସମ୍ପର୍କ ବିଗାଡ଼ି ନିଜେ ଫାଇଦା ନେବାକୁ ଚାହୁଁଛି। ରୁଷଠାରୁ ଭାରତର ତୈଳ ଏବଂ ଅସ୍ତ୍ରଶସ୍ତ୍ର କ୍ରୟକୁ ବିରୋଧ କରିଆସୁଛନ୍ତି ଟ୍ରମ୍ପ। ୟୁକ୍ରେନ୍ ଯୁଦ୍ଧ ରୋକିବା ଆଳରେ ଯେମିତି ଭାରତ ଋଷ ଠାରୁ ସାମଗ୍ରୀ ନ କିଣି ଆମେରିକାଠାରୁ ଅଧିକ ସାମଗ୍ରୀ କିଣିବ ତାହା ହିଁ ଟ୍ରମ୍ପଙ୍କର ଟାର୍ଗେଟ୍। କାରଣ ୟୁରୋପୀୟ ସଂଘ ଏବଂ ବ୍ରିଟେନ୍, ଇଣ୍ଡୋନେସିଆ, ଫିଲିପାଇନ୍ସ ଏବଂ ଭିଏତ୍ନାମ ଭଳି ରାଷ୍ଟ୍ରଗୁଡ଼ିକ ଅପେକ୍ଷା ଭାରତ ଉପରେ ଟ୍ରମ୍ପ ଅଧିକ ଶୁଳ୍କ ଲଗାଇଛନ୍ତି। ତେବେ ଚୀନ୍ ଉପରେ ଲାଗିଥିବା ୩୦% ଶୁଳ୍କ ତୁଳନାରେ ଏହା କମ୍ ରହିଛି। ପରୋକ୍ଷରେ କହିବାକୁ ଗଲେ ଆମେରିକାର ଶତ୍ରୁ ଟାର୍ଗେଟ୍ରେ ଚୀନ ପରେ ଏବେ ଦ୍ୱିତୀୟରେ ରହିଛି ଭାରତ।

ଏସ୍ବିଆଇ ରିସର୍ଚ୍ଚ ରିପୋର୍ଟରେ ଟ୍ରମ୍ପଙ୍କ ଶୁଳ୍କ ଆମେରିକା ପାଇଁ ବୁମେରାଂ ହେବ ବୋଲି କୁହାଯାଇଛି। ଏସ୍ବିଆଇ କହିଛି ଏହା ଆମେରିକାର ସବୁଠାରୁ ‘ଖରାପ ବାଣିଜ୍ୟ ନୀତି’। କାରଣ ଏହା ଦ୍ୱାରା ଆମେରିକାର ଘରୋଇ ମୁଦ୍ରାସ୍ଫୀତି ବଢ଼ିବ। ଏଥିରେ ଆମେରିକାର ଉପଭୋକ୍ତା ପ୍ରଭାବିତ ହେବେ। ଟ୍ରମ୍ପଙ୍କ ଶୁଳ୍କ ମାଡ଼ ପରେ ଭାରତ ସରକାର ହଠାତ୍ ପ୍ରତିକ୍ରିୟାଶୀଳ ନ ହୋଇ ନିରବରେ ରାସ୍ତା ଖୋଜୁଛନ୍ତି। ଅନ୍ୟପଟେ ଭାରତର ବ୍ୟବସାୟୀମାନେ ଏବେ ଆମେରିକା ପରିବର୍ତ୍ତେ ବିକଳ୍ପ ବଜାର ସନ୍ଧାନରେ ମୁହାଁଇଛନ୍ତି। ଭାରତୀୟ ରପ୍ତାନିକାରୀମାନେ ୟୁରୋପୀୟ ସଂଘ(ଇୟୁ),ଅନ୍ୟ ଏସୀୟ ଦେଶ ଏବଂ ମଧ୍ୟପ୍ରାଚ୍ୟ ବଜାର ଆଡ଼କୁ ମୁହାଇଁଲେଣି। ବିଶେଷ କରି ଇଞ୍ଜିନିୟରିଂ ସାମଗ୍ରୀ ଏବଂ ଜଳବାୟୁ-ସମୃଦ୍ଧ ଉତ୍ପାଦନ ଭଳି କ୍ଷେତ୍ରଗୁଡ଼ିକ ଟ୍ରାକ୍ ଚେଞ୍ଜ ପାଇଁ ଉଦ୍ୟମ ଆରମ୍ଭ କରିଦେଲେଣି।

About The Author: The Sakala