ସାନଜୋସ୍: ଆମେରିକାର ବ୍ୟାଟେରୀ ଷ୍ଟାର୍ଟଅପ୍ କ୍ୱାଣ୍ଟମ ସ୍ପେସ୍ କ୍ରପ୍ ଭାରତୀୟ ଜଗଦ୍ଦୀପ ସିଂହଙ୍କୁ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ନିଯୁକ୍ତ କରିଛି। ଏଥିଲାଗି କମ୍ପାନୀ ତାଙ୍କୁ ୨.୩ ବିଲିୟନ ଡଲାରର ପ୍ୟାକେଜ୍ ଦେଇଛି। ବିଶ୍ୱର ସବୁଠୁ ଧନୀ କମ୍ପାନୀ ଟେସଲା ସିଇଓ ଏଲନ୍ ମସ୍କଙ୍କୁ ଦେଉଥିବା ପ୍ୟାକେଜ୍ଠାରୁ ବି ଏହା ଅନେକ ଅଧିକ ବୋଲି କୁହାଯାଉଛି। ତେବେ ଷ୍ଟାର୍ଟଅପ୍ କମ୍ପାନୀର ପ୍ୟାକେଜ୍କୁ ସେୟାରଧାରୀଙ୍କ ମଞ୍ଜୁରୀ ମିଳିଥିବା ଜଣାପଡିଛି। କ୍ୱାଣ୍ଟମ ସ୍ପେସ୍ କ୍ରପ୍ଙ୍କ ମୋଟ ମୂଲ୍ୟ ଅନୂନ୍ୟ ୫୦ ବିଲିୟନ ଡଲାର (୪ ଲକ୍ଷ କୋଟି ଟଙ୍କା) ଏଥିରେ ଏତେବଡ଼ ପ୍ୟାକେଜରେ ସିଇଓଙ୍କ ନିଯୁକ୍ତିକୁ ପ୍ରଥମେ ସେୟାରଧାରୀ ସହଜରେ ଗ୍ରହଣ କରିପାରି ନ ଥିଲେ। ଏଣୁ ଜଗଦ୍ଦୀପଙ୍କ ନିଯୁକ୍ତିକୁ ବିରୋଧ କରିଥିଲେ। ତେବେ ପରେ ଏଥିରେ ସମସ୍ତେ ସହମତ ହୋଇଯାଇଛନ୍ତି। ଜଗଦ୍ଦୀପ ଯଦି କମ୍ପାନୀକୁ ତା ଲକ୍ଷ ହାସଲରେ ସଫଳ କରାଇପାରିବେ ତେବେ ତାଙ୍କୁ ଏହି ପ୍ୟାକେଜ୍ ଦିଆଯିବ। ତେବେ ବହୁ ବିଲିୟନ ଡଲାର ପ୍ୟାକେଜ୍ ପାଇବାରେ ମସ୍କଙ୍କ ପରେ ଜଗଦ୍ଦୀପ ସିଂହ ହେଉଛନ୍ତି ବିଶ୍ୱର ଦ୍ୱିତୀୟ ବ୍ୟକ୍ତି। କ୍ୱାଣ୍ଟମ ସ୍ପେସ୍ ଏକ ଆମେରିକୀୟ କମ୍ପାନୀ ଓ ଫକ୍ସୱାଗନ ଏଜି ଏବଂ ବିଲଗେଟସ୍ ଭେଞ୍ଚର ଫଣ୍ଡ ଏହାକୁ ସପୋର୍ଟ କରୁଛନ୍ତି। ସମ୍ପ୍ରତ୍ତି କମ୍ପାନୀର ସେୟାର ମୂଲ୍ୟ ପ୍ରାୟ ୭୨ ପ୍ରତିଶତ ପର୍ଯ୍ୟନ୍ତ ଖସି ସାରିଥିବାବେଳେ ଜଗଦ୍ଦୀପ ସିଂହ ଏହାର ସିଇଓ ଭାବେ ଦାୟିତ୍ୱ ଗ୍ରହଣ କରିବେ। ଏଥିରେ କମ୍ପାନୀର ଲକ୍ଷ୍ୟ ସାଧନ କିପରି ହେଉଛି ତା ଉପରେ ଏବେ ସମସ୍ତଙ୍କ ନଜର।
ଏଲନ ମସ୍କଙ୍କୁ ଟପିଗଲା ଭାରତୀୟ ସିଇଓଙ୍କ ପ୍ୟାକେଜ୍
ସାନଜୋସ୍: ଆମେରିକାର ବ୍ୟାଟେରୀ ଷ୍ଟାର୍ଟଅପ୍ କ୍ୱାଣ୍ଟମ ସ୍ପେସ୍ କ୍ରପ୍ ଭାରତୀୟ ଜଗଦ୍ଦୀପ ସିଂହଙ୍କୁ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ନିଯୁକ୍ତ କରିଛି। ଏଥିଲାଗି କମ୍ପାନୀ ତାଙ୍କୁ ୨.୩ ବିଲିୟନ ଡଲାରର ପ୍ୟାକେଜ୍ ଦେଇଛି। ବିଶ୍ୱର ସବୁଠୁ ଧନୀ କମ୍ପାନୀ ଟେସଲା ସିଇଓ ଏଲନ୍ ମସ୍କଙ୍କୁ ଦେଉଥିବା ପ୍ୟାକେଜ୍ଠାରୁ ବି ଏହା ଅନେକ ଅଧିକ ବୋଲି କୁହାଯାଉଛି। ତେବେ ଷ୍ଟାର୍ଟଅପ୍ କମ୍ପାନୀର ପ୍ୟାକେଜ୍କୁ ସେୟାରଧାରୀଙ୍କ ମଞ୍ଜୁରୀ ମିଳିଥିବା ଜଣାପଡିଛି। କ୍ୱାଣ୍ଟମ ସ୍ପେସ୍ କ୍ରପ୍ଙ୍କ ମୋଟ ମୂଲ୍ୟ ଅନୂନ୍ୟ […]