ନ୍ୟୁୟର୍କ ସହରରେ ‘ଗ୍ରାଣ୍ଡ ଇଣ୍ଡିଆନ୍ ୱିକେଣ୍ଡ’ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି

ନୂଆଦିଲ୍ଲୀ: ନ୍ୟୁୟର୍କ ସହରର ପ୍ରସିଦ୍ଧ ଲିଙ୍କନ୍ ସେଣ୍ଟରରେ ‘ନୀତା ମୁକେଶ ଅମ୍ବାନୀ ସାଂସ୍କୃତିକ କେନ୍ଦ୍ର’ (NMACC) ପକ୍ଷରୁ ଏକ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ସେପ୍ଟେମ୍ବର ୧୨ରୁ ୧୪, ମୋଟ ୩ ଦିନ ଧରି ଚାଲିବାକୁ ଥିବା ଭବ୍ୟ ‘ଗ୍ରାଣ୍ଡ ଇଣ୍ଡିଆନ୍ ୱିକେଣ୍ଡ’ କାର୍ଯ୍ୟକ୍ରମରେ ଭାରତର କଳା, କାରିଗର, ବୁଣାକାର, ଗୀତ ଏବଂ ନୃତ୍ୟ, ଫ୍ୟାଶନ୍, ଆମର ସ୍ୱାଦିଷ୍ଟ ଖାଦ୍ୟ ସବୁକିଛି ରହିବ। ଏହି କାର୍ଯ୍ୟକ୍ରମ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ନୀତା ମୁକେଶ ଅମ୍ବାନୀ […]

ନୂଆଦିଲ୍ଲୀ: ନ୍ୟୁୟର୍କ ସହରର ପ୍ରସିଦ୍ଧ ଲିଙ୍କନ୍ ସେଣ୍ଟରରେ ‘ନୀତା ମୁକେଶ ଅମ୍ବାନୀ ସାଂସ୍କୃତିକ କେନ୍ଦ୍ର’ (NMACC) ପକ୍ଷରୁ ଏକ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ସେପ୍ଟେମ୍ବର ୧୨ରୁ ୧୪, ମୋଟ ୩ ଦିନ ଧରି ଚାଲିବାକୁ ଥିବା ଭବ୍ୟ ‘ଗ୍ରାଣ୍ଡ ଇଣ୍ଡିଆନ୍ ୱିକେଣ୍ଡ’ କାର୍ଯ୍ୟକ୍ରମରେ ଭାରତର କଳା, କାରିଗର, ବୁଣାକାର, ଗୀତ ଏବଂ ନୃତ୍ୟ, ଫ୍ୟାଶନ୍, ଆମର ସ୍ୱାଦିଷ୍ଟ ଖାଦ୍ୟ ସବୁକିଛି ରହିବ। ଏହି କାର୍ଯ୍ୟକ୍ରମ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି।

ନୀତା ମୁକେଶ ଅମ୍ବାନୀ ସାଂସ୍କୃତିକ କେନ୍ଦ୍ର ଗ୍ରାଣ୍ଡ ଇଣ୍ଡିଆନ୍ ୱିକେଣ୍ଡ -ଟୁ-ନ୍ୟୁୟର୍କ ସିଟି ପ୍ରଥମଥର ହେବାକୁ ଯାଉଛି। ଯାହାକୁ ନେଇ ନୀତା ମୁକେଶ ଅମ୍ବାନୀ ସାଂସ୍କୃତିକ କେନ୍ଦ୍ର (NMACC)ର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନୀତା ଅମ୍ବାନୀ ଅତ୍ୟନ୍ତ ଉତ୍ସାହିତ ଅଛନ୍ତି। ଯେଉଁଥି ପାଇଁ ସେ ଏହି କାର୍ଯ୍ୟକ୍ରମକୁ ନେଇ ସମସ୍ତ ପ୍ରସ୍ତୁତିର ସମୀକ୍ଷା କରିବା ସହ କାର୍ଯ୍ୟକ୍ରମର ଭବ୍ୟ ଆୟୋଜନକୁ ଗୁରୁତ୍ବ ଦେଉଛନ୍ତି। NMACC ଅଧ୍ୟକ୍ଷା ନୀତା ଅମ୍ବାନୀ ‘ଗ୍ରାଣ୍ଡ ଇଣ୍ଡିଆନ୍ ୱିକେଣ୍ଡ’ କାର୍ଯ୍ୟକ୍ରମର ପ୍ରସ୍ତୁତି ସମୀକ୍ଷା କରୁଥିବା ନେଇ ଏକ ଭିଡିଓ ଆଜି ସାମ୍ନାକୁ ଆସିଛି। ଯେଉଁ ଭିଡିଓରେ ନୀତା ଅମ୍ବାନୀ ତାରକା ସେଫ୍ ବିକାଶ ଖାନ୍ନାଙ୍କ ଦ୍ବାରା ପ୍ରସ୍ତୁତ ଭାରତର କିଛି ସ୍ୱାଦିଷ୍ଟ ଖାଦ୍ୟ ଚାଖିବା ସହ ‘ଗ୍ରାଣ୍ଡ ଇଣ୍ଡିଆନ୍ ୱିକେଣ୍ଡ’ ପାଇଁ ଚାଲିଥିବା ପ୍ରସ୍ତୁତି ବୁଲି ଦେଖିଛନ୍ତି।

‘ନୀତା ମୁକେଶ ଅମ୍ବାନୀ ସାଂସ୍କୃତିକ କେନ୍ଦ୍ର’ (NMACC) ପକ୍ଷରୁ ନ୍ୟୁୟର୍କ ସହରର ପ୍ରସିଦ୍ଧ ଲିଙ୍କନ୍ ସେଣ୍ଟରରେ ଆୟୋଜିତ ହେଉଥିବା ‘ଗ୍ରାଣ୍ଡ ଇଣ୍ଡିଆନ୍ ୱିକେଣ୍ଡ’ର ପ୍ରଥମ ଦିନ ଅର୍ଥାତ ସେପ୍ଟେମ୍ବର ୧୨ରେ ଉଦଘାଟନୀ ରାତିରେ ମନିଷ ମାଲହୋତ୍ରାଙ୍କ ଦ୍ୱାରା ସଂଗୃହିତ ସ୍ୱଦେଶ ଫ୍ୟାଶନ୍ ଶୋ’ ରହିବ। ଯାହା ଭାରତର ପ୍ରସିଦ୍ଧ ପାରମ୍ପରିକ ବୁଣାକାର ଏବଂ ଦକ୍ଷ କାରିଗରମାନଙ୍କୁ ଆଲୋକପାତ କରିବ। ସନ୍ଧ୍ୟାରେ ପ୍ରାଚୀନରୁ ଆଧୁନିକ ଭାରତ ପର୍ଯ୍ୟନ୍ତ ଖାଦ୍ୟ ଏବଂ ସ୍ୱାଦର ଏକ ବିଶେଷ ଉପସ୍ଥାପନା ରହିବ। ଯାହା ମିଚେଲିନ-ତାରକା ସେଫ୍ ବିକାଶ ଖାନ୍ନାଙ୍କ ଦ୍ୱାରା ଉପସ୍ଥାପିତ ହେବ।

ଉଲ୍ଲେଖଯୋଗ୍ୟ ୨୦୨୩ ରେ ‘ନୀତା ମୁକେଶ ଅମ୍ବାନୀ ସାଂସ୍କୃତିକ କେନ୍ଦ୍ର’ (NMACC) ବିଶ୍ୱର ପ୍ରମୁଖ ସାଂସ୍କୃତିକ କେନ୍ଦ୍ରରେ ସ୍ଥାନିତ ହୋଇଥିଲା। ଏନଏମଏସିସି ୨୦୨୩ ମସିହାରେ ନୀତା ମୁକେଶ ଅମ୍ବାନୀଙ୍କ ଦ୍ୱାରା ବିଶ୍ୱର କଳାକୁ ଭାରତକୁ ଆଣିବା ଏବଂ ଭାରତର କଳାକୁ ବିଶ୍ୱସ୍ତରୀୟ ମଞ୍ଚକୁ ନେବା ଭଳି ମହତ ଉଦ୍ଦେଶ୍ୟ ନେଇ ପ୍ରତିଷ୍ଠିତ ହୋଇଥିଲା। ଏହି ଅନୁଷ୍ଠାନକୁ ‘ଭାରତର ମେଟ୍ ଗାଲା’ ବୋଲି କୁହାଯାଇଥିଲା। ଯେଉଁଠି ବହୁ ଜାତୀୟ ଓ ଆନ୍ତର୍ଜାତୀୟ ଖ୍ୟାତନାମା ଅଭିନେତା ଓ ଅଭିନେତ୍ରୀମାନେ ରେଡ୍ କାର୍ପେଟ ଉପରେ ଅଭିନବ ଅନୁଭୂତି ନେଇଥିଲେ। ଏଥିରେ ଶାହାରୁଖ୍‌ ଖାନ, ଗିଗି ହାଦିଦ୍‌, ପ୍ରିୟଙ୍କା ଚୋପ୍ରା, ନିକ୍‌ ଜୋନାସ୍‌ ଭଳି ଅନେକ ଅଭିନେତା ଓ ଅଭିନେତ୍ରୀମାନେ ଭାଗ ନେଇ ସମ୍ମାନ ଜଣାଇଥିଲେ।

About The Author: The Sakala