ଭୁବନେଶ୍ୱର: ଭାରତର ଅଗ୍ରଣୀ ସମନ୍ୱିତ ଡାଇଗ୍ନୋଷ୍ଟିକ୍ ନେଟୱାର୍କ ମଧ୍ୟରୁ ଅନ୍ୟତମ ନ୍ୟୁବର୍ଗ ଡାଇଗ୍ନୋଷ୍ଟିକ୍ସ, ସମଗ୍ର ଓଡ଼ିଶାରେ ଉଚ୍ଚମାନର, ସୁଲଭ ତଥା ଉନ୍ନତମାନର ଡାଇଗ୍ନୋଷ୍ଟିକ୍ ସେବା ଉପଲବ୍ଧ କରାଇବା ପାଇଁ ଭୁବନେଶ୍ୱରସ୍ଥିତ ପ୍ରୋଲାଇଫ୍ ଡାଇଗ୍ନୋଷ୍ଟିକ୍ସ ସହିତ ଏକ ରଣନୈତିକ ମିଳିତ ଉଦ୍ୟୋଗ (ଜଏଣ୍ଟ ଭେଞ୍ଚର) ସ୍ଥାପନ କରିଛି।
ଏହି ନୂତନ ଉଦ୍ୟୋଗ 'ନିଉବର୍ଗ ପ୍ରୋଲାଇଫ୍', ନିଉବର୍ଗର ସମଗ୍ର ଭାରତୀୟ ବ୍ୟାପ୍ତି, ଉନ୍ନତ ରୋଗ ନିର୍ଣ୍ଣୟ (ଡାଇଗ୍ନୋଷ୍ଟିକ୍) କ୍ଷମତା, ଉଚ୍ଚସ୍ତରୀୟ ଜ୍ଞାନକୌଶଳ, ଏଆଇ-ଆଧାରିତ ଆଇଟି ପ୍ଲାଟଫର୍ମ ଏବଂ ଗୁଣବତ୍ତା ବ୍ୟବସ୍ଥାକୁ ପ୍ରୋଲାଇଫ୍ର ସୁନାମ, ସ୍ଥାନୀୟ ଉପସ୍ଥିତି ତଥା ଓଡ଼ିଶାର ସ୍ୱାସ୍ଥ୍ୟସେବା କ୍ଷେତ୍ର ବିଷୟରେ ଥିବା ଗଭୀର ବୁଝାମଣା ସହିତ ଏକତ୍ରିତ କରିବ। ନିଉବର୍ଗ ପ୍ରୋଲାଇଫ୍ ସାଧାରଣ ତଥା ବିଶେଷଜ୍ଞ ପାଥୋଲୋଜି, ରେଡିଓଲୋଜି, ପ୍ରତିଷେଧକ ସୁସ୍ଥତା ଏବଂ ଉନ୍ନତ ଡାଇଗ୍ନୋଷ୍ଟିକ୍ସ—ଯେପରିକି ଜେନୋମିକ୍ସ, ମେଟାବୋଲୋମିକ୍ସ, ପ୍ରୋଟିଓମିକ୍ସ, ଡିଜିଟାଲ୍ ପାଥୋଲୋଜି ଓ ଏଆଇ-ଚାଳିତ ଉନ୍ନତ ରେଡିଓଲୋଜି ସମେତ ଏକ ବ୍ୟାପକ ସେବା ପରିସର ପ୍ରଦାନ କରିବ।
ନ୍ୟୁବର୍ଗ ଡାଏଗ୍ନୋଷ୍ଟିକ୍ସର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଡକ୍ଟର ଜି.ଏସ୍.କେ. ଭେଲୁ କହିଛନ୍ତି, "ନିଉବର୍ଗର ସମଗ୍ର ଭାରତୀୟ ସମ୍ପ୍ରସାରଣ ଯାତ୍ରାରେ ଓଡ଼ିଶା ଏକ ଗୁରୁତ୍ୱପୂର୍ଣ୍ଣ ବଜାର, ଯେଉଁଠାରେ ପ୍ରମୁଖ ସହରାଞ୍ଚଳ ବାହାରେ ମଧ୍ୟ ଗୁଣାତ୍ମକ ତଥା ଉନ୍ନତ ରୋଗ ନିର୍ଣ୍ଣୟ (ଡାଏଗ୍ନୋଷ୍ଟିକ୍ସ) ସେବାର ଉପଲବ୍ଧତାକୁ ବୃଦ୍ଧି କରିବାର ଯଥେଷ୍ଟ ସମ୍ଭାବନା ରହିଛି। 'ନିଉବର୍ଗ ପ୍ରୋଲାଇଫ୍' ମାଧ୍ୟମରେ ଆମେ ନିଉବର୍ଗର ପ୍ରଯୁକ୍ତିବିଦ୍ୟା, ଉନ୍ନତ ରୋଗ ନିର୍ଣ୍ଣୟ ଦକ୍ଷତା ଏବଂ ଜାତୀୟ ସ୍ତରର ପରିସର ସହିତ ପ୍ରୋଲାଇଫ୍ର ଦୃଢ଼ ସ୍ଥାନୀୟ ଉପସ୍ଥିତି ତଥା ଓଡ଼ିଶା ପ୍ରତି ଥିବା ତା'ର ଉତ୍ତମ ବୁଝାମଣାକୁ ଏକତ୍ରିତ କରୁଛୁ। ସୁଲଭତା, ସୁଗମତା, ପ୍ରାରମ୍ଭିକ ରୋଗ ଚିହ୍ନଟ ଏବଂ ପ୍ରତିଷେଧକ ସ୍ୱାସ୍ଥ୍ୟସେବା ଉପରେ କେନ୍ଦ୍ରିତ ଏକ ଭବିଷ୍ୟତ-ଉପଯୋଗୀ ରୋଗ ନିର୍ଣ୍ଣୟ ନେଟୱାର୍କ ଗଠନ କରିବା ହିଁ ଆମର ଲକ୍ଷ୍ୟ।"
ଏହାର ସମ୍ପ୍ରସାରଣ ରଣନୀତିର ଏକ ଅଂଶ ଭାବରେ, ନ୍ୟୁବର୍ଗ ପ୍ରୋଲାଇଫ୍ ଭୁବନେଶ୍ୱର, କଟକ, ରାଉରକେଲା, ବ୍ରହ୍ମପୁର, ସମ୍ବଲପୁର, ପୁରୀ, ବାଲେଶ୍ୱର, ଭଦ୍ରକ, ବାରିପଦା ଏବଂ ଝାରସୁଗୁଡ଼ାରେ ୧୦ଟି ସମନ୍ୱିତ ରୋଗ ନିର୍ଣ୍ଣୟ ତଥା ୱେଲନେସ୍ କେନ୍ଦ୍ର ପ୍ରତିଷ୍ଠା କରିବାକୁ ଯୋଜନା କରିଛି। ଆଗାମୀ ଦୁଇ ବର୍ଷ ମଧ୍ୟରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ୧୦୦ରୁ ଅଧିକ ସାଟେଲାଇଟ୍ ଲାବୋରେଟୋରୀ ଏବଂ ନମୁନା ସଂଗ୍ରହ କେନ୍ଦ୍ର ଦ୍ୱାରା ଏହି କେନ୍ଦ୍ରଗୁଡ଼ିକୁ ସହାୟତା ପ୍ରଦାନ କରାଯିବ। ଏହି 'ହବ୍-ଆଣ୍ଡ୍-ସ୍ପୋକ୍' ନେଟୱର୍କ ଟିୟର-୨, ଟିୟର-୩ ଏବଂ ବିକାଶଶୀଳ ବଜାରର ରୋଗୀମାନଙ୍କୁ ସେମାନଙ୍କ ଘର ନିକଟରେ ନିୟମିତ ତଥା ବିଶେଷଜ୍ଞ ଡାଇଗ୍ନୋଷ୍ଟିକ୍ ସେବା ପାଇବାରେ ସକ୍ଷମ କରିବ, ଯାହାଦ୍ୱାରା ଉନ୍ନତମାନର ପରୀକ୍ଷା ନିରୀକ୍ଷା ପାଇଁ ବଡ଼ ସହରକୁ ଯିବାର ଆବଶ୍ୟକତା ହ୍ରାସ ପାଇବ।
ନ୍ୟୁବର୍ଗ ପଲ୍ସ ଡାଏଗ୍ନୋଷ୍ଟିକ୍ସର ସିଇଓ (ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ) ତଥା ପରିଚାଳନା ନିର୍ଦ୍ଦେଶିକା ସୁନୈନା ବିହାନୀ କହିଛନ୍ତି, “ସମୃଦ୍ଧ ଐତିହ୍ୟ ଏବଂ ଆଧ୍ୟାତ୍ମିକତାର ଭୂମି ଓଡ଼ିଶା, ଏକ ପ୍ରତିଶ୍ରୁତିପୂର୍ଣ୍ଣ ପ୍ରଗତିଶୀଳ ବଜାର ଭାବରେ ଉଭା ହେଉଛି। ରାଜ୍ୟର ଅଗ୍ରଗତି ସହିତ ଉନ୍ନତମାନର ସ୍ୱାସ୍ଥ୍ୟସେବା ପାଇବା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିବ। ପ୍ରୋଲାଇଫ୍ ସହିତ ଆମର ଭାଗୀଦାରୀ ନ୍ୟୁବର୍ଗର ଅତ୍ୟାଧୁନିକ ଜ୍ଞାନକୌଶଳ ଓ ବିଶେଷଜ୍ଞ ନିଦାନ (ଡାଏଗ୍ନୋଷ୍ଟିକ୍) କ୍ଷମତାକୁ ପ୍ରୋଲାଇଫର ଦୃଢ଼ ସ୍ଥାନୀୟ ଉପସ୍ଥିତି ତଥା ବିଶ୍ୱାସ ସହିତ ଯୋଡୁଛି। ଆମେ ମିଳିତ ଭାବରେ ସମଗ୍ର ଓଡ଼ିଶାରେ ଉନ୍ନତ ତଥା ସୁଲଭ ନିଦାନ ସେବା ପହଞ୍ଚାଇବା ଏବଂ ନିରନ୍ତର ଗୁଣବତ୍ତା ସହିତ ରୋଗୀଙ୍କୁ ଏକ ଉନ୍ନତ ଅନୁଭୂତି ପ୍ରଦାନ କରିବା ପାଇଁ ଲକ୍ଷ୍ୟ ରଖିଛୁ।”
ପ୍ରୋଲାଇଫ୍ ଡାଇଗ୍ନୋଷ୍ଟିକ୍ସର ସିଇଓ ତଥା ନିର୍ଦ୍ଦେଶକ ଏବଂ ଦେଶର ଜଣେ ବିଶିଷ୍ଟ ପାଥୋଲୋଜିଷ୍ଟ ଡାକ୍ତର ମାନସ ବୈଶାଖ କହିଛନ୍ତି, "ଲକ୍ଷଣ ପ୍ରକାଶ ପାଇବା ପରେ ରୋଗ ଚିହ୍ନଟ କରିବା ପରିବର୍ତ୍ତେ ପୂର୍ବରୁ ବିପଦକୁ ଆକଳନ କରିବା ତଥା ପ୍ରତିଷେଧକ ଓ ବ୍ୟକ୍ତିଗତ ସ୍ୱାସ୍ଥ୍ୟସେବା (ପର୍ସନାଲାଇଜ୍ଡ୍ ହେଲ୍ଥକେୟାର୍) ସୁନିଶ୍ଚିତ କରିବା ଦିଗରେ ଡାଇଗ୍ନୋଷ୍ଟିକ୍ସ କ୍ଷେତ୍ର ଦ୍ରୁତ ଗତିରେ ବିକଶିତ ହେଉଛି। ନ୍ୟୁବର୍ଗ ପ୍ରୋଲାଇଫ୍ ସଠିକତା, ଗୁଣବତ୍ତା ଏବଂ ସମୟୋପଯୋଗୀ ରିପୋର୍ଟ ପ୍ରଦାନକୁ ପ୍ରାଥମିକତା ଦେଇ ଓଡ଼ିଶାସାରା ରୋଗୀ ଓ ଚିକିତ୍ସକମାନଙ୍କ ନିକଟରେ ଏହି ସୁବିଧାଗୁଡ଼ିକୁ ପହଞ୍ଚାଇବ।"
ପ୍ରୋଲାଇଫ୍ ଡାଇଗ୍ନୋଷ୍ଟିକ୍ସର ନିର୍ଦ୍ଦେଶକ ତଥା ଦେଶର ଜଣେ ପ୍ରତିଷ୍ଠିତ ରେଡିଓଲୋଜିଷ୍ଟ ଡକ୍ଟର ସତ୍ୟସୁନ୍ଦର ମହାପାତ୍ର କହିଛନ୍ତି, “ଏହି ରଣନୈତିକ ସହଭାଗିତା ମାଧ୍ୟମରେ ନ୍ୟୁବର୍ଗ ପ୍ରୋଲାଇଫ୍ ରାଜ୍ୟବ୍ୟାପୀ ଏକ ସୁଦୃଢ଼ ଡାଇଗ୍ନୋଷ୍ଟିକ୍ ପ୍ଲାଟଫର୍ମ ଗଠନ କରିବାକୁ ଲକ୍ଷ୍ୟ ରଖିଛି, ଯାହା ସ୍ଥାନୀୟ ବିଶ୍ୱାସ ଓ ଉପଲବ୍ଧତାକୁ ଜାତୀୟସ୍ତରର ଦକ୍ଷତା, ଉନ୍ନତ ପ୍ରଯୁକ୍ତିବିଦ୍ୟା ଏବଂ ଅପୋଷହୀନ ଗୁଣବତ୍ତା ସହିତ ଯୋଡ଼ିବ; ଫଳରେ ସମଗ୍ର ଓଡ଼ିଶାରେ ନିୟମିତ, ପ୍ରତିଷେଧକ ତଥା ଉନ୍ନତମାନର ରୋଗ ନିରୂପଣ ସେବା ଅଧିକ ସୁଲଭ ଏବଂ ସହଜଲଭ୍ୟ ହୋଇପାରିବ।“
ଏହି କାରବାର (ଟ୍ରାଞ୍ଜାକ୍ସନ) ପାଇଁ ୱୁଡ଼ହାଉସ୍ କ୍ୟାପିଟାଲ୍ ଆଡଭାଇଜର୍ସ ଏକ୍ସକ୍ଲୁସିଭ୍ ପରାମର୍ଶଦାତା ଥିଲେ। ୱୁଡ଼ହାଉସ୍ କ୍ୟାପିଟାଲ୍ର ନିର୍ଦ୍ଦେଶକ ମିହିର କାପାଡ଼ିଆ କହିଛନ୍ତି, “ଓଡ଼ିଶାରେ ଉନ୍ନତମାନର ରୋଗ ନିର୍ଣ୍ଣୟ (ଡାଇଗ୍ନୋଷ୍ଟିକ୍ସ) ସୁବିଧାକୁ ବିସ୍ତାର କରିବା ପାଇଁ ଏକ ବଡ଼ ସୁଯୋଗ ରହିଛି। ଏହି ପ୍ରତିଷ୍ଠିତ କାରବାରରେ ପରାମର୍ଶଦାତା ହୋଇଥିବାରୁ ଆମେ ବହୁତ ଖୁସି, ଯାହା ରାଜ୍ୟରେ ଉନ୍ନତ ରୋଗ ନିର୍ଣ୍ଣୟ କ୍ଷମତାକୁ ସୁଦୃଢ଼ କରିବ ଏବଂ ଓଡ଼ିଶାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ମହତ୍ତ୍ୱପୂର୍ଣ୍ଣ ମୂଲ୍ୟ ସୃଷ୍ଟି କରିବ।“