ଆଇସିସି କ୍ରିକେଟ ବିଶ୍ବକପ୍ ଯୋଗୁଁ ବଢ଼ିବ ଭାରତୀୟ ଅର୍ଥନୀତି, ଜିଡିପିକୁ ମିଳିବ ୨୨,୦୦୦ କୋଟିର ବଳ

ନୂଆଦିଲ୍ଲୀ: ଗୁରୁବାରଠାରୁ ଆରମ୍ଭ ହୋଇଛି ବିଶ୍ବ କ୍ରିକେଟ୍‌ର ମହାକୁମ୍ଭ ଆଇସିସି କ୍ରିକେଟ୍‌ ବିଶ୍ବକପ୍ ୨୦୨୩। ଚଳିତଥର ଭାରତ ଏହାର ଆୟୋଜକ ରାଷ୍ଟ୍ର ରହିଛି। ତେଣୁ ଦେଢ଼ ମାସରୁ ଅଧିନ ଦିନ ପର୍ଯ୍ୟନ୍ତ କ୍ରିକେଟ ଜ୍ବରରେ ପୀଡ଼ିତ ରହିବ ଭାରତ। ତେବେ ଏହି କ୍ରିକେଟ୍‌ ବିଶ୍ବକପ କେବଳ କ୍ରିକେଟପ୍ରେମୀ ନୁହଁନ୍ତି, ସମଗ୍ର ଭାରତୀୟ ଅର୍ଥନୀତି ପାଇଁ ଶୁଭଙ୍କର ସାବ୍ୟସ୍ତ ହେବାକୁ ଯାଉଛି। କାରଣ ଏହି ବିଶ୍ୱକପ୍ ଏକ ନିର୍ଦ୍ଧିଷ୍ଟ ସମୟ ପାଇଁ ଭାରତୀୟ ଅର୍ଥନୀତିକୁ ବଢ଼ାଇବାରେ ସହାୟକ ହେବ। […]

ନୂଆଦିଲ୍ଲୀ: ଗୁରୁବାରଠାରୁ ଆରମ୍ଭ ହୋଇଛି ବିଶ୍ବ କ୍ରିକେଟ୍‌ର ମହାକୁମ୍ଭ ଆଇସିସି କ୍ରିକେଟ୍‌ ବିଶ୍ବକପ୍ ୨୦୨୩। ଚଳିତଥର ଭାରତ ଏହାର ଆୟୋଜକ ରାଷ୍ଟ୍ର ରହିଛି। ତେଣୁ ଦେଢ଼ ମାସରୁ ଅଧିନ ଦିନ ପର୍ଯ୍ୟନ୍ତ କ୍ରିକେଟ ଜ୍ବରରେ ପୀଡ଼ିତ ରହିବ ଭାରତ। ତେବେ ଏହି କ୍ରିକେଟ୍‌ ବିଶ୍ବକପ କେବଳ କ୍ରିକେଟପ୍ରେମୀ ନୁହଁନ୍ତି, ସମଗ୍ର ଭାରତୀୟ ଅର୍ଥନୀତି ପାଇଁ ଶୁଭଙ୍କର ସାବ୍ୟସ୍ତ ହେବାକୁ ଯାଉଛି। କାରଣ ଏହି ବିଶ୍ୱକପ୍ ଏକ ନିର୍ଦ୍ଧିଷ୍ଟ ସମୟ ପାଇଁ ଭାରତୀୟ ଅର୍ଥନୀତିକୁ ବଢ଼ାଇବାରେ ସହାୟକ ହେବ। ବିଶ୍ୱକପ୍‌ରୁ ଭାରତର ଅର୍ଥନୀତି (ମୋଟ ଘରୋଇ ଉତ୍ପାଦ ବା ଜିଡିପି)କୁ ୨୨,୦୦୦ କୋଟି ଟଙ୍କା ବା ୨.୪ ବିଲିୟନ ଡଲାରର ବଳ ମିଳିବ ବୋଲି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଅଫ୍ ବରୋଦା ପକ୍ଷରୁ ପ୍ରସ୍ତୁତ ଏକ ରିପୋର୍ଟରେ ଏହା କୁହାଯାଇଛି।

ରିପୋର୍ଟ ଅନୁଯାୟୀ, ବିଶ୍ବକପ୍‌ରୁ ଟିଭି ପ୍ରସାରଣ ଅଧିକାର ବାବଦରେ ୧୨ ହଜାର କୋଟି ଟଙ୍କା ମିଳିବ ବୋଲି ଆକଳନ କରାାଯାଇଛି। ଏହାଛଡା ଏଥିରେ ୧୦ ସେକେଣ୍ଡର ବିଜ୍ଞାପନ ପାଇଁ କମ୍ପାନୀଗୁଡିକ ୩ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ଜଣାପଡିଛି। ଏଥିରେ ମୋଟ ୨୦୦୦ କୋଟି ଟଙ୍କାର ବିଜ୍ଞାପନ ବାବଦ ଖର୍ଚ୍ଚ ରହିଛି। ରିପୋର୍ଟରେ ଆଉ ଏକ ଦିଗ ପ୍ରତି ଗୁରୁତ୍ବ ଦିଆଯାଇଛି। ତାହା ହେଉଛି ବିଶ୍ବକପ୍ ଯୋଗୁ ଭାରତରେ ଏକ ସୀମିତ ସମୟ ପାଇଁ ମୁଦ୍ରାସ୍ଫୀତିରେ ବୃଦ୍ଧି ଘଟିବ। ମ୍ୟାଚ୍‌ ଅନୁଷ୍ଠିତ ହେଉଥିବା ସହରଗୁଡିକରେ ବିମାନ ଟିକଟଠାରୁ ହୋଟେଲ ରୁମ୍‌ ଭଡା ପର୍ଯ୍ୟନ୍ତ ସବୁକିଛି ମହଙ୍ଗା ହେବ। ବ୍ୟାଙ୍କ ଅଫ୍ ବରୋଦାର ଅର୍ଥନୀତିଜ୍ଞ ଜାହ୍ନବୀ ପ୍ରଭାକର ଓ ଅଦିତି ଗୁପ୍ତା ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ରିପୋର୍ଟ ଅନୁଯାୟୀ ଦେଶର ୧୦ଟି ସ୍ଥାନରେ ଥିବା ଷ୍ଟାଡିୟମଗୁଡିକରେ ଅତି କମରେ ୨୫ ଲକ୍ଷ ଲୋକ ବିଶ୍ବ କପ୍‌ର ୪୮ଟି ମ୍ୟାଚ୍ ଲାଇଭ୍ ଦେଖିବେ। ଏହାସହିତ ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ନିଜ ଘରେ ବସି ମ୍ୟାଚକୁ ଉପଭୋଗ କରିବେ। ଏହି ବିଶ୍ବସ୍ତରର ଟୁର୍ଣ୍ଣାମେଣ୍ଟ ଆୟୋଜନ ସିଧାସଳଖ ଅର୍ଥନୀତିକୁ ଫାଇଦା ଦେଇଥାଏ। ଏହି ୨୨ ହଜାର କୋଟି ମଧ୍ୟରୁ ସର୍ବାଧିକ ୧୨ ହଜାର କୋଟି ଟଙ୍କା ଟିଭି ପ୍ରସାରଣ ଅଧିକାର ଏବଂ ପ୍ରାୟୋଜକମାନଙ୍କଠାରୁ ଆସିବ। ସେହିପରି ସ୍କ୍ରିନିଂ ଓ ଫୁଡ ଡେଲିଭରି କ୍ଷେତ୍ରରୁ ୫ ହଜାର କୋଟି, ଟିକଟ ବିକ୍ରି ବାବଦରୁ ୨୨୦୦ କୋଟି, ବିଦେଶୀ ପର୍ଯ୍ୟଟକଙ୍କ ମାଧ୍ୟମରେ ୬୦୦ କୋଟି ଏବଂ ଇଭେଣ୍ଟ ମ୍ୟାନେଜମେଣ୍ଟ କ୍ଷେତ୍ରରୁ ୧୦୦୦ କୋଟି ଆସିବ ବୋଲି ରିପୋର୍ଟରେ ଦର୍ଶାଯାଇଛି।

About The Author: The Sakala