ଦେଶରେ ହୋଲି ଉତ୍ସବ: ବ୍ୟବସାୟକୁ ନେଇ ନୂତନ ଉତ୍ସାହ ଓ ଆଶା ସୃଷ୍ଟି, ହେବ ୫୦ ହଜାର କୋଟିର କାରବାର

ନୂଆଦିଲ୍ଲୀ: ଚଳିତବର୍ଷ ହୋଲି ପାଇଁ ଦେଶର ବ୍ୟବସାୟୀମାନଙ୍କ ମଧ୍ୟରେ ବ୍ୟବସାୟକୁ ନେଇ ଏକ ନୂତନ ଉତ୍ସାହ ଓ ଆଶା ସୃଷ୍ଟି ହୋଇଛି। ଚଳିତ ବର୍ଷ ହୋଲିରେ ଗତ ବର୍ଷ ତୁଳନାରେ ସାରା ଦେଶରେ ବ୍ୟବସାୟରେ ପ୍ରାୟ ୫୦ ପ୍ରତିଶତ ବୃଦ୍ଧି ଘଟିବା ଆକଳନ କରାଯାଉଛି। ଏହି କାରଣରୁ ସାରା ଦେଶରେ ଏଥର ହୋଲିରେ ୫୦ ହଜାର କୋଟିରୁ ଅଧିକ ଟଙ୍କା ମୂଲ୍ୟର କାରବାର ହେବ ବୋଲି ଆକଳନ କରାଯାଇଛି। କେବଳ ଦିଲ୍ଲୀରେ ୫ ହଜାର କୋଟି ଟଙ୍କା […]

ନୂଆଦିଲ୍ଲୀ: ଚଳିତବର୍ଷ ହୋଲି ପାଇଁ ଦେଶର ବ୍ୟବସାୟୀମାନଙ୍କ ମଧ୍ୟରେ ବ୍ୟବସାୟକୁ ନେଇ ଏକ ନୂତନ ଉତ୍ସାହ ଓ ଆଶା ସୃଷ୍ଟି ହୋଇଛି। ଚଳିତ ବର୍ଷ ହୋଲିରେ ଗତ ବର୍ଷ ତୁଳନାରେ ସାରା ଦେଶରେ ବ୍ୟବସାୟରେ ପ୍ରାୟ ୫୦ ପ୍ରତିଶତ ବୃଦ୍ଧି ଘଟିବା ଆକଳନ କରାଯାଉଛି। ଏହି କାରଣରୁ ସାରା ଦେଶରେ ଏଥର ହୋଲିରେ ୫୦ ହଜାର କୋଟିରୁ ଅଧିକ ଟଙ୍କା ମୂଲ୍ୟର କାରବାର ହେବ ବୋଲି ଆକଳନ କରାଯାଇଛି। କେବଳ ଦିଲ୍ଲୀରେ ୫ ହଜାର କୋଟି ଟଙ୍କା ବ୍ୟବସାୟ ହେବାର ସମ୍ଭାବନା ରହିଛି।

ପୂର୍ବ ବର୍ଷ ପରି, କେବଳ ବ୍ୟବସାୟୀ ନୁହଁନ୍ତି ସାଧାରଣ ଲୋକେ ମଧ୍ୟ ଚାଇନା ସାମଗ୍ରୀକୁ ସମ୍ପୂର୍ଣ୍ଣ ଭାବେ ବର୍ଜ୍ଜନ କରିଛନ୍ତି। ଦେଶରେ ହୋଲି ସହ ଜଡିତ ସାମଗ୍ରୀର ଆମଦାନୀ ପ୍ରାୟ ୧୦ ହଜାର କୋଟି ଟଙ୍କା, ଯାହା ଏଥର ସମ୍ପୂର୍ଣ୍ଣ ଅବହେଳିତ ହୋଇଛି। ସର୍ବଭାରତୀୟ ବ୍ୟବସାୟୀ ମହାସଂଘ (ସିଏଆଇଟି)ର ଜାତୀୟ ସାଧାରଣ ସମ୍ପାଦକ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି ଯେ ଏଥର ହୋଲିରେ ଚାଇନାରେ ପ୍ରସ୍ତୁତ ସାମଗ୍ରୀକୁ ବ୍ୟବସାୟୀ ଏବଂ ଗ୍ରାହକମାନେ ବର୍ଜ୍ଜନ କରିଛନ୍ତି। ଏଥର ହର୍ବାଲ ରଙ୍ଗ ଏବଂ ଗୁଲାଲ, ପିଚକରୀ, ବେଲୁନ୍, ଚପଲ, ପୂଜା ସାମଗ୍ରୀ, ପୋଷାକ ଏବଂ ଅନ୍ୟାନ୍ୟ ସାମଗ୍ରୀ କେବଳ ଭାରତରେ ଉତ୍ପାଦିତ ହେଉଥିବାବେଳେ ମିଠା, ଶୁଖିଲା ଫଳ, ଉପହାର ସାମଗ୍ରୀ, ଫୁଲ ଏବଂ ଫଳ, ପୋଷାକ, ଆସବାବପତ୍ର କପଡା, ଖାଦ୍ୟ ସାମଗ୍ରୀ ଇତ୍ୟାଦି ଏଫ୍‌ଏମ୍‌ସିଜି ଉତ୍ପାଦ ଉପଭୋକ୍ତା ଦୀର୍ଘସ୍ଥାୟୀ ଏବଂ ଅନ୍ୟାନ୍ୟ ଉତ୍ପାଦର ମଧ୍ୟ ବଜାରରେ ପ୍ରବଳ ଚାହିଦା ଦେକÒବାକୁ ମିଳିଛି। ଖଣ୍ଡେଲୱାଲ କହିଛନ୍ତି ଯେ, ଚଳିତବର୍ଷ ଦିଲ୍ଲୀ ସମେତ ସାରା ଦେଶରେ ହୋଲି ଉତ୍ସବ ଆୟୋଜନ କରାଯାଉଛି। ଯେଉଁଥିପାଇଁ ଭୋଜି ହଲ୍, ଫାର୍ମ ହାଉସ୍, ହୋଟେଲ, ରେସ୍ତୋରାଁ ଏବଂ ପବ୍ଲିକ୍ ପାର୍କରେ ହୋଲି ଉତ୍ସବ ପାଳନ କରାଯାଉଛି।

କେବଳ ଦିଲ୍ଲୀରେ ୩ ହଜାରରୁ ଅଧିକ ଛୋଟ ଏବଂ ବଡ ହୋଲି ଉତ୍ସବ ଆୟୋଜନ କରାଯାଉଛି । ସମସ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଥିବା ଲୋକଙ୍କ ମୁହଁରେ ନୂତନ ଖୁସି ଏବଂ ଉତ୍ସାହର ବାତାବରଣ ଦୃଶ୍ୟମାନ ହେଉଛି। ହୋଲିର ପର୍ବ ଯେତିକି ପାଖେଇ ଆସୁଛି ଦିଲ୍ଲୀର ସମସ୍ତ ପାଇକାରୀ ଏବଂ ଖୁଚୁରା ବଜାର ସମ୍ପୂର୍ଣ୍ଣ ସଜାଯାଇଛି। ବଜାରଗୁଡିକ ମଧ୍ୟ ହୋଲି ରଙ୍ଗରେ ରଙ୍ଗୀନ ଦେଖାଯାଉଛି। ବଜାରରେ ବି ସପିଂ ବଢ଼ିଛି। ପୂର୍ବ ବର୍ଷ ତୁଳନାରେ ଚଳିତଥର ବେଲୁନ୍ ଏବଂ ପିଚକାରିର ଚାହିଦା ସାମାନ୍ୟ ଅଧିକ ରହିଛି। ଖଣ୍ଡେଲୱାଲ କହିଛନ୍ତି ଯେ ଏଥର ବିଭିନ୍ନ ପ୍ରକାରର ପିଚକାରୀ ବେଲୁନ୍ ଏବଂ ଅନ୍ୟାନ୍ୟ ଆକର୍ଷଣୀୟ ସାମଗ୍ରୀ ବଜାରକୁ ଆସିଛି। ୧୦୦ ରୁ ୩୫୦ଟଙ୍କା ପର୍ଯ୍ୟନ୍ତ ପ୍ରେସର ସ୍ପ୍ରେ ଉପଲବ୍ଧ ରହିଛି।

About The Author: The Sakala