ବ୍ୟାଙ୍କିଙ୍ଗ ଆଇନରେ ବଡ଼ ସଂଶୋଧନ: ଗୋଟିଏ ଆକାଉଣ୍ଟରେ ରଖିପାରିବେ ୪ ନୋମିନି..

ନୂଆଦିଲ୍ଲୀ: ବ୍ୟାଙ୍କ ଆକାଉଣ୍ଟ ଥିବା ସମସ୍ତ ଗ୍ରାହକଙ୍କ ବଡ଼ ଖବର। ସାଧାରତଃ ବ୍ୟାଙ୍କ ଆକାଉଣ୍ଟରେ ଗ୍ରାହକମାନେ ଜଣଙ୍କୁ ନୋମିନି ରଖିବାକୁ ସୁଯୋଗ ପାଇଥାନ୍ତି। ମାତ୍ର ଏଣିକି ଗ୍ରାହକମାନେ ସେମାନଙ୍କ ଆକାଉଣ୍ଟରେ ୪ ଜଣଙ୍କୁ ନୋମିନୀ ଭାବେ ରଖିପାରିବେ। ବ୍ୟାଙ୍କିଙ୍ଗ ଆଇନ ସହ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ସଂଶୋଧନକୁ ନିକଟରେ କେନ୍ଦ୍ର ବ୍ୟାାବିନେଟ୍‌ ଅନୁମୋଦନ କରିଛି। ଏଥିମଧ୍ୟରୁ ସବୁଠାରୁ ବିଶେଷ କଥା ହେଉଛି ବ୍ୟାଙ୍କ ଆକାଉଣ୍ଟ ପାଇଁ ୪ ଜଣ ନାମୀଦାମୀଙ୍କ ବିକଳ୍ପ। ଏହି ସଂଶୋଧନ ଅନୁସାରେ ଜଣେ […]

ନୂଆଦିଲ୍ଲୀ: ବ୍ୟାଙ୍କ ଆକାଉଣ୍ଟ ଥିବା ସମସ୍ତ ଗ୍ରାହକଙ୍କ ବଡ଼ ଖବର। ସାଧାରତଃ ବ୍ୟାଙ୍କ ଆକାଉଣ୍ଟରେ ଗ୍ରାହକମାନେ ଜଣଙ୍କୁ ନୋମିନି ରଖିବାକୁ ସୁଯୋଗ ପାଇଥାନ୍ତି। ମାତ୍ର ଏଣିକି ଗ୍ରାହକମାନେ ସେମାନଙ୍କ ଆକାଉଣ୍ଟରେ ୪ ଜଣଙ୍କୁ ନୋମିନୀ ଭାବେ ରଖିପାରିବେ। ବ୍ୟାଙ୍କିଙ୍ଗ ଆଇନ ସହ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ସଂଶୋଧନକୁ ନିକଟରେ କେନ୍ଦ୍ର ବ୍ୟାାବିନେଟ୍‌ ଅନୁମୋଦନ କରିଛି। ଏଥିମଧ୍ୟରୁ ସବୁଠାରୁ ବିଶେଷ କଥା ହେଉଛି ବ୍ୟାଙ୍କ ଆକାଉଣ୍ଟ ପାଇଁ ୪ ଜଣ ନାମୀଦାମୀଙ୍କ ବିକଳ୍ପ। ଏହି ସଂଶୋଧନ ଅନୁସାରେ ଜଣେ ନିଜ ଆକାଉଣ୍ଟରେ ୪ ଜଣଙ୍କୁ ନୋମିନି ରଖିପାରିବେ।

ପ୍ରଚଳିତ ବ୍ୟବସ୍ଥାରେ ବର୍ତ୍ତମାନ ସେଭିଙ୍ଗସ ଆକାଉଣ୍ଟ ବା ସଞ୍ଚୟ ଖାତା ଓ ସ୍ଥାୟୀ ଜମା ବା ଫ୍କ୍ସଡ ଡିପୋଜିଯଟ୍‌ ଉପରେ ବ୍ୟାଙ୍କ ଜଣଙ୍କୁ ନୋମିନି ରଖିବା ପାଇଁ ଅନୁମତି ଦେଉଥିବାବେଳେ ଆଗକୁ ନୋମିନୀଙ୍କ ସଂଖ୍ୟା ବଢ଼ିବ। ବ୍ୟାଙ୍କିଂ ଆଇନ ସହ ଜଡ଼ିତ ଅତିକମରେ ୬ଟି ସଂଶୋଧନକୁ କେନ୍ଦ୍ର କ୍ୟାବିନେଟ ମଞ୍ୁରୀ ପ୍ରଦାନ କରିଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବିଲ ଆଗତ କରିବା ପରେ ଏହି ନିୟମ ଲାଗୁ ହେବ। ଏକାଧିକ ନୋମିନୀ ବ୍ୟବସ୍ଥା ଲାଗୁ ହେବା ଫଳରେ ଆକାଉଣ୍ଟଧାରୀଙ୍କ ମୃତ୍ୟୁ ହେବା ପରେ ଆକାଉଣ୍ଟରେ ରହିଥିବା ଜମା ଅର୍ଥ ଜଏଣ୍ଟ ଆକାଉଣ୍ଟଧାରୀ ବା ଉତ୍ତରାଧିକାରୀଙ୍କୁ ମିଳିପାରିବ। ଏହି ପଦକ୍ଷେପ ଜରିଆରେ କେନ୍ଦ୍ର ସରକାର ଅଣଦାବିଦାର ଆକାଉଣ୍ଟ ସଂଖ୍ୟାକୁ ହ୍ରାସ କରିବାକୁ ଚାହୁଁଛନ୍ତି। ଗତ ମାର୍ଚ୍ଚ ମାସ ଶେଷ ସୁଦ୍ଧା ଏଭଳି ଆକାଉଣ୍ଟରେ ୭୮ ହଜାର କୋଟି ଟଙ୍କା ରହିଥିଲା। ସବୁଠାରୁ ବଡ଼ କଥା ହେଉଛି, ଏହି ପର୍ଯ୍ୟାପ୍ତ ପରିମାଣର ଅର୍ଥର କୌଣସି ଦାବିଦାର ନାହାନ୍ତି। ଏହାର ବଡ଼ କାରଣ ହେଉଛି ଆକାଉଣ୍ଟରେ କେବଳ ଜଣେ ମାତ୍ର ନୋମିନି। ଯଦି କୌଣସି ସ୍ଥିତିରେ ନୋମିନିଙ୍କର ମୃତ୍ୟୁ ହୋଇଯାଏ ତେବେ ତାଙ୍କ ପରେ ଉକ୍ତ ଅର୍ଥକୁ କ୍ଲେମ ବା ଦାବି କରିବାକୁ କେହି ଦାବିଦାର ନଥାନ୍ତି। ଯଦି ୪ ଜଣ ନୋମିନି ରହିବେ ତେବେ ଗ୍ରାହକ ବା ୧ ନମ୍ବର ନୋମିନିଙ୍କ ମୃତ୍ୟୁ ଘଟିଲେ ବି ଆଉ ୩ ଜଣ ନୋମିନି ରହିଥÒବେ। ଅନେକ କ୍ଷେତ୍ରରେ ପତ୍ନୀ-ପତ୍ନୀ ଉଭୟେ ଉଭୟଙ୍କୁ ନୋମିନୀ ରଖିଥାନ୍ତି। ତେଣୁ ଏଭଳି ସ୍ଥିତିରେ ଉଭୟେ କୌଣସି କାରଣରୁ ପ୍ରାଣ ହରାଇଲେ ତାଙ୍କ ଆକାଉଣ୍ଟରେ କେହି ଦାବିଦାର ନ ଥାନ୍ତି। ତେଣୁ ନୋମିନି ସଂଖ୍ୟା ୪ କରିବା ନେଇ ବିଚାର କରାଯାଉଛି।

About The Author: The Sakala