ଅନ୍‌ଲାଇନ୍‌ରେ ଖାଦ୍ୟ ମଗାଇଲେ ୧୮% ଜିଏସ୍‌ଟି

ନୂଆଦିଲ୍ଲୀ : ପାର୍ବଣ ଋତୁ ପୂର୍ବରୁ ଜୋମାଟୋ, ସ୍ୱିଗୀ ଏବଂ ମ୍ୟାଜିକ୍‌ପିନ୍ ଭଳି ଅନ୍‌ଲାଇନ୍ ଫୁଡ୍ ଏଗ୍ରିଗେଟରମାନେ ସେମାନଙ୍କର ଗ୍ରାହକଙ୍କୁ ଏକ ବଡ଼ ଝଟ୍‌କା ଦେଇଛନ୍ତି। ଏହି କମ୍ପାନୀଗୁଡ଼ିକ ପ୍ଲାଟଫର୍ମ ଫି ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ଯାହାଫଳ॥େର ସାରା ଦେଶର ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଅନ୍‌ଲାଇନରେ ଖାଦ୍ୟ ଅର୍ଡର କରିବା ମହଙ୍ଗା ହୋଇଯିବ। କାରଣ ସେପ୍ଟେମ୍ବର ୨୨ ରୁ ଅନ୍‌ଲାଇନ୍ ଫୁଡ୍ ଡେଲିଭରି ଚାର୍ଜ ଉପରେ ୧୮% ଦ୍ରବ୍ୟ ଏବଂ ସେବା ଟିକସ (ଜିଏସ୍‌ଟି) […]

ନୂଆଦିଲ୍ଲୀ : ପାର୍ବଣ ଋତୁ ପୂର୍ବରୁ ଜୋମାଟୋ, ସ୍ୱିଗୀ ଏବଂ ମ୍ୟାଜିକ୍‌ପିନ୍ ଭଳି ଅନ୍‌ଲାଇନ୍ ଫୁଡ୍ ଏଗ୍ରିଗେଟରମାନେ ସେମାନଙ୍କର ଗ୍ରାହକଙ୍କୁ ଏକ ବଡ଼ ଝଟ୍‌କା ଦେଇଛନ୍ତି। ଏହି କମ୍ପାନୀଗୁଡ଼ିକ ପ୍ଲାଟଫର୍ମ ଫି ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ଯାହାଫଳ॥େର ସାରା ଦେଶର ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଅନ୍‌ଲାଇନରେ ଖାଦ୍ୟ ଅର୍ଡର କରିବା ମହଙ୍ଗା ହୋଇଯିବ।

କାରଣ ସେପ୍ଟେମ୍ବର ୨୨ ରୁ ଅନ୍‌ଲାଇନ୍ ଫୁଡ୍ ଡେଲିଭରି ଚାର୍ଜ ଉପରେ ୧୮% ଦ୍ରବ୍ୟ ଏବଂ ସେବା ଟିକସ (ଜିଏସ୍‌ଟି) ଲାଗୁ ହେବାକୁ ଯାଉଛି। ସ୍ୱିଗୀ କିଛି ନିର୍ଦ୍ଦିଷ୍ଟ ବଜାରରେ ଜିଏସ୍‌ଟି ସହିତ ଏହାର ପ୍ଲାଟଫର୍ମ ଚାର୍ଜ ୧୫ ଟଙ୍କାକୁ ବୃଦ୍ଧି କରିଛି। ପ୍ରତିଦ୍ୱନ୍ଦ୍ୱୀ ଜୋମାଟୋ ମଧ୍ୟ ଏହାର ଶୁଳ୍କ ୧୨.୫୦ ଟଙ୍କା (ଜିଏସ୍‌ଟି ବ୍ୟତୀତ) ବୃଦ୍ଧି କରିଛି, ଯେତେବେଳେ କି ତୃତୀୟ ବୃହତ୍‌ ଖାଦ୍ୟ ବିତରଣକାରୀ କମ୍ପାନୀ ମ୍ୟାଜିକ୍‌ପିନ୍ ମଧ୍ୟ ଏହାର ପ୍ଲାଟଫର୍ମ ଶୁଳ୍କ ଅର୍ଡର ପିଛା ୧୦ ଟଙ୍କାକୁ ସଂଶୋଧନ କରିଛି। ଯାହାଫଳରେ ସେପ୍ଟେମ୍ବର ୨୨ରୁ ଡେଲିଭରି ଶୁଳ୍କ ଉପରେ ଲାଗୁ ହେବାକୁ ଥିବା ୧୮% ଜିଏସ୍‌ଟି ଜୋମାଟୋ ବ୍ୟବହାରକାରୀଙ୍କ ଉପରେ ଅର୍ଡର ପିଛା ପ୍ରାୟ ୨ ଟଙ୍କା ଏବଂ ସ୍ୱିଗୀ ଗ୍ରାହକଙ୍କ ପାଇଁ ୨.୬ ଟଙ୍କା ଅତିରିକ୍ତ ବୋଝ ପକାଇବ। ଏ ସମ୍ପର୍କରେ ସ୍ୱିଗୀ ଏବଂ ଜୋମାଟୋ ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ବିବୃତ୍ତି ଦିଆଯାଇନାହିଁ।

About The Author: The Sakala