ଚାଷୀଙ୍କୁ ବିନା ଗ୍ୟାରେଣ୍ଟିରେ ମିଳିବ ୨ ଲକ୍ଷ ଋଣ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଗଭର୍ଣ୍ଣର ଶକିକାନ୍ତ ଦାସ ତାଙ୍କର ଶେଷ ମୁଦ୍ରାନୀତି କମିଟି (ଏମ୍‌ପିସି) ବୈଠକରେ ଚାଷୀଙ୍କୁ ବଡ଼ ଭେଟି ଦେଇଛନ୍ତି। ଦରଦାମ ବୃଦ୍ଧିରୁ ଚାଷୀଙ୍କୁ ଆଶ୍ୱସ୍ତି ଦେବା ଲାଗି ବିନା ଗ୍ୟାରେଣ୍ଟିରେ ଏଣିକି ଦୁଇ ଲକ୍ଷ ଟଙ୍କା ଯାଏ ଋଣ ଦିଆଯିବ ବୋଲି ଆରବିଆଇ ଘୋଷଣା କରିଛି। ବର୍ତ୍ତମାନ ଯାଏ ଏହି ସୀମା ୧.୬ ଲକ୍ଷ ଟଙ୍କା ରହିଥିଲା। ଦର ଦାମ୍‌ବୃଦ୍ଧି ଏବଂ ଚାଷରେ ବ୍ୟବହାର ହେଉଥିବା କଞ୍ଚା ମାଲର ଖର୍ଚ୍ଚ ବୃଦ୍ଧିକୁ ଦେଖି […]

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଗଭର୍ଣ୍ଣର ଶକିକାନ୍ତ ଦାସ ତାଙ୍କର ଶେଷ ମୁଦ୍ରାନୀତି କମିଟି (ଏମ୍‌ପିସି) ବୈଠକରେ ଚାଷୀଙ୍କୁ ବଡ଼ ଭେଟି ଦେଇଛନ୍ତି। ଦରଦାମ ବୃଦ୍ଧିରୁ ଚାଷୀଙ୍କୁ ଆଶ୍ୱସ୍ତି ଦେବା ଲାଗି ବିନା ଗ୍ୟାରେଣ୍ଟିରେ ଏଣିକି ଦୁଇ ଲକ୍ଷ ଟଙ୍କା ଯାଏ ଋଣ ଦିଆଯିବ ବୋଲି ଆରବିଆଇ ଘୋଷଣା କରିଛି। ବର୍ତ୍ତମାନ ଯାଏ ଏହି ସୀମା ୧.୬ ଲକ୍ଷ ଟଙ୍କା ରହିଥିଲା। ଦର ଦାମ୍‌ବୃଦ୍ଧି ଏବଂ ଚାଷରେ ବ୍ୟବହାର ହେଉଥିବା କଞ୍ଚା ମାଲର ଖର୍ଚ୍ଚ ବୃଦ୍ଧିକୁ ଦେଖି ଗ୍ୟାରେଣ୍ଟି ଫ୍ରି କୃଷି ଋଣକୁ ୨ ଲକ୍ଷ ଟଙ୍କା କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ପରେ ଆର୍ଥିକ ସଂସ୍ଥାଗୁଡ଼ିକରୁ ଋଣ ନେଉଥିବା ଚାଷୀଙ୍କ ଋଣ ପରିଧି ବଢିବ। ୨୦୧୦ରେ ଆରବିଆଇ କୃଷି କ୍ଷେତ୍ରକୁ ବିନା କୌଣସି ଗ୍ୟାରେଣ୍ଟିରେ ଏକ ଲକ୍ଷ ଟଙ୍କା ଯାଏ ଋଣ ଦେବାକୁ ସ୍ଥିର କରିଥିଲା। ୨୦୧୯ରେ ଏହାର ସୀମାକୁ ବଢାଇ ୧.୬ ଲକ୍ଷ ଟଙ୍କା କରାଯାଇଥିଲା। ନୂଆ ନିଷ୍ପତ୍ତି ସଂକ୍ରାନ୍ତରେ ଖୁବଶୀଘ୍ର ସର୍କୁଲାର ଜାରି କରାଯିବ ବୋଲି ଆରବିଆଇ ଗଭର୍ଣ୍ଣର କହିଛନ୍ତି ।

About The Author: The Sakala