ଏନ୍‌ପିସିଆଇକୁ ଆରବିଆଇର ନିର୍ଦ୍ଦେଶ: ବଜାୟ ରହିବ ପେଟିଏମ୍‌ର ୟୁପିଆଇ ସେବା !

ନୂଆଦିଲ୍ଲୀ: ଶେଷରେ ପେଟିଏମ୍‌ ଗ୍ରାହକଙ୍କୁ ମିଳିଛି ଆଶ୍ୱସ୍ତି। ପେଟିଏମ୍‌ର ୟୁପିଆଇ ସେବା ବଜାୟ ରଖିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଆଜି ନିର୍ଦ୍ଦେଶନାମା ଜାରି କରିଛି। ଏ ନେଇ ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍‌ ଅଫ୍‌ ଇଣ୍ଡିଆ (ଏନ୍‌ପିସିଆଇ)କୁ କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟ ଏକ ଘଟଣାକ୍ରମେ ଆଜି ପେଟିଏମର ମୂଳ କମ୍ପାନୀ ୱାନ୍‌୯୭ କମ୍ୟୁନିକେସନ୍ସ ପକ୍ଷରୁ  ଥାର୍ଡ ପାର୍ଟି ଆପ୍‌ ହେବାକୁ ଆର୍‌ବିଆଇକୁ ଅନୁରୋଧ କରାଯାଇଛି। କାରଣ ଏପରି କଲେ ହିଁ ପ୍ଲାଟଫର୍ମରେ […]

ନୂଆଦିଲ୍ଲୀ: ଶେଷରେ ପେଟିଏମ୍‌ ଗ୍ରାହକଙ୍କୁ ମିଳିଛି ଆଶ୍ୱସ୍ତି। ପେଟିଏମ୍‌ର ୟୁପିଆଇ ସେବା ବଜାୟ ରଖିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଆଜି ନିର୍ଦ୍ଦେଶନାମା ଜାରି କରିଛି। ଏ ନେଇ ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍‌ ଅଫ୍‌ ଇଣ୍ଡିଆ (ଏନ୍‌ପିସିଆଇ)କୁ କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟ ଏକ ଘଟଣାକ୍ରମେ ଆଜି ପେଟିଏମର ମୂଳ କମ୍ପାନୀ ୱାନ୍‌୯୭ କମ୍ୟୁନିକେସନ୍ସ ପକ୍ଷରୁ  ଥାର୍ଡ ପାର୍ଟି ଆପ୍‌ ହେବାକୁ ଆର୍‌ବିଆଇକୁ ଅନୁରୋଧ କରାଯାଇଛି। କାରଣ ଏପରି କଲେ ହିଁ ପ୍ଲାଟଫର୍ମରେ ନିରବଚ୍ଛିନ୍ନ ଭାବରେ ୟୁପିଆଇ ନେଣଦେଣ ଜାରି ରହିପାରିବ।

ପେଟିଏମ୍‌ର ଏହି ଅନୁରୋଧର ଯାଞ୍ଚ ପାଇଁ ଏନପିସିଆଇକୁ ଆର୍‌ବିଆଇ ନିର୍ଦ୍ଦେଶ ଦେଇଛି।   ଏଥିସହ ରିଜର୍ଭ ବ୍ୟାଙ୍କ ଏନପିସିଆଇକୁ ପେଟିଏମ ଆପ୍‌ରେ ୟୁପିଆଇ ପରିଚାଳନା ଜାରି ରଖିବା ପାଇଁ ସାହାଯ୍ୟ କରିବାକୁ କହିଛି। ଏହାସହ ଆରବିଆଇ ଏନ୍‌ପିସିଆଇକୁ ଜଣେ ପରାମର୍ଶଦାତା ନିଯୁକ୍ତ କରିବାକୁ କହିଛି। ଏନପିସିଆଇକୁ ଆରବିଆଇ ଜାରି କରିଥିବା ଏକ ମାର୍ଗଦର୍ଶିକାରେ  କହିଛି ଯେ, ପେଟିଏମ ଆପ୍‌ରେ ୟୁପିଆଇ ସେବା ଜାରି ରଖିବା ପାଇଁ ଏନପିସିଆଇ ଉଚ୍ଚ ନେଣଦେଣ କ୍ଷମତା ରଖୁଥିବା ୪-୫ ବ୍ୟାଙ୍କର ସୁବିଧା ଦେଉ। ଯଦି ଏ ନେଇ ଏନ୍‌ପିସିଆଇର ଅନୁମୋଦନ ପ୍ରଦାନ କରେ ତେବେ ପେଟିଏମ୍ ଆପ୍ ମାଧ୍ୟମରେ ୟୁପିଆଇ କାରବାର ଅକ୍ଷୁର୍ଣ୍ଣ ରହିବ। ସୂଚନାଯୋଗ୍ୟ ଯେ ଆରବିଆଇର ନିର୍ଦ୍ଦେଶ ଅନୁଯାୟୀ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ମାର୍ଚ୍ଚ ୧୫ରୁ ବନ୍ଦ ରହିବ। ଏପରି ପରିସ୍ଥିତିରେ, କୌଣସି ପ୍ରକାର ବିନା ପ୍ରତିବନ୍ଧକରେ ୟୁପିଆଇ ସେବା ବଜାୟ ରଖିବାକୁ ଆରବିଆଇ ଏନ୍‌ପିସିଆଇକୁ ନିର୍ଦ୍ଦେଶ ଦେଇଛି। କାରବାରକୁ ବଜାୟ ରଖିବା ପାଇଁ ପେଟିଏମକୁ ଏକ ତୃତୀୟ ପକ୍ଷ ଆବେଦନ ପ୍ରଦାନକାରୀ (ଟିପିଏପି) ହେବାକୁ ପଡିବ, ଯାହାର ସୁବିଧା ଏନ୍‌ପିସିଆଇ ଅନୁମୋଦିତ ବ୍ୟାଙ୍କଗୁଡିକ ଦ୍ୱାରା ପ୍ରଦାନ କରାଯିବ।

ଆର୍‌ବିଆଇ ଏହାର ନିର୍ଦ୍ଦେଶନାମାରେ କହିଛି ଯେ, ୱାନ୍‌୯୭ କମ୍ୟୁନିକେସନ୍ସ ଟିପିଏପିର ଷ୍ଟାଟସ୍‌ ଦେବ। ଅପରପକ୍ଷେ ପେଟିଏମ୍ କ୍ୟୁଆର୍‌ କୋଡ୍ ବ୍ୟବହାର କରୁଥିବା ବ୍ୟବସାୟୀମାନେ  ୱାନ୍‌୯୭ କମ୍ୟୁନିକେସନ୍ସ କିମ୍ବା ଅଧିକ ପେମେଣ୍ଟ ସେବା ପ୍ରଦାନକାରୀ (ପିଏସ୍‌ପି) ବ୍ୟାଙ୍କ ସହ ସେଟେଲମେଣ୍ଟ ଆକାଉଣ୍ଟ ଖୋଲିପାରିବେ। ଆରବିଆଇ ଆହୁରିମଧ୍ୟ କହିଛି ଯେ ଉପରୋକ୍ତ ୟୁପିଆଇ ହ୍ୟାଣ୍ଡେଲର ସ୍ଥାନାନ୍ତରଣ କେବଳ ଏପରି ଗ୍ରାହକ ଏବଂ ବଣିକମାନଙ୍କ ପାଇଁ ପ୍ରଯୁଜ୍ୟ, ଯେଉଁମାନଙ୍କ ପାଖରେ ୟୁପିଆଇ ହ୍ୟାଣ୍ଡେଲ ‘@ ପେଟିଏମ୍’ ରହିଛି। ତେବେ ଅନ୍ୟମାନେ ଅର୍ଥାତ୍‌ ଯେଉଁମାନଙ୍କର ୟୁପିଆଇ ଆଇଡି ଅଛି କିମ୍ବା ‘‘@ପେଟିଏମ୍ ‘ ବ୍ୟତୀତ ଅନ୍ୟ କୌଣସି ହ୍ୟାଣ୍ଡେଲ ରହିଛି, ସୋମନଙ୍କ ପାଇଁ କୌଣସି ପରିବର୍ତ୍ତନ କିମ୍ବା କାର୍ଯ୍ୟ ଆବଶ୍ୟକ ନାହିଁ।  ଏହାର ଅର୍ଥ ହେଉଛି ଯେ ‘@ପେଟିଏମ୍’ ହ୍ୟାଣ୍ଡେଲକୁ ଅନ୍ୟ ବ୍ୟାଙ୍କକୁ କୌଣସି ଅସୁବିଧା ବିନା ସ୍ଥାନାନ୍ତର କରାଯାଇପାରିବ। ଏଥିପାଇଁ ଏନ୍‌ପିସିଆଇ ୪-୫ ବ୍ୟାଙ୍କର ପ୍ରମାଣପତ୍ର ଦେଇପାରେ।

About The Author: The Sakala