ନୂଆଦିଲ୍ଲୀ: ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ) ୟୁଏଏନ୍ ଆକ୍ଟିଭେସନ୍ ଏବଂ ଆଧାର ସିଡିଂ ସମୟସୀମାରେ ବୃଦ୍ଧି ଘଟାଇଛି। ଇପିଏଫ୍ଓ ପକ୍ଷରୁ ବ୍ୟାଙ୍କରେ ୟୁନିଭର୍ସାଲ ଆକାଉଣ୍ଟ ନମ୍ବର ଆକ୍ଟିଭେସନ୍ ଏବଂ ଆଧାର ସିଡିଂ ଅବଧିକୁ ମାର୍ଚ୍ଚ ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ବିଭିନ୍ନ ଯୋଜନାର ଲାଭ ପାଇବା ପାଇଁ ଇପିଏଫ୍ଓ ଏହାକୁ ଶୀଘ୍ର ସକ୍ରିୟ କରିବାକୁ କହିଥିଲା। ବିଭିନ୍ନ ଯୋଜନାର ଲାଭ ପାଇବା ପାଇଁ ଇପିଏଫ୍ଓ ଏହାକୁ ଶୀଘ୍ର ସକ୍ରିୟ କରିବାକୁ କହିଥିଲା।
ଏଠାରେ ସୂଚନାଯୋଗ୍ୟ ଯେ, ୟୁଏଏନ୍ ନମ୍ବର ହେଉଛି ୧୨ ଅଙ୍କ ବିଶିଷ୍ଟ। ଏହା ମାଧ୍ୟମରେ କର୍ମଚାରୀମାନେ ସେମାନଙ୍କର ପିଏଫ୍ ଆକାଉଣ୍ଟ ସହ ଜଡିତ ସମସ୍ତ ସୂଚନା ଟ୍ରାକ୍ କରିପାରିବେ। ପିଏଫ୍ ଆକାଉଣ୍ଟ ସୂଚନା ଠାରୁ ଆରମ୍ଭ କରି ପାସବୁକ୍ ଡାଉନଲୋଡ୍ କରିବା ପର୍ଯ୍ୟନ୍ତ ଏଥିରେ ଅନ୍ତର୍ଭୁକ୍ତ। ଏହା ଜରିଆରେ ଆପଣ ପିଏଫ୍ ଅର୍ଥ ମଧ୍ୟ ଉଠାଇପାରିବେ କିମ୍ବା ସ୍ଥାନାନ୍ତର କରିପାରିବେ। କର୍ମଚାରୀ ଜମା-ସଂଯୁକ୍ତ ବୀମା ଯୋଜନା ଅଧୀନରେ ବୀମା କଭରେଜ୍ ପାଇବା ପାଇଁ ୟୁଏଏନ୍ ଆକ୍ଟିଭେସନ୍ ମଧ୍ୟ ଆବଶ୍ୟକ।