ଫଲୋଅରଙ୍କ କଥା ରଖିଲେ ଏଲନ ମସ୍କ, ଟେସଲା ସେୟାରରୁ ୧୦% ବିକିଲେ

ସାନକର୍ଲୋସ୍: ନିଜେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛନ୍ତି ଟେସ୍‌ଲା ସିଇଓ ଏଲନ ମସ୍କ। ମସ୍କ ଟେସ୍‌ଲାର ୧୦% ସେୟାର ବିକ୍ରି କରିଦେଇଛନ୍ତି। ସେ ଟେସ୍‌ଲାର ୧.୧ ବିଲିୟନ ସେୟାରରୁ ୯ ଲକ୍ଷ ୩୦ ହଜାର ସେୟାର ବିକ୍ରି କରିଛନ୍ତି। ଯାହା ତାଙ୍କ ମୋଟ ଷ୍ଟକର ୧୦ ପ୍ରତିଶତ । ଏହା ସତ୍ତ୍ବେ ମସ୍କଙ୍କ ନିକଟରେ ଏବେ ବି ଟେସ୍‌ର ୧୭୦ ନିୟୁତରୁ ଅଧୂକ ସେୟାର ରହିଛି। ଟେସ୍‌ଲା ସିଇଓ କିଛିଦିନ ପୂର୍ବେ ତାଙ୍କ ଟ୍ଵିଟ୍‌ରେ ଏକ ପୋଷ୍ଟ […]

ସାନକର୍ଲୋସ୍: ନିଜେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛନ୍ତି ଟେସ୍‌ଲା ସିଇଓ ଏଲନ ମସ୍କ। ମସ୍କ ଟେସ୍‌ଲାର ୧୦% ସେୟାର ବିକ୍ରି କରିଦେଇଛନ୍ତି। ସେ ଟେସ୍‌ଲାର ୧.୧ ବିଲିୟନ ସେୟାରରୁ ୯ ଲକ୍ଷ ୩୦ ହଜାର ସେୟାର ବିକ୍ରି କରିଛନ୍ତି। ଯାହା ତାଙ୍କ ମୋଟ ଷ୍ଟକର ୧୦ ପ୍ରତିଶତ । ଏହା ସତ୍ତ୍ବେ ମସ୍କଙ୍କ ନିକଟରେ ଏବେ ବି ଟେସ୍‌ର ୧୭୦ ନିୟୁତରୁ ଅଧୂକ ସେୟାର ରହିଛି। ଟେସ୍‌ଲା ସିଇଓ କିଛିଦିନ ପୂର୍ବେ ତାଙ୍କ ଟ୍ଵିଟ୍‌ରେ ଏକ ପୋଷ୍ଟ କରିଥିଲେ। ଯେଉଁଥିରେ ସେ ତାଙ୍କ ଫଲୋଅରଙ୍କୁ କମ୍ପାନୀରେ ଥିବା ତାଙ୍କ ସେୟାରର ୧୦ ପ୍ରତିଶତ ବିକ୍ରି କରିଦେବା ଆବଶ୍ୟକ କି ବୋଲି ରାୟ ମାଗିଥିଲେ।

ଏହି ପୋଷ୍ଟରେ ସେ ଏହା ବି ଉଲ୍ଲେଖ କରିଥିଲେ ଯେ, ଏହି ପୋଲରୁ ଫଳାଫଳ ଯାହାବି ଆସିବ ସେ ତାକୁ ନିଶ୍ଚିତ ପାଳନ କରିବେ। ଏବେ ସେୟା ହିଁ ହେଲା। ଫଲୋଅରମାନେ ତାଙ୍କ ସେୟାରରୁ ୧୦ ପ୍ରତିଶତ ବିକ୍ରି କରିବା ଆବଶ୍ଯକ ବୋଲି ମସ୍କଙ୍କୁ ମତ ଦେଇଥିଲେ। ସେହି ଅନୁସାରେ ସେ ଟେସ୍‌ଲା ସେୟାରରୁ ୯ଲକ୍ଷ ୩୦ ହଜାର ସେୟାର ବିକିଛନ୍ତି । କେତେକ ଡେମୋକ୍ରାଟ ସଦସ୍ୟ ଅବାସ୍ତବିକ ପୁଞ୍ଜିଗତ ଆୟ ଉପରେ ଟିକସ ଲଗାଇ ଆମେରିକାର ଧନୀକଙ୍କଠାରୁ ନୂଆ ଶୁଳ୍କ ଆଦାୟ କରିବାକୁ ଚାହୁଁଛନ୍ତି। ଏହିକ୍ରମରେ ବିଲିୟନେୟାରଙ୍କ ଉପରେ ଟିକସ ବଢାଇବା ଲାଗି ୱାଶିଂଟନର ନିଷ୍ପତ୍ତି ପରିପ୍ରେକ୍ଷୀରେ ମସ୍କ ଏହି ପୋଲ ପୋଷ୍ଟ କରିଥିଲେ । ଏଣୁ ଟିକସରୁ ବର୍ତ୍ତିବା ଲାଗି ଆମେରିକୀୟ ଧନୀକମାନେ ଏବେ ନାନା ଉପାୟ କରୁଛନ୍ତି। ଏଥିରେ ମୋଟ ସାଢେ ୩ଲକ୍ଷ ଭୋଟ ପଡିଥିଲା। ସେଥିରୁ ୫୭୯ ପ୍ରତିଶତ ଲୋକେ ସେୟାର ବିକ୍ରି ସପକ୍ଷରେ ମତଦାନ କରିଥିବାବେଳେ ୪୨ ୧ ପ୍ରତିଶତ ସହମତ ହୋଇ ନ ଥିଲେ |

About The Author: The Sakala