ଡାକଘର ସଞ୍ଚୟ ଯୋଜନା: ରିଟର୍ଣ୍ଣରୁ ନିବେଶକ ମାଲେମାଲ୍‌, ମିଳୁଛି ଟିକସ ଛାଡ ସହିତ ଅଧିକ ସୁଧ

ନୂଆଦିଲ୍ଲୀ: ସମ୍ପ୍ରତି ଆକ୍ସିସ୍, ଆଇସିଆଇସିଆଇ ଏବଂ କାନାରା ବ୍ୟାଙ୍କ ସମେତ ଅନେକ ବ୍ୟାଙ୍କ ସ୍ଥାୟୀ ଜମା (ଏଫଡି) ଉପରେ ସୁଧ ହାରରେ ବୃଦ୍ଧି କରିଛନ୍ତି। ଅବଶ୍ୟ, ଏହାପରେ ମଧ୍ୟ ଅନେକ ଡାକଘର ଯୋଜନା ଅଛି ଯେଉଁଥିରେ ଆପଣ ଏଫ୍‌ଡି ଅପେକ୍ଷା ଅଧିକ ସୁଧ ସହିତ ଆୟକର ଛାଡ ସୁବିଧା ପାଇପାରିବେ। ଆୟକର ଅଧିନିୟମର ଧାରା ୮୦ସି ଅନୁଯାୟୀ, ଆପଣ ଏହି ଡାକଘର ଯୋଜନାଗୁଡିକରେ ଅର୍ଥ ବିନିଯୋଗ କରି ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟିକସ ସଞ୍ଚୟ କରିପାରିବେ। […]

ନୂଆଦିଲ୍ଲୀ: ସମ୍ପ୍ରତି ଆକ୍ସିସ୍, ଆଇସିଆଇସିଆଇ ଏବଂ କାନାରା ବ୍ୟାଙ୍କ ସମେତ ଅନେକ ବ୍ୟାଙ୍କ ସ୍ଥାୟୀ ଜମା (ଏଫଡି) ଉପରେ ସୁଧ ହାରରେ ବୃଦ୍ଧି କରିଛନ୍ତି। ଅବଶ୍ୟ, ଏହାପରେ ମଧ୍ୟ ଅନେକ ଡାକଘର ଯୋଜନା ଅଛି ଯେଉଁଥିରେ ଆପଣ ଏଫ୍‌ଡି ଅପେକ୍ଷା ଅଧିକ ସୁଧ ସହିତ ଆୟକର ଛାଡ ସୁବିଧା ପାଇପାରିବେ। ଆୟକର ଅଧିନିୟମର ଧାରା ୮୦ସି ଅନୁଯାୟୀ, ଆପଣ ଏହି ଡାକଘର ଯୋଜନାଗୁଡିକରେ ଅର୍ଥ ବିନିଯୋଗ କରି ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟିକସ ସଞ୍ଚୟ କରିପାରିବେ। ଡାକଘର ଦ୍ୱାରା ପରିଚାଳିତ ଏହି ୫ଟି ଯୋଜନା ହେଉଛି, ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା (ଏସ୍‌ସିଏସ୍‌ଏସ୍‌), ଜାତୀୟ ସଞ୍ଚୟ ପ୍ରମାଣପତ୍ର (ଏନ୍‌ଏସ୍‌ସି), ଅବଧି ଜମା ଯୋଜନା ଏବଂ ପବ୍ଲିକ୍ ପ୍ରୋଭିଡେଣ୍ଟ ଫଣ୍ଡ୍‌ (ପିପିଏଫ୍)।

ସୁକନ୍ୟା ସମୃଦ୍ଧି ଯୋଜନା

ଏହି ଯୋଜନା ଅଧୀନରେ ଏକ କନ୍ୟା ସନ୍ତାନର ଜନ୍ମ ହେବା ପରେ ୧୦ ବର୍ଷ ବୟସ ପୂର୍ବରୁ ତାଙ୍କର ଆକାଉଣ୍ଟ ଖୋଲାଯାଇପାରିବ। ଆପଣ ଏହି ଆକାଉଣ୍ଟକୁ ମାତ୍ର ୨୫୦ ଟଙ୍କା ଦେଇ ଖୋଲିପାରିବେ। ଏଥିରେ ବାର୍ଷିକ ୭.୬% ସୁଧ ହାର ମିଳିବ। ଚଳିତ ଆର୍ଥିକବର୍ଷରେ ସୁକନ୍ୟା ସମୃଦ୍ଧି ଯୋଜନା ଅଧୀନରେ ସର୍ବାଧିକ ୧.୫ ଲକ୍ଷ ଟଙ୍କା ଜମା କରାଯାଇପାରିବ। ବ୍ୟାଙ୍କର ଯେ କୌଣସି ଡାକଘର କିମ୍ବା ପ୍ରାଧିକୃତ ଶାଖାରେ ଏହାର ଆକାଉଣ୍ଟ ଖୋଲାଯାଇପାରିବ।

ଜାତୀୟ ସଞ୍ଚୟ ପ୍ରମାଣପତ୍ର(ଏନ୍‌ଏସ୍‌ସି)

ଡାକଘର ଜାତୀୟ ସଞ୍ଚୟ ପ୍ରମାଣପତ୍ର (ଏନ୍‌ଏସ୍‌ସି)ରେ ଅର୍ଥ ବିନିଯୋଗ ଉପରେ ବର୍ତ୍ତମାନ ବାର୍ଷିକ ୭% ସୁଧ ମିଳୁଛି। ଏଥିରେ ବାର୍ଷିକ ଭିତ୍ତିରେ ସୁଧ ହିସାବ କରାଯାଏ, କିନ୍ତୁ ସୁଧର ପରିମାଣ କେବଳ ବିନିଯୋଗ ଅବଧି ପରେ ଦିଆଯାଏ। ଏକ ଏନ୍‌ଏସ୍‌ସି ଖାତା ଖୋଲିବାକୁ ଆପଣଙ୍କୁ ସର୍ବନିମ୍ନ ୧୦୦୦ ଟଙ୍କା ବିନିଯୋଗ କରିବାକୁ ପଡିବ। ଆପଣ ଏନ୍‌ଏସ୍‌ସିରେ ଯେକୌଣସି ରାଶି ବିନିଯୋଗ କରିପାରିବେ। ଏଥିରେ କୌଣସି ସର୍ବାଧିକ ବିନିଯୋଗ ସୀମା ନାହିଁ।

ପବ୍ଲିକ୍ ପ୍ରୋଭିଡେଣ୍ଟ ଫଣ୍ଡ୍‌

ଡାକଘର ପବ୍ଲିକ୍ ପ୍ରୋଭିଡେଣ୍ଟ ଫଣ୍ଡ୍‌ (ପିପିଏଫ୍) ଜମା ଉପରେ ବର୍ତ୍ତମାନ ୭.୧% ସୁଧହାର ମିଳିଥାଏ। ଜମା ଉପରେ ସୁଧ ହାର ବାର୍ଷିକ ଭିତ୍ତିରେ ହିସାବ କରାଯାଏ, ଯାହାର ଅର୍ଥ ହେଉଛି ଏହା ପ୍ରତିବର୍ଷ ମୂଳ ରାଶି ସହିତ ଯୋଡା ଯାଇଥାଏ। ପିପିଏଫ୍‌ରେ ମିଳୁଥିବା ଛାଡ ‘ଇଇଇ’ ବର୍ଗ ଅଧୀନରେ ଆସିଥାଏ। ଏହାର ଅର୍ଥ ହେଉଛି ଉପଲବ୍ଧ ରିଟର୍ଣ୍ଣ, ପରିପକ୍ୱତା ପରିମାଣ ଏବଂ ସୁଧରୁ ଆୟ ଏଥିରେ ଆୟକର ମୁକ୍ତ। ଏହି ଆକାଉଣ୍ଟ ୧୫ ବର୍ଷ ପାଇଁ ଖୋଲାଯାଇପାରିବ, ଯାହାକି ଆହୁରି ୫ ବର୍ଷ ପାଇଁ ବୃଦ୍ଧି କରାଯାଇପାରିବ। ପିପିଏଫରେ ସର୍ବନିମ୍ନ ୫୦୦ ଟଙ୍କା ଦେଇ ଏକ ଆକାଉଣ୍ଟ ଖୋଲାଯାଇପାରିବ। ଏଥିରେ ଅତି କମ୍‌ରେ ୫୦୦ ଟଙ୍କା ବିନିଯୋଗ କରିବା ଆବଶ୍ୟକ। ଏହି ଯୋଜନା ଅଧୀନରେ, ଆପଣ ଗୋଟିଏ ବର୍ଷରେ ଆକାଉଣ୍ଟରେ ସର୍ବାଧିକ ୧.୫ ଲକ୍ଷ ଟଙ୍କା ଅର୍ଥ ବିନିଯୋଗ କରିପାରିବେ।

ଅବଧି ଜମା ଯୋଜନା

ଅବଧି ଜମା ଯୋଜନା ହେଉଛି ଏକ ପ୍ରକାର ସ୍ଥାୟୀ ଜମା (ଏଫ୍‌ଡି) ଯୋଜନା। ଏଥିରେ ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ଏକ ଲକ୍ଷ ଟଙ୍କା ବିନିଯୋଗ କରି, ଆପଣ ନିଶ୍ଚିତ ରିଟର୍ଣ୍ଣ ଏବଂ ସୁଧ ଦେୟ ଉପଭୋଗ କରିପାରିବେ। ଡାକ ଘର ଅବଧି ଜମା ଯୋଜନା ୧ ରୁ ୫ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାଳ ପାଇଁ ୫.୫ ରୁ ୭% ସୁଧ ହାର ପ୍ରଦାନ କରିଥାଏ। ଏଥିରେ ଆପଣ ୫ ବର୍ଷର ସ୍ଥିର ଜମା ଉପରେ ବିନିଯୋଗ ପାଇଁ ୮୦ ସି ଅଧୀନରେ ଟିକସ ରିଆତି ଲାଭ ଉଠାଇପାରିବେ। ଏଥିରେ ସର୍ବନିମ୍ନ ୧୦୦୦ ଟଙ୍କା ବିନିଯୋଗ କରିବାକୁ ପଡିବ। ସର୍ବାଧିକ ବିନିଯୋଗ ଉପରେ କୌଣସି ସୀମା ନାହିଁ ।

ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା(ଏସ୍‌ସିଏସ୍‌ଏସ୍‌)

ଏହି ଯୋଜନାରେଜମାକାରୀ ବାର୍ଷିକ ୮% ସୁଧ ହାର ଉପଲବ୍ଧ କରୁଛନ୍ତି। ୬୦ ବର୍ଷ କିମ୍ବା ତା’ଠାରୁ ଅଧିକ ବୟସର ଜଣେ ବ୍ୟକ୍ତି ଏଥିରେ ଆକାଉଣ୍ଟ ଖୋଲାଯାଇପାରିବେ। ସ୍ବେଚ୍ଛାକୃତ ଅପସର ଯୋଜନା(ଭିଆର୍‌ଏସ୍‌) ନେଇଥିବା ଜଣେ ବ୍ୟକ୍ତି ୫୫ ବର୍ଷରୁ ଅଧିକ କିନ୍ତୁ ୬୦ ବର୍ଷରୁ କମ୍ ସେ ମଧ୍ୟ ଏହି ଆକାଉଣ୍ଟ ମଧ୍ୟ ଖୋଲିପାରିବେ। ଏହି ଯୋଜନା ଅଧୀନରେ ୫ ବର୍ଷ ପାଇଁ ଟଙ୍କା ବିନିଯୋଗ କରାଯାଇପାରିବ। ପରିପକ୍ବତା ପରେ ଏହି ଯୋଜନା ୩ ବର୍ଷ ପାଇଁ ବୃଦ୍ଧି କରାଯାଇପାରେ। ଏଥିରେ ଆପଣ ସର୍ବାଧିକ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅର୍ଥ ବିନିଯୋଗ କରିପାରିବେ।

ଆୟକର ଧାରା ୮୦ ସି କ’ଣ?

ଆୟକର ଅଧିନିୟମର ଧାରା ୮୦ ସି ଅନୁଯାୟୀ, ଆପଣ ଆପଣଙ୍କର ମୋଟ ଆୟରୁ ୧.୫ ଲକ୍ଷ ଟଙ୍କା ରିଆତି ଦାବି କରିପାରିବେ। ସରଳ ଭାଷାରେ କହିବାକୁ ଗଲେ ଆପଣ ୮୦ ସି ମାଧ୍ୟମରେ ଆପଣଙ୍କର ମୋଟ ଟିକସଯୋଗ୍ୟ ଆୟରୁ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିଆତି ଉପଲବ୍‌ଧ କରିପାରିବେ।

About The Author: The Sakala