ରାସ୍ତାରୁ ଟୋଲ୍‌ ଟ୍ୟାକ୍ସ ଅସୁଲ କରିବ ବ୍ୟାଙ୍କ, ଟେଣ୍ଡର ଆହ୍ବାନ କଲା ଏନ୍‌ଏଚ୍‌ଏଆଇ

ନୂଆଦିଲ୍ଲୀ: ଏଣିକି ଜାତୀୟ ରାଜପଥ ଦେଇ ଯାଉଥିବା ଗାଡ଼ିଗୁଡିକରୁ ଟୋଲ ଟ୍ୟାକ୍ସ ଅସୁଲ କରିବେ ବ୍ୟାଙ୍କ। ଏଥିପାଇଁ ଦେଶର ଯେକୌଣସି ଜାତୀୟ ରାଜପଥରେ ଯାନବାହନଗୁଡିକଠାରୁ ଟୋଲ୍‌ ଆଦାୟ କରିବାରେ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ) ବ୍ୟାଙ୍କଗୁଡ଼ିକୁ ସହାୟତା କରିବ। ଏହି ନୂଆ ବ୍ୟବସ୍ଥା ଦ୍ୱାରକା ଏକ୍ସପ୍ରେସୱେରୁ କାର୍ଯ୍ୟକାରୀ ହେବ। ଦେଶର ପ୍ରଥମ ମଲ୍ଟି ଲେନ୍ ଫ୍ରି ଫ୍ଲୋ (ଏମ୍‌ଏଲ୍‌ଏଫ୍‌ଏଫ୍‌) ଟୋଲ୍ ସଂଗ୍ରହ କର୍ତ୍ତୃପକ୍ଷ ବ୍ୟାଙ୍କଗୁଡିକଠାରୁ ଏହି ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ନିମନ୍ତେ ଟେଣ୍ଡର ଆହ୍ବାନ […]

ନୂଆଦିଲ୍ଲୀ: ଏଣିକି ଜାତୀୟ ରାଜପଥ ଦେଇ ଯାଉଥିବା ଗାଡ଼ିଗୁଡିକରୁ ଟୋଲ ଟ୍ୟାକ୍ସ ଅସୁଲ କରିବେ ବ୍ୟାଙ୍କ। ଏଥିପାଇଁ ଦେଶର ଯେକୌଣସି ଜାତୀୟ ରାଜପଥରେ ଯାନବାହନଗୁଡିକଠାରୁ ଟୋଲ୍‌ ଆଦାୟ କରିବାରେ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ) ବ୍ୟାଙ୍କଗୁଡ଼ିକୁ ସହାୟତା କରିବ। ଏହି ନୂଆ ବ୍ୟବସ୍ଥା ଦ୍ୱାରକା ଏକ୍ସପ୍ରେସୱେରୁ କାର୍ଯ୍ୟକାରୀ ହେବ। ଦେଶର ପ୍ରଥମ ମଲ୍ଟି ଲେନ୍ ଫ୍ରି ଫ୍ଲୋ (ଏମ୍‌ଏଲ୍‌ଏଫ୍‌ଏଫ୍‌) ଟୋଲ୍ ସଂଗ୍ରହ କର୍ତ୍ତୃପକ୍ଷ ବ୍ୟାଙ୍କଗୁଡିକଠାରୁ ଏହି ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ନିମନ୍ତେ ଟେଣ୍ଡର ଆହ୍ବାନ କରିଛନ୍ତି। ଏଥିରେ ସର୍ବାଧିକ ରାଜସ୍ୱ ଅଂଶ ପ୍ରଦାନ କରୁଥିବା ବ୍ୟାଙ୍କଗୁଡିକ ଟୋଲ୍ ଅଧିକାର ପାଇବେ। ଏହି ଅଧିକାର ୩ ବର୍ଷ ପାଇଁ ହେବ। ଚୁକ୍ତିନାମା କରିବା ପରେ ବ୍ୟାଙ୍କଗୁଡିକୁ ତିନିମାସ ମଧ୍ୟରେ ଏହି ବ୍ୟବସ୍ଥାକୁ ଲାଗୁ କରିବାକୁ ପଡିବ। ଏହି ନୂତନ ଟୋଲ୍‌ ସଂଗ୍ରହ ବ୍ୟବସ୍ଥାରେ ଗାଣ୍ଟ୍ରିରେ ସ୍ଥାପିତ ଫିଲ୍ଡ ଉପକରଣ ଏବଂ ସେନ୍‌ସର ଅନ୍ତର୍ଭୁକ୍ତ ହେବ, ଯାହା ଏହା ଦେଇ ଯାଉଥିବା ଯାନଗୁଡିକ ବିଷୟରେ ସୂଚନା ସଂଗ୍ରହ କରିବ ଏବଂ ଦେୟ ପରିମାଣ ଇଲେକ୍ଟ୍ରୋନିକ୍ ଟୋଲ୍ ପେମେଣ୍ଟ ସିଷ୍ଟମକୁ ପଠାଇବ। ଏହି ସିଷ୍ଟମ ଫାସ୍‌ଟ୍ୟାଗ ୱାଲେଟ୍‌ରୁ ଟୋଲ୍‌ ରାଶି କାଟିବ। ଯେହେତୁ ବ୍ୟାଙ୍କଗୁଡିକର ସିଧାସଳଖ ଭାବେ ଟୋଲ୍ ସଂଗ୍ରହରେ କୌଣସି ଅଭିଜ୍ଞତା ନାହିଁ, ସେଥିପାଇଁ ଏନ୍‌ଏଚ୍‌ଏଆଇର ସହାୟକ କମ୍ପାନୀ ଆଇଏଚ୍‌ଏମ୍‌ସିଏଲ୍‌ ସେମାନଙ୍କୁ ଏହି କାର୍ଯ୍ୟ କରିବାକୁ ସବ୍-କଣ୍ଟ୍ରାକ୍ଟରମାନଙ୍କୁ ନିଯୁକ୍ତ କରିବାକୁ ଅନୁମତି ଦେଇଛି।

About The Author: The Sakala