୨୦୨୪ରେ ବିଦେଶରୁ ୧୨୯ ବିଲିୟନ ଡଲାର ପଠାଇଛନ୍ତି ଭାରତୀୟ

ନୂଆଦିଲ୍ଲୀ: ବିଦେଶରେ ରହୁଥିବା ଭାରତୀୟମାନେ ୨୦୨୪ରେ ସେମାନଙ୍କ ପରିବାରଙ୍କୁ ୧୨୯.୪ ବିଲିୟନ ଡଲାର ପଠାଇଛନ୍ତି। ଯାହାକି ସବୁ ରେକର୍ଡକୁ ଅତିକ୍ରମ କରିଛି ବୋଲି ଏ ସମ୍ପର୍କରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରକାଶ କରାଯାଇଥିବା ତଥ୍ୟରୁ ଜଣାପଡ଼ିଛି। ୨୦୨୪-୨୫ ଆର୍ଥିକର ବର୍ଷର କେବଳ ଅକ୍ଟୋବର-ଡିସେମ୍ବର ତ୍ରୟମାସରେ ୩୬ ବିଲିୟନ ଡଲାର ଆସିଥିବା ଆରବିଆଇ କହିଛି। ଏହାକୁ ମିଶାଇ ବିଦେଶର ରହୁଥିବା ଭାରତୀୟମାନେ କ୍ରମାଗତ ତୃତୀୟ ଥର ପାଇଁ ୧୦୦ ବିଲିୟନ ଡଲାରରୁ ଅଧିକ ଅର୍ଥ ଭାରତକୁ ପଠାଇଥିବା […]

ନୂଆଦିଲ୍ଲୀ: ବିଦେଶରେ ରହୁଥିବା ଭାରତୀୟମାନେ ୨୦୨୪ରେ ସେମାନଙ୍କ ପରିବାରଙ୍କୁ ୧୨୯.୪ ବିଲିୟନ ଡଲାର ପଠାଇଛନ୍ତି। ଯାହାକି ସବୁ ରେକର୍ଡକୁ ଅତିକ୍ରମ କରିଛି ବୋଲି ଏ ସମ୍ପର୍କରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରକାଶ କରାଯାଇଥିବା ତଥ୍ୟରୁ ଜଣାପଡ଼ିଛି। ୨୦୨୪-୨୫ ଆର୍ଥିକର ବର୍ଷର କେବଳ ଅକ୍ଟୋବର-ଡିସେମ୍ବର ତ୍ରୟମାସରେ ୩୬ ବିଲିୟନ ଡଲାର ଆସିଥିବା ଆରବିଆଇ କହିଛି। ଏହାକୁ ମିଶାଇ ବିଦେଶର ରହୁଥିବା ଭାରତୀୟମାନେ କ୍ରମାଗତ ତୃତୀୟ ଥର ପାଇଁ ୧୦୦ ବିଲିୟନ ଡଲାରରୁ ଅଧିକ ଅର୍ଥ ଭାରତକୁ ପଠାଇଥିବା ଜଣାପଡ଼ିଛି। ପ୍ରାୟ ୨୫ ବର୍ଷ ଧରି ଭାରତକୁ ପ୍ରବାସୀ ଭାରତୀୟଙ୍କ ଦ୍ବାରା ବପୁଳ ପରିମାଣରେ ଅର୍ଥ ପଠାଯାଉଥିଲା ବେଳେ ଆଇଟି କ୍ଷେତ୍ରରେ ଭାରତୀୟମାନଙ୍କ ଉନ୍ନତ ପ୍ରଦର୍ଶନ ପରେ ଏହି ପରିମାଣ ଯଥେଷ୍ଟ ଭାବେ ବୃଦ୍ଧି ପାଇଛି। ବିଶ୍ବର ବିଭିନ୍ନ ଭାଗରେ ଭାରତୀୟମାନେ ଏହି କ୍ଷେତ୍ରରେ ପାରଦର୍ଶିତା ଲାଭ କରି ପ୍ରଭାବ ବିସ୍ତାର କରି ଚାଲିଥÒଲଏ ବେଳେ ଆଇଟି କ୍ଷେତ୍ରରୁ ହିଁ ସର୍ବାଧିକ ଅର୍ଥ ଭାରତୀୟମାନେ ନିଜ ପରିବାର ଲୋକଙ୍କୁ ପଠାଉଥିବା କୁହାଯାଇଛି।

About The Author: The Sakala