ଟ୍ବିଟର ଅଧିଗ୍ରହଣ ପରେ ‘ବ୍ଲୁ ଟିକ’କୁ ନେଇ ବଡ ପରିବର୍ତ୍ତନ କରିପାରନ୍ତି ଏଲନ୍‌ ମସ୍କ, ଟ୍ରେଣ୍ଡ କରୁଛି #Remove_all_BlueTicks

ୱାଶିଂଟନ୍‌: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କ ନିକଟରେ ୪୪ ବିଲିୟନ ଆମେରିକୀୟ ଡଲାରରେ ମାଇକ୍ରୋ ବ୍ଲଗିଂ ସାଇଟ୍‌ ଟ୍ୱିଟରକୁ ଅଧିଗ୍ରହଣ କରିଛନ୍ତି। ଏହାପରେ ଟ୍ୱିଟରର ମାଲିକ ମସ୍କ ଆକ୍ସନ୍‌ ମୋଡ୍‌କୁ ଆସିଛନ୍ତି। ଟ୍ୱିଟର ଅଧିଗ୍ରହଣ ପରେ ମସ୍କ ଟ୍ୱିଟର ବ୍ୟବହାରକାରୀଙ୍କୁ ମୁକ୍ତ ଭାବରେ ବଞ୍ଚିବାକୁ ପରାମର୍ଶ ଦେଇଛନ୍ତି। ଏହାସହିତ ମସ୍କ ଟ୍ବିଟରର ମାଲିକାନା ହାଇତିବା ପରେ ଟ୍ୱିଟ୍ କରି କହିଥିଲେ ଯେ, ‘ପକ୍ଷୀ ଏବେ ମୁକ୍ତ’। ଏବେ ଆଶା କରାଯାଉଛି ଯେ, ଟ୍ୱିଟରରେ ଅନେକ […]

ୱାଶିଂଟନ୍‌: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କ ନିକଟରେ ୪୪ ବିଲିୟନ ଆମେରିକୀୟ ଡଲାରରେ ମାଇକ୍ରୋ ବ୍ଲଗିଂ ସାଇଟ୍‌ ଟ୍ୱିଟରକୁ ଅଧିଗ୍ରହଣ କରିଛନ୍ତି। ଏହାପରେ ଟ୍ୱିଟରର ମାଲିକ ମସ୍କ ଆକ୍ସନ୍‌ ମୋଡ୍‌କୁ ଆସିଛନ୍ତି। ଟ୍ୱିଟର ଅଧିଗ୍ରହଣ ପରେ ମସ୍କ ଟ୍ୱିଟର ବ୍ୟବହାରକାରୀଙ୍କୁ ମୁକ୍ତ ଭାବରେ ବଞ୍ଚିବାକୁ ପରାମର୍ଶ ଦେଇଛନ୍ତି। ଏହାସହିତ ମସ୍କ ଟ୍ବିଟରର ମାଲିକାନା ହାଇତିବା ପରେ ଟ୍ୱିଟ୍ କରି କହିଥିଲେ ଯେ, ‘ପକ୍ଷୀ ଏବେ ମୁକ୍ତ’। ଏବେ ଆଶା କରାଯାଉଛି ଯେ, ଟ୍ୱିଟରରେ ଅନେକ ପରିବର୍ତ୍ତନ ହୋଇପାରେ ।

ତେବେ ଏହାରି ଭିତରେ ଟ୍ୱିଟରରେ ଥିବା ‘ବ୍ଲୁ ଟିକ୍’ କୁ ହଟାଇବା ପାଇଁ ଏବେ ଅନେକ ଲୋକ ଟ୍ୱିଟରରେ ଟ୍ରେଣ୍ଡ ଚଳାଇଛନ୍ତି । ଟ୍ୱିଟରରେ ହ୍ୟାସଟ୍ୟାଗ #Remove_all_BlueTicks ଲଗାତର ଟ୍ରେଣ୍ଡ କରିବାରେ ଲାଗିଛି । ଅନେକ ଟ୍ୱିଟର ବ୍ୟବହାରକାରୀ କ୍ୟାମ୍ପେନକୁ ନେଇ କହିବାରେ ଲାଗିଛନ୍ତି କି, ଯାହାର ଫଲୋଅର୍ସଙ୍କ ସଂଖ୍ୟା ଶହେରୁ କମ ରହିଛି ସେମାନଙ୍କୁ ମଧ୍ୟ ବ୍ଲୁ ଟିକ୍ ମଳିଛି । ଯେତେବେଳେ କି ସେମାନେ ଏଥିପାଇଁ ଯୋଗ୍ୟ ନୁହନ୍ତି । ୟୁଜର୍ସ ଏଭଳି ଅନେକ ପ୍ରୋଫାଇଲ ସେୟାର କରିଛନ୍ତି ଯେଉଁମାନେ ଟ୍ୱିଟରରେ ଆକ୍ଟିଭ ନ ରହି ସେମାନଙ୍କୁ ବ୍ଲୁ ଟିକ୍ ମିଳିଛି । କିଛି ଲୋକ ଏହାକୁ ନେଇ ସାମାଜିକ ପ୍ରସଙ୍ଗ କରିସାରିଛନ୍ତି । ତେବେ କମ୍ପାନୀ ଏନେଇ କୌଣସି ଆଧିକାରିକ ସୂଚନା ଦେଇନାହିଁ । ତେବେ ବ୍ଲୁ ଟିକ ହଟାଇବାର ସମ୍ଭବନା କମ ରହିଛି ।

About The Author: The Sakala