ନୂଆଦିଲ୍ଲୀ: ଲୋକପ୍ରିୟ ଅନଲାଇନ୍ ବ୍ୟବସାୟ କମ୍ପାନୀ ଆମାଜନ୍ ଉପରେ ଏକ ବଡ଼ କାର୍ଯାନୁଷ୍ଠାନ ହୋଇଛି। ଇଟାଲୀ ପ୍ରତିଯୋଗିତା ପ୍ରାଧିକରଣ ଆମାଜନ୍ ଉପରେ ୨.୧୩ ବିଲିୟନ୍ ୟୁରୋ ବା (ଭାରତୀୟ ମୁଦ୍ରାରେ ୯୬୬ କୋଟି ଟଙ୍କା) ଜରିମାନା ଲାଗୁ କରିଛି। ଏହାସହ ଆମାଜନର ସମସ୍ତ ବ୍ୟାବସାୟିକ ପରିଚାଳନା କାର୍ଯ୍ୟ ଉପରେ ଦୃଷ୍ଟି ଦେବା ପାଇଁ ଏକ ଟ୍ରଷ୍ଟକୁ ଦାୟିତ୍ୱ ଦେଇଛନ୍ତି। ଆମାଜନ ନିଜ ବ୍ୟବସାୟ କାରବାର କ୍ଷେତ୍ରରେ କ୍ଷମତାର ଦୂରୁପଯୋଗ କରିଥିବାରୁ ପ୍ରାଧିକରଣ ଏହି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆମାଜନ ବ୍ୟବସାୟିକ ନିୟମ ଉଲଙ୍ଘନ କରି ନିଜର ଲୋକପ୍ରିୟତା ବଢ଼ାଇ ଅନ୍ୟ ଇ-କମର୍ସ ବ୍ୟବସାୟରେ କ୍ଷତି ପହଞ୍ଚାଇଥିବାରୁ ପ୍ରାଧିକରଣ ଏହି ନିଷ୍ପତ୍ତି ନେଇଛି। ପ୍ରାଧିକରଣ କହିଛି ଯେ, ଆମାଜନର ଏହି ବ୍ୟାବସାୟିକ ଭୁଲ ପଦକ୍ଷେପ ଅକ୍ଷମଣୀୟ ଥିଲା। ସେଥିପାଇଁ ଆମେ ଏହି କମ୍ପାନୀ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ ହେଲୁ। ଏହି ବିଷୟରେ ଆମାଜନ ଏ ପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହିଁ। ଇଟାଲୀର ଆଣ୍ଟିଟ୍ରଷ୍ଟ ୱାଚ ଡଗ୍ ଆମାଜନ ଓ ଆପଲ କମ୍ପାନୀ ଉପରେ ୨୨.୫ କୋଟି ଡଲାର (୧,୬୭୬ କୋଟି ଟଙ୍କା) ଜରିମାନା ଲଗାଇଥିଲା। ଆପଲର ବିଟ୍ସ ବ୍ରାଣ୍ଡର ଉତ୍ପାଦ ବିକ୍ରିରେ ମଧ୍ୟ ଇ-କମର୍ସ ନିୟମର ଉଲଙ୍ଘନ କରିଥିଲା।
ଆମାଜନ ଉପରେ ଲାଗିଲା ୯୬୬ କୋଟିର ଜରିମାନା
ନୂଆଦିଲ୍ଲୀ: ଲୋକପ୍ରିୟ ଅନଲାଇନ୍ ବ୍ୟବସାୟ କମ୍ପାନୀ ଆମାଜନ୍ ଉପରେ ଏକ ବଡ଼ କାର୍ଯାନୁଷ୍ଠାନ ହୋଇଛି। ଇଟାଲୀ ପ୍ରତିଯୋଗିତା ପ୍ରାଧିକରଣ ଆମାଜନ୍ ଉପରେ ୨.୧୩ ବିଲିୟନ୍ ୟୁରୋ ବା (ଭାରତୀୟ ମୁଦ୍ରାରେ ୯୬୬ କୋଟି ଟଙ୍କା) ଜରିମାନା ଲାଗୁ କରିଛି। ଏହାସହ ଆମାଜନର ସମସ୍ତ ବ୍ୟାବସାୟିକ ପରିଚାଳନା କାର୍ଯ୍ୟ ଉପରେ ଦୃଷ୍ଟି ଦେବା ପାଇଁ ଏକ ଟ୍ରଷ୍ଟକୁ ଦାୟିତ୍ୱ ଦେଇଛନ୍ତି। ଆମାଜନ ନିଜ ବ୍ୟବସାୟ କାରବାର କ୍ଷେତ୍ରରେ କ୍ଷମତାର ଦୂରୁପଯୋଗ କରିଥିବାରୁ ପ୍ରାଧିକରଣ ଏହି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ […]