ବଜେଟ୍‌ ୨୦୨୨-୨୩ : ରାସାୟନିକ ମୁକ୍ତ ଚାଷକୁ ପ୍ରୋତ୍ସାହନ, ଡ୍ରୋନ୍ ଦ୍ଵାରା ହେବ କୃଷିକାର୍ଯ୍ୟ

ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି । କୃଷି କ୍ଷେତ୍ର ପାଇଁ ଅର୍ଥମନ୍ତ୍ରୀ ଅନେକ ଘୋଷଣା କରିଛନ୍ତି। ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ରେ କୃଷକଙ୍କ ଠାରୁ ରେକର୍ଡ କ୍ରୟ କରାଯିବ। ଏଥିସହ ଆସନ୍ତା ବର୍ଷରେ ରାସାୟନିକ ମୁକ୍ତ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ସଂସଦରେ ବଜେଟ୍ ଭାଷଣ ଦେବାବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଏମଏସପିରେ କୃଷକଙ୍କଠାରୁ ରେକର୍ଡ କ୍ରୟ […]

ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି । କୃଷି କ୍ଷେତ୍ର ପାଇଁ ଅର୍ଥମନ୍ତ୍ରୀ ଅନେକ ଘୋଷଣା କରିଛନ୍ତି। ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ରେ କୃଷକଙ୍କ ଠାରୁ ରେକର୍ଡ କ୍ରୟ କରାଯିବ। ଏଥିସହ ଆସନ୍ତା ବର୍ଷରେ ରାସାୟନିକ ମୁକ୍ତ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ସଂସଦରେ ବଜେଟ୍ ଭାଷଣ ଦେବାବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଏମଏସପିରେ କୃଷକଙ୍କଠାରୁ ରେକର୍ଡ କ୍ରୟ କରାଯିବ । ସିଲାବସରେ ଫାର୍ମିଂ ପାଠ୍ୟକ୍ରମ ଅନ୍ତର୍ଭୁକ୍ତ କରିବାକୁ ରାଜ୍ୟ ସରକାରଙ୍କୁ ଉତ୍ସାହିତ କରାଯିବ । ଗଙ୍ଗା କରିଡର (୫କିମି ଚଉଡା କରିଡର)ରେ ପ୍ରାକୃତିକ ଚାଷକୁ ପ୍ରୋତ୍ସାହିତ କରାଯିବ ।

ରବି ଋତୁ ଏବଂ ଖରିଫ ଋତୁରେ ଆନୁମାନିକ ଭାବେ ୧୬୩ ଲକ୍ଷ ଚାଷୀଙ୍କ ଠାରୁ ୧୨୦୮ ଲକ୍ଷ ମେଟ୍ରିକ୍ ଟନ୍ ଧାନ ଓ ଗହମ କିଣାଯିବ । ସରକାରଙ୍କ ଦ୍ୱାରା ୨.୩୭ ଲକ୍ଷ କୋଟିର MSP ଆଧାରିତ ପ୍ରତ୍ୟକ୍ଷ ଦେୟ ସିଧାସଳଖ କୃଷକଙ୍କ ଆକାଉଣ୍ଟରେ ପ୍ରଦାନ କରାଯିବ। ଏହି ସମୟରେ ଗଙ୍ଗା କୂଳରେ ରହୁଥିବା ଚାଷୀଙ୍କ ଜମି ଉପରେ ବିଶେଷ ଧ୍ୟାନ ଦିଆଯିବ । ଏଥିପାଇଁ ୫ କିମି କିଲୋମିଟର ଚଉଡା କରିଡର ନିର୍ମାଣ କରାଯିବ । ଏଥି ସହିତ କ୍ଷୁଦ୍ର ଶିଳ୍ପଗୁଡିକ (MSMEs) କୁ କ୍ରେଡିଟ୍ ଗ୍ୟାରେଣ୍ଟି ସ୍କିମ୍ ସାହାଯ୍ୟ ମିଳିବ । କ୍ଷୁଦ୍ର କୃଷକ ଏବଂ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ପାଇଁ ନୂତନ ଉତ୍ପାଦ ଏବଂ ଦକ୍ଷ ଲଜିଷ୍ଟିକ୍ ସେବା ପ୍ରସ୍ତୁତ କରିବ ରେଳବାଇ । Udyam, e-shram, NCS ଏବଂ Aseemର ପୋର୍ଟାଲଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ ହେବ । ଫଳରେସେମାନଙ୍କର ପ୍ରସାରକୁ ବ୍ୟାପକ କରାଯାଇପାରିବ । ଏହି ପୋର୍ଟାଲଗୁଡିକ ଜି-ସି, ବି-ସି ଏବଂ ବି-ବି ସେବା ଯୋଗାଇବ । ଯେଉଁଥିରେ ଋଣ ସୁବିଧା, ଉଦ୍ୟୋଗୀ, ସୁଯୋଗ ବୃଦ୍ଧି ହେବ । ୪୪ ହଜାର ୬୦୫ କୋଟିର ଆନୁମାନିକ ମୂଲ୍ୟରେ କେନ୍ ବେତୱା ପ୍ରକଳ୍ପ କାର୍ଯ୍ୟକାରୀ ହେବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ । ଏହି ଯୋଜନା ଅନୁସାରେ ଦେଶର ୯.୮ ଲକ୍ଷ ହେକ୍ଟର କୃଷି ଜମିକୁ ଜଳସେଚନ ଯୋଗାଇବ ।

ଚାଷୀଙ୍କୁ ଡିଜିଟାଲ ସେବାର ସୁବିଧା ମିଳିବ । ଜୈବିକ ଉପାୟରେ ଚାଷକୁ ପ୍ରୋତ୍ସାହନ ଦିଆଯିବ।ଫସଲ ମୂଲ୍ୟାଙ୍କନ, ଜମି ରେକର୍ଡର ଡିଜିଟାଇଜେସନ୍, କୀଟନାଶକ ଏବଂ ପୁଷ୍ଟିକର ଖାଦ୍ୟ ସ୍ପ୍ରେ କରିବା ପାଇଁ କୃଷକ ଡ୍ରୋନର ବ୍ୟବହାର କଲେ ଲାଭଦାୟକ ହେବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ଏଥିସହ ସରକାରୀ କ୍ଷେତ୍ର ଅନୁସନ୍ଧାନ ଏବଂ କୃଷିରୁ ହିତାଧିକାରୀଙ୍କ ଅଂଶଗ୍ରହଣରେ କୃଷକମାନଙ୍କ ପାଇଁ ପିପିପି ମୋଡରେ ଏହି ଯୋଜନା ଆରମ୍ଭ କରାଯିବ।  ନାର୍ବାଡ ଜରିଆରେ କୃଷି ଓ ଗ୍ରାମାଞ୍ଚଳରେ ଷ୍ଟାର୍ଟଅପ ପାଇଁ ଆର୍ଥିକ ସହାୟତା ଦିଆଯିବ। ଚାଷୀମାନଙ୍କୁ ବୈଷୟିକ ଜ୍ଞାନକୌଶଳର ତାଲିମ ଦିଆଯିବ। ଚାଷୀଙ୍କୁ ହାଇଟେକ ଓ ଡିଜିଟାଲ ସେବା ଯୋଗାଇ ଦେବା ପାଇଁ ପିପିପି ମୋଡରେ ବିଭିନ୍ନ ଯୋଜନା ଆରମ୍ଭ କରାଯିବ। ଏଥିରେ ସରକାରୀ ରିସର୍ଚ୍ଚ ଓ ପ୍ରତିଷ୍ଠାନର ଭୂମିକାକୁ ମଧ୍ୟ ପ୍ରାଧ୍ୟାନ୍ୟ ଦିଆଯିବ।

About The Author: The Sakala