ଆଜି ପୃଥିବୀ ଦିବସ

ପ୍ରତିବର୍ଷ ଏପ୍ରିଲ ମାସ ୨୨ ତାରିଖକୁ ‘ପୃଥିବୀ ଦିବସ’ ଭାବେ ପାଳନ କରାଯାଉଛି। ପୃଥିବୀରେ ବାସ କରୁଥିବା ସମସ୍ତ ପ୍ରାଣୀ ଏବଂ ଉଦ୍ଭିଦକୁ ବଞ୍ଚାଇବା ତଥା ଆମ ପରିବେଶ ପ୍ରତି ସଚେତନତା ସୃଷ୍ଟି କରିବା ହେଉଛି ଏହି ଦିବସର ଲକ୍ଷ୍ୟ। ଚଳିତ ବର୍ଷ ମହାମାରୀ କରୋନା ଡରରେ ଘରେ ରହି ‘ପୃଥିବୀ ଦିବସ’ ପାଳନ କରୁଛି ସମଗ୍ର ବିଶ୍ୱ। କାଲିଫର୍ଣ୍ଣିଆର ସାଣ୍ଟାବାରବରାରେ ୧୯୬୯ ମସିହାରେ ଘଟିଥିଲା ଏକ ଅଘଟଣ। ଜାନୁୟାରୀ ୨୨ ତାରିଖ ଦିନ ୩ ନିୟୁତ ଗାଲନ ତେଲ […]

ପ୍ରତିବର୍ଷ ଏପ୍ରିଲ ମାସ ୨୨ ତାରିଖକୁ ‘ପୃଥିବୀ ଦିବସ’ ଭାବେ ପାଳନ କରାଯାଉଛି। ପୃଥିବୀରେ ବାସ କରୁଥିବା ସମସ୍ତ ପ୍ରାଣୀ ଏବଂ ଉଦ୍ଭିଦକୁ ବଞ୍ଚାଇବା ତଥା ଆମ ପରିବେଶ ପ୍ରତି ସଚେତନତା ସୃଷ୍ଟି କରିବା ହେଉଛି ଏହି ଦିବସର ଲକ୍ଷ୍ୟ। ଚଳିତ ବର୍ଷ ମହାମାରୀ କରୋନା ଡରରେ ଘରେ ରହି ‘ପୃଥିବୀ ଦିବସ’ ପାଳନ କରୁଛି ସମଗ୍ର ବିଶ୍ୱ।

କାଲିଫର୍ଣ୍ଣିଆର ସାଣ୍ଟାବାରବରାରେ ୧୯୬୯ ମସିହାରେ ଘଟିଥିଲା ଏକ ଅଘଟଣ। ଜାନୁୟାରୀ ୨୨ ତାରିଖ ଦିନ ୩ ନିୟୁତ ଗାଲନ ତେଲ ଝରି ସମୁଦ୍ରରେ ମିଶିଥିଲା। ଫଳରେ ୧୦ ହଜାରରୁ ଊର୍ଦ୍ଧ୍ବ ସାମୁଦ୍ରକ ପକ୍ଷୀଙ୍କ ସମେତ ଡଲଫିନ୍‌ ସିଲ୍ ଆଦି ଅନ୍ୟ ସାମୁଦ୍ରିକ ପ୍ରାଣୀଙ୍କର ମୃତ୍ୟୁ ହୋଇଥିଲା। ପରିବେଶବିତ୍ ତଥା ତତ୍‌କାଳୀନ ଆମେରିକା ସିନେଟର ଗେଲର୍ଡ ନେଲସନଙ୍କୁ ଏହି ଘଟଣା ବ୍ୟଥିତ କରିଥିଲା। ନେଲସନ୍‌ଙ୍କ ଆହ୍ବାନରେ ତା’ ପରବର୍ଷ ୧୯୭୦ ମସିହା ଏପ୍ରିଲ୍ ୨୨ରେ ଦେଶରେ ବିଶ୍ବ ଧରିତ୍ରୀ ଦିବସ ପଳାନ କରାଯାଇଥିବାବେଳେ ଏଥିରେ ୨ କୋଟିରୁ ଅଧିକ ଆମେରିକୀୟ ଯୋଗ ଦେଇଥିଲେ।

ପରିବେଶ ସୁରକ୍ଷା ଦିଗରେ ଏହା ଥିଲା ବିଶ୍ବର ପ୍ରଥମ ପଦକ୍ଷେପ। ପରେ ୧୯୯୦ ମସିହାରେ ପୃଥିବୀର ୧୪୧ଟି ଦେଶରେ ଏହି ଦିବସ ପାଳନ ହୋଇଥିଲା। ବର୍ତ୍ତମାନ ବିଶ୍ୱର ୧୯୨ରୁ ଅଧିକ ଦେଶରେ ପୃଥିବୀ ଦିବସ ପାଳିତ ହେଉଛି। ଏହି ଦିନରେ ପ୍ରକୃତିର ସୁରକ୍ଷା ଓ ରକ୍ଷଣାବେକ୍ଷଣ କରିବା ନେଇ ସମସ୍ତେ ପ୍ରତିଜ୍ଞାବଦ୍ଧ ହେବା ଆବଶ୍ୟକ। ନିଜେ ବଞ୍ଚିବା ସହ ଏହି ପୃଥିବୀରେ ବାସ କରୁଥିବା ଅନ୍ୟ ଜୀବ ଓ ପ୍ରାଣୀମାନଙ୍କୁ ମଧ୍ୟ ସୁରକ୍ଷା ଦେବା ଆମର ପ୍ରଥମ କର୍ତ୍ତବ୍ୟ। ପୃଥିବୀର ଅବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଛି। ଓଜନସ୍ତରକୁ ବୃଦ୍ଧି ପାଇ, ଜଳବାୟୁ ପରିବର୍ତ୍ତନ ହେଉଛି। ମାଇକ୍ରୋ ପ୍ଲାଷ୍ଟିକ୍‌ କବଳରେ ସମଗ୍ର ବିଶ୍ବ। ମଣିଷ ପୃଥିବୀ ଆଡକୁ ନିଜ କର୍ତ୍ତବ୍ୟରୁ ପଳାୟନ କରୁଛି। ନିଜ କର୍ତ୍ତବ୍ୟକୁ ମନେ ପକାଇବା ପାଇଁ ଏହି ଦିନଟି। ପ୍ରତିବର୍ଷ ବିଶ୍ୱ ପୃଥିବୀ ଦିବସ ପାଇଁ ଏକ ଥିମ୍ ସ୍ଥିର ହୋଇଥାଏ। ପୃଥିବୀକୁ ପୁନଃସ୍ଥାପିତ କରିବା ଏହି ବର୍ଷର ବିଷୟବସ୍ତୁ।

About The Author: The Sakala