ଆଦାନୀ ପ୍ରସଙ୍ଗରେ କ’ଣ ପାଇଁ ତଦନ୍ତ କରାଯାଉନି, ଏତେ ଭୟ କାହିଁକି : ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରାହୁଲଙ୍କ ପ୍ରଶ୍ନ…….

ନୂଆଦିଲ୍ଲୀ : ୨୦୧୯ର ଏକ ମାନହାନୀ ମାମଲାରେ ସୁରଟ କୋର୍ଟ ଗତ ଗୁରୁବାର ରାହୁଲ ଗାନ୍ଧୀଙ୍କୁ ଦୁଇ ବର୍ଷ ଜେଲ୍ ଦଣ୍ଡାଦେଶ କରିଥିଲେ । କୋର୍ଟଙ୍କ ଏହି ଦଣ୍ଡାଦେଶ ପରେ ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ କରିଦିଆଯାଇଛି। ଯାହା ପରେ ଦେଶରେ ଏକ ଭୟଙ୍କର ରାଜନୈତିକ ମହାଭାରତ ସୃଷ୍ଟି ହୋଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଲୋକସଭା ସଭ୍ୟ ପଦ ରଦ୍ଦକୁ ନେଇ ଏକାଠି ହୋଇଛନ୍ତି ବିରୋଧୀ । ଏହାକୁ ବିରୋଧ କରି କଂଗ୍ରେସ ଦେଶବ୍ୟାପି […]

ନୂଆଦିଲ୍ଲୀ : ୨୦୧୯ର ଏକ ମାନହାନୀ ମାମଲାରେ ସୁରଟ କୋର୍ଟ ଗତ ଗୁରୁବାର ରାହୁଲ ଗାନ୍ଧୀଙ୍କୁ ଦୁଇ ବର୍ଷ ଜେଲ୍ ଦଣ୍ଡାଦେଶ କରିଥିଲେ । କୋର୍ଟଙ୍କ ଏହି ଦଣ୍ଡାଦେଶ ପରେ ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ କରିଦିଆଯାଇଛି। ଯାହା ପରେ ଦେଶରେ ଏକ ଭୟଙ୍କର ରାଜନୈତିକ ମହାଭାରତ ସୃଷ୍ଟି ହୋଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଲୋକସଭା ସଭ୍ୟ ପଦ ରଦ୍ଦକୁ ନେଇ ଏକାଠି ହୋଇଛନ୍ତି ବିରୋଧୀ । ଏହାକୁ ବିରୋଧ କରି କଂଗ୍ରେସ ଦେଶବ୍ୟାପି ମୋଦୀ ସରକାର ବିରୋଧରେ ପ୍ରତିବାଦ କରୁଥିବା ବେଳେ ଏହାକୁ ସମର୍ଥନ କରିଛନ୍ତି ଅଧିକାଂଶ ବିରୋଧୀ ଦଳ। ତେବେ ଏହାରି ମଧ୍ୟରେ ରାହୁଲ ଗାନ୍ଧୀ ମଧ୍ୟ ମୋଦୀ ସରକାର ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗଟ କରିବାରେ ଲାଗିଛନ୍ତି।

ସୋମବାର ଟ୍ବିଟ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଦାନୀ ପ୍ରସଙ୍ଗରେ ପୁଣି ପ୍ରଶ୍ନ କରିବା ସହ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧୀ। ଆଦାନୀଙ୍କ କମ୍ପାନୀରେ ଲୋକଙ୍କ ପଇସା ନିବେଶ ଅଭିଯୋଗର କାହିଁକି ଯାଞ୍ଚ କରାଯାଉ ନାହିଁ ବୋଲି ରାହୁଲ ପ୍ରଶ୍ନ କରିଛନ୍ତି। ରାହୁଲ ଟ୍ୱିଟ୍ କରି କହିଛନ୍ତି, “ଏଲଆଇସିର ପଇସା, ଆଦାନୀଙ୍କୁ! ଏସବିଆଇର ପଇସା, ଆଦାନୀଙ୍କୁ! ଇପିଏଫ୍ ର ପଇସା ମଧ୍ୟ ଆଦାନୀ କମ୍ପାନୀରେ! ‘ମୋଦାନୀ’ ବିଷୟରେ ଖୁଲାସା ପରେ ମଧ୍ୟ ଆଦାନୀଙ୍କ କମ୍ପାନୀକୁ ଲୋକଙ୍କ ଟଙ୍କା କାହିଁକି ଯାଉଛି? ପ୍ରଧାନମନ୍ତ୍ରୀ ମହୋଦୟ, ଏହାର ନା ତଦନ୍ତ ପାଇଁ କହୁଛନ୍ତି ନା ଉତ୍ତର ଦେଉଛନ୍ତି ! ଏତେ ଭୟ କାହିଁକି?” ବୋଲି ରାହୁଲ ପ୍ରଶ୍ନ କରିଛନ୍ତି।


ଗତ ମାସରେ ଆମେରିକାର ସର୍ଟ ସେଲର କମ୍ପାନୀ ହିଣ୍ଡେନବର୍ଗ ରିସର୍ଚ୍ଚର ରିପୋର୍ଟ ପରେ ସେୟାର ମାର୍କେଟରେ ଆଦାନୀ ଗ୍ରୁପର ବିପୁଳ କ୍ଷତି ହୋଇଥିଲା । ହିଣ୍ଡେନବର୍ଗ ରିପୋର୍ଟକୁ ନେଇ ଭାରତରେ ରାଜନୈତିକ ବିବାଦ ମଧ୍ୟ ସୃଷ୍ଟି ହୋଇଥିଲା । ଆଦାନୀ ଗ୍ରୁପ୍ ଅଧ୍ୟକ୍ଷ ଗୌତମ ଆଦାନୀଙ୍କ ସହ ତାଙ୍କ ସମ୍ପର୍କ ନେଇ ବିରୋଧୀ, ବିଶେଷକରି କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍ କରିଥିଲା। ତେବେ, ଗୌତମ ଆଦାନୀଙ୍କ ନେତୃତ୍ୱାଧୀନ ଗ୍ରୁପ୍‌ ହିଣ୍ଡେନବର୍ଗର ଏହି ଅଭିଯୋଗକୁ ମିଛ ବୋଲି ଖଣ୍ଡନ କରି କହିଛି ଯେ ଏହା ସମସ୍ତ ଆଇନ ଏବଂ ଆବଶ୍ୟକତାକୁ ପାଳନ କରୁଛି।

ଏହି ପ୍ରସଙ୍ଗକୁ ନେଇ ଚଳିତ ସଂସଦ ଅଧିବେଶନ ଚାଲିପାରିନଥିବା ବେଳେ ରାହୁଲ ଗାନ୍ଧୀ ଆଦାନୀ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିବା ସହ ଘଟଣାର ତଦନ୍ତ ଦାବି କରି ଆସୁଛନ୍ତି। ଅଦାନୀ ପ୍ରସଙ୍ଗରେ ସେ ପ୍ରଶ୍ନ ଉଠାଇବା କାରଣରୁ ତାଙ୍କୁ ଲୋକସଭାରୁ ଅଯୋଗ୍ୟ ଘୋଷଣା କରାଯାଇଥିବା ସେ ଅଭିଯୋଗ କରିଛନ୍ତି, କିନ୍ତୁ ତାଙ୍କୁ ଆଜୀବନ ସଂସଦରୁ ଅଯୋଗ୍ୟ ଘୋଷଣା କରାଗଲେ ମଧ୍ୟ ସେ ଏହା ଜାରି ରଖିବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ଅନ୍ୟପଟେ ରାହୁଲଙ୍କ ଲୋକସଭା ସଦସ୍ୟତା ରଦ୍ଧ କରାଯିବାକୁ ନେଇ କଂଗ୍ରେସ ସାଂସଦମାନେ ଆଜି ସଂସଦକୁ କଳା ପୋଷାକ ପିନ୍ଧି ଆସିଥିବା ଦେଖିବାକୁ ମିଳିଛି । ଅଲଗା ପ୍ରସଙ୍ଗରେ ବିରୋଧୀଙ୍କ ଭିନ୍ନ ମତ ଥିଲେ ବି ଏହି ପ୍ରସଙ୍ଗରେ ସବୁ ବିରୋଧୀ ଏକାଠୀ ଥିବା କହିଛି କଂଗ୍ରେସ । କଂଗ୍ରେସ, ଡିଏମକେ, ଜେଡିୟୁ, ବିଆରଏସ, ସିପିଏମ, ଆରଜେଡି, ଟିଏମସି, ଆପ୍, ଶିବସେନା(ୟୁବିଟି) ଆରଏସପି, ଏନସିପି, ସିପିଆଇ ସମେତ ୧୭ ବିରୋଧ ଦଳ ନେତା ଏକାଠି ହୋଇ ବୈଠକ କରିଛନ୍ତି । ସେପଟେ ସଂସଦରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଉଭୟ ଗୃହକୁ ମୁଲତବୀ ଘୋଷଣା କରାଯାଇଛି ।

ରାହୁଲ ଗାନ୍ଧୀ ସାଂସଦ ପଦ ହରାଇବା ପରେ ଏବେ କଂଗ୍ରେସ ଆକ୍ରାମଣାତ୍ମକ ମୁଡରେ ଆସିଛି କଂଗ୍ରେସ । ଗତକାଲି ସାରା ଦେଶରେ ସତ୍ୟାଗ୍ରହ କରିଥିଲା କଂଗ୍ରେସ । ଆଦାନୀ ଏବଂ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ କି ସଂପର୍କ ରହିଛି ବୋଲି ରାହୁଲ ଗାନ୍ଧୀ ପ୍ରଶ୍ନ କରୁଛନ୍ତି । ଏଥିରେ ମୋଦୀ ସରକାର ଭୟଭୀତ ହୋଇଯାଇଛନ୍ତି । ତେଣୁ ରାହୁଲଙ୍କ ବିରୋଧରେ ଏଭଳି ପଦକ୍ଷେପ ନିଆଯାଇଛି ବୋଲି କହିଛି କଂଗ୍ରେସ।

About The Author: The Sakala