ଅଗଷ୍ଟ ୧୫କୁ ଭାରତର ସ୍ବାଧୀନତା ଦିବସ ଭାବେ ଘୋଷଣା କରିଥିଲେ ଲର୍ଡ ମାଉଣ୍ଟବେଟେନ୍‌; ଜାଣନ୍ତୁ କ’ଣ ଥିଲା ଏହାର କାରଣ…

୧୯୪୭ ମସିହା ଅଗଷ୍ଟ ମାସରେ ଲାହୋର୍‌ଠାରେ ଅନୁଷ୍ଠିତ ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସ୍‌ ଅଧିବେଶନରେ ଭାରତକୁ ପୂର୍ଣ୍ଣ ସ୍ବାଧୀନତା ମିଳିଥିଲା। କିନ୍ତୁ ୧୯୨୯ ମସିହାରେ ଜବାହରଲାଲ୍‌ ନେହରୁଙ୍କ ଉଦ୍ୟମ କ୍ରମେ ‘ପୂର୍ଣ୍ଣ ସ୍ବରାଜ’ର ଘୋଷଣା କରାଯାଇଥିଲା। ତେଣୁ  ୧୯୩୦ ରୁ ୧୯୪୭ ମସିହା ପର୍ଯ୍ୟନ୍ତ ପ୍ରତ୍ୟେକ ବର୍ଷ ଜାନୁଆରୀ ୨୬ ତାରିଖକୁ ସ୍ବାଧୀନତା ଦିବସ ଭାବେ ପାଳନ କରାଯାଉଥିଲା। ସେହି ସମୟରେ ଭାରତରେ ଲର୍ଡ ମାଉଣ୍ଟ୍‌ବେଟେନ୍‌ ଭାରତର ଶାସନଭାର ସମ୍ଭାଳୁଥିଲେ। ଐତିହାସିକ ତଥ୍ୟ ଅନୁସାରେ ମାଉଣ୍ଟବେଟେନ୍‌  ହିଁ ଭାରତର […]

୧୯୪୭ ମସିହା ଅଗଷ୍ଟ ମାସରେ ଲାହୋର୍‌ଠାରେ ଅନୁଷ୍ଠିତ ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସ୍‌ ଅଧିବେଶନରେ ଭାରତକୁ ପୂର୍ଣ୍ଣ ସ୍ବାଧୀନତା ମିଳିଥିଲା। କିନ୍ତୁ ୧୯୨୯ ମସିହାରେ ଜବାହରଲାଲ୍‌ ନେହରୁଙ୍କ ଉଦ୍ୟମ କ୍ରମେ ‘ପୂର୍ଣ୍ଣ ସ୍ବରାଜ’ର ଘୋଷଣା କରାଯାଇଥିଲା। ତେଣୁ  ୧୯୩୦ ରୁ ୧୯୪୭ ମସିହା ପର୍ଯ୍ୟନ୍ତ ପ୍ରତ୍ୟେକ ବର୍ଷ ଜାନୁଆରୀ ୨୬ ତାରିଖକୁ ସ୍ବାଧୀନତା ଦିବସ ଭାବେ ପାଳନ କରାଯାଉଥିଲା। ସେହି ସମୟରେ ଭାରତରେ ଲର୍ଡ ମାଉଣ୍ଟ୍‌ବେଟେନ୍‌ ଭାରତର ଶାସନଭାର ସମ୍ଭାଳୁଥିଲେ।

ଐତିହାସିକ ତଥ୍ୟ ଅନୁସାରେ ମାଉଣ୍ଟବେଟେନ୍‌  ହିଁ ଭାରତର ସ୍ବାଧୀନତା ଦିବସ ପାଇଁ ଅଗଷ୍ଟ ୧୫ ତାରିଖକୁ ଧାର୍ଯ୍ୟ କରିଥିଲେ। କାରଣ ‘ଅଗଷ୍ଟ ୧୫’ ତାରିଖ ତାଙ୍କ ପାଇଁ ବେଶ୍‌ ସୌଭାଗ୍ୟଶାଳୀ ବୋଲି ସେ ଭାବୁଥିଲେ।  ତେଣୁ ଜୁନ୍‌ ୩ ତାରିଖରେ ସ୍ବତନ୍ତ୍ରତା ଓ ଦେଶ ବିଭାଜନ ସମ୍ବନ୍ଧୀୟ ଏକ ବୈଠକରେ ଲର୍ଡ ମାଉଣ୍ଟବେଟେନ୍‌ ଅଗଷ୍ଟ ୧୫ ତାରିଖକୁ ଭାରତର ସ୍ବାଧୀନତା ଦିବସ ଭାବେ ଘୋଷଣା କଲେ। ସାର୍ବଜନୀନ ଭାବେ ଏହି ଘୋଷଣା ଶୁଣିବା ପରେ ଭାରତର ଜ୍ୟୋତିଷଙ୍କ ଭିତରେ ଅସନ୍ତୋଷ ଦେଖାଗଲା। କାରଣ ଜ୍ୟୋତିଷଙ୍କ ମତରେ ତିଥି, ବାର ଓ ନକ୍ଷତ୍ରର ବିଚାର ଅନୁସାରେ ୧୯୪୭ ଅଗଷ୍ଟ ୧୫ ତାରିଖ ବହୁତ ଅଶୁଭ ଏବଂ ଅମଙ୍ଗଳକାରୀ ଥିଲା। ତେଣୁ ଜ୍ୟୋତିଷମାନେ ପରାମର୍ଶ କରି ବିକଳ୍ପ ଦୃଷ୍ଟିରୁ ଆଉ ଏକ ତିଥି ସମ୍ପର୍କରେ ମାଉଣ୍ଟବେଟେନ୍‌ଙ୍କୁ କହିଲେ। କିନ୍ତୁ ମାଉଣ୍ଟବେଟେନ୍‌ ତାଙ୍କ ଲକି ନମ୍ବରକୁ ନେଇ ଜିଦିରେ ଅଟଳ ରହିଲେ।

About The Author: The Sakala