ରାଜ୍ଯରେ କମିବ ତାତି: କାଳବୈଶାଖୀ ବର୍ଷା ନେଇ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ଯରେ ଆସନ୍ତା  ୨୪ ଘଣ୍ଟା ମଧ୍ୟରେ ଘଡଘଡି ବିଜୁଳି ସହ ବର୍ଷା ପବନ ପାଇଁ ୧୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ବାଲେଶ୍ବର, ଭଦ୍ରକ, କେନ୍ଦୁଝର, ମୟୁରଭଞ୍ଜ, ଯାଜପୁର, କୋରାପୁଟ, ନବରଙ୍ଗପୁର,ଗଜପତି, କନ୍ଧମାଳ ଏବଂ ରାୟଗଡା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏହି ସବୁ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବର୍ଷା ସମୟରେ ଘଣ୍ଟାପ୍ରତି ୩୦ ରୁ ୪୦ […]

ଭୁବନେଶ୍ୱର: ରାଜ୍ଯରେ ଆସନ୍ତା  ୨୪ ଘଣ୍ଟା ମଧ୍ୟରେ ଘଡଘଡି ବିଜୁଳି ସହ ବର୍ଷା ପବନ ପାଇଁ ୧୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ବାଲେଶ୍ବର, ଭଦ୍ରକ, କେନ୍ଦୁଝର, ମୟୁରଭଞ୍ଜ, ଯାଜପୁର, କୋରାପୁଟ, ନବରଙ୍ଗପୁର,ଗଜପତି, କନ୍ଧମାଳ ଏବଂ ରାୟଗଡା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏହି ସବୁ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ବର୍ଷା ସମୟରେ ଘଣ୍ଟାପ୍ରତି ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିବ। ଆସନ୍ତା ୩ ତାରିଖ ପର୍ଯ୍ଯନ୍ତ ରାଜ୍ୟରେ ଏଭଳି ପାଗ ରହିବ। ଯାହା ଫଳରେ ସର୍ବାଧିକ ତାପମାତ୍ରାରେ ଧିରେ ଧିରେ ହ୍ରାସ ଘଟିବ। ୨ ରୁ ୩ ଦିନ ମଧ୍ୟରେ ଉପକୂଳ ଓଡ଼ିଶାରେ ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ତାପମାତ୍ରା କମିବ ବୋଲି ଆକଳନ କରାଯାଇଛି । ୩ ଦିନ ପରେ ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ତାପମାତ୍ରା କମିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ଗତ ସପ୍ତାହେ ହେବ ଉପକୂଳ ଓଡ଼ିଶାରେ ଉପରମୁହାଁ ଥିଲା ପାରଦ। ପଶ୍ଚିମ ଦିଗରୁ ଓଡ଼ିଶାକୁ ଆସୁଥିବା ଶୁଷ୍କ ଗରମ ପବନ ପାଇଁ ବିଭିନ୍ନ ଜିଲ୍ଲାକୁ ହିଟ୍‌ଓ୍ବେଭ୍‌ ଆଲର୍ଟ ଜାରି କରାଯାଇଥିଲା । କିନ୍ତୁ ଏବେ ପବନର ଗତି ପରିବର୍ତ୍ତନ ହୋଇ ବଙ୍ଗୋପସାଗର ଆଡୁ ଓଡ଼ିଶାର ସ୍ଥଳ ଭାଗ ଆଡକୁ ପବନ ପ୍ରବାହିତ ହେଉଛି । ଫଳରେ ବାୟୁମଣ୍ଡଳରେ ଜଳୀୟବାଷ୍ପର ପରିମାଣ ବୃଦ୍ଧି ହେବା ସହ କାଳବୈଶାଖୀ ବର୍ଷା ହେବାରେ ସହାୟକ ହେଉଛି ।

About The Author: The Sakala