ଟ୍ରାଇର ବଡ଼ ନିଷ୍ପତ୍ତି: ମୋବାଇଲରେ ଦେଖାଯିବ କଲ୍ କରୁଥିବା ବ୍ୟକ୍ତିଙ୍କ ନାମ

ନୂଆଦିଲ୍ଲୀ: ଏଣିକି ମୋବାଇଲରେ ଦେଖିପାରିବେ ଆପଣଙ୍କୁ କଲ୍ କରୁଥିବା ବ୍ୟକ୍ତିଙ୍କ ନାମ। ଯଦି ସ୍ମାର୍ଟଫୋନରେ କାହାର ନମ୍ବର ସେଭ୍ କରାଯାଇ ନ ଥାଏ ଆଉ ପାଖକୁ ଆସୁଥିବା ଅଜ୍ଞାତ ନମ୍ବରରୁ କଲ୍‌ ଆସେ, ତେବେ ଆପଣଙ୍କ ମନକୁ ପ୍ରଥମେ ପ୍ରଶ୍ନ ଆସେ ଯେ, କିଏ କଲ୍ କରୁଛନ୍ତି। ଯଦି ଆପଣଙ୍କ ସହିତ ଏପରି ବାରମ୍ବାର ଘଟେ ତେବେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ, କାରଣ ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତପକ୍ଷ (ଟ୍ରାଇ) ସାରା ଦେଶରେ ଟେଲିକମ୍ […]

ନୂଆଦିଲ୍ଲୀ: ଏଣିକି ମୋବାଇଲରେ ଦେଖିପାରିବେ ଆପଣଙ୍କୁ କଲ୍ କରୁଥିବା ବ୍ୟକ୍ତିଙ୍କ ନାମ। ଯଦି ସ୍ମାର୍ଟଫୋନରେ କାହାର ନମ୍ବର ସେଭ୍ କରାଯାଇ ନ ଥାଏ ଆଉ ପାଖକୁ ଆସୁଥିବା ଅଜ୍ଞାତ ନମ୍ବରରୁ କଲ୍‌ ଆସେ, ତେବେ ଆପଣଙ୍କ ମନକୁ ପ୍ରଥମେ ପ୍ରଶ୍ନ ଆସେ ଯେ, କିଏ କଲ୍ କରୁଛନ୍ତି। ଯଦି ଆପଣଙ୍କ ସହିତ ଏପରି ବାରମ୍ବାର ଘଟେ ତେବେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ, କାରଣ ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତପକ୍ଷ (ଟ୍ରାଇ) ସାରା ଦେଶରେ ଟେଲିକମ୍ କମ୍ପାନୀଗୁଡ଼ିକୁ କଲିଂ ନେମ୍‌ ଉପସ୍ଥାପନା କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛି। ଏହା ପରେ ଯଦି ଜଣେ ଅଜ୍ଞାତ ବ୍ୟକ୍ତି ଆପଣଙ୍କ ଫୋନକୁ କଲ୍ କରନ୍ତି, ତେବେ ଆପଣଙ୍କ ଫୋନ୍‌ର ସ୍କ୍ରିନରେ ତାଙ୍କ ନାମ ଦୃଶ୍ୟମାନ ହେବ। ଏହାପୂର୍ବରୁ ସ୍ମାର୍ଟଫୋନ ବ୍ୟବହାରକାରୀମାନେ ନିଜ ଫୋନରେ ଅଜଣା କଲ୍ ବିଷୟରେ ସୂଚନା ପାଇବା ପାଇଁ ଥାର୍ଡ ପାର୍ଟି ଆପ୍ସ ବ୍ୟବହାର କରୁଥିଲେ, ଯେଉଁଥିରେ ଅନେକ ବ୍ୟବହାରକାରୀ ଟ୍ରୁ କଲର୍ ବ୍ୟବହାର କରିଥାନ୍ତି। ତେବେ ଥାର୍ଡ ପାର୍ଟି ଆପଗୁଡ଼ିକ ସେମାନଙ୍କର ସୁବିଧା ପାଇଁ ଇନଷ୍ଟଲ୍ ହେବା ସମୟରେ ଅନେକ ଅନୁମତି ମାଗନ୍ତି, ଯେଉଁଥିରେ ଯୋଗାଯୋଗ ବିବରଣୀ, ଫୋନ୍ ଗ୍ୟାଲେରୀ, ସ୍ପିକର, କ୍ୟାମେରା ଏବଂ କଲ୍ ଇତିହାସ ବିଷୟରେ ସୂଚନା ସାମିଲ।

ଯଦି ଆପଣ ଏସବୁକୁ ଅନୁମତି ନ ଦିଅନ୍ତି, ତେବେ ଏହି ଥାର୍ଡ ପାର୍ଟି ଆପ୍ କାମ କରେ ନାହିଁ ଏବଂ ଯଦି ଆପଣ ଅନୁମତି ଦିଅନ୍ତି ତେବେ ଆପଣଙ୍କର ବ୍ୟକ୍ତିଗତ ବିବରଣୀ ଲିକ୍ ହେବାର ଭୟ ରହିଥାଏ। କଲିଂ ନେମ୍ ପ୍ରେଜେଣ୍ଟେସନର ବ୍ୟବସ୍ଥା ଆରମ୍ଭ କରିବାକୁ ଟ୍ରାଇ ଦେଶର ସମସ୍ତ ଟେଲିକମ୍ କମ୍ପାନୀଗୁଡିକୁ ନିର୍ଦ୍ଦେଶ ଦେଇଛି। ଯାହା ପରେ ଦେଶରେ ମୋବାଇଲ୍ ସେବା ଯୋଗାଉଥିବା କମ୍ପାନୀଗୁଡିକ ଏହାର ପରୀକ୍ଷା ଆରମ୍ଭ କରିବେ। ଟ୍ରାଇ ଅନୁଯାୟୀ, ଯଦି ଏହି ପରୀକ୍ଷା ସଫଳ ହୁଏ ତେବେ କଲିଂ ନେମ୍ ପ୍ରେଜେଣ୍ଟେସନ ଫିଚର ସାରା ଦେଶରେ କାର୍ଯ୍ୟକାରୀ ହେବ। ଯାହା ପରେ ଅଜ୍ଞାତ କଲ୍‌ ବିଷୟରେ ସୂଚନା ପାଇବା ପାଇଁ ଆପଣଙ୍କୁ କୌଣସି ଥାର୍ଡ ପାର୍ଟି ଆପ୍ ଦରକାର ନାହିଁ।

About The Author: The Sakala