ଡଲାର ତୁଳନାରେ କ୍ରମାଗତ ଦୁର୍ବଳ ହେଉଛି ଭାରତୀୟ ମୁଦ୍ରା

ନୂଆଦିଲ୍ଲୀ : ଭାରତ ବିଶ୍ୱର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି। ଭାରତରେ ମୁଦ୍ରାସ୍ଫୀତି ହାର ପ୍ରାୟ ୨ ପ୍ରତିଶତ। ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ପ୍ରାୟ ୭୦୦ ବିଲିୟନ ଡଲାର। ଦେଶର ଷ୍ଟକ୍ ବଜାର ବିଶ୍ୱର ୫ମ ବୃହତ ବଜାର। ଭାରତ ବିଶ୍ୱର ଚତୁର୍ଥ ବୃହତ ଅର୍ଥନୀତି। ଖୁବ୍ ଶୀଘ୍ର ଭାରତ ବିଶ୍ୱର ତୃତୀୟ ବୃହତ ଅର୍ଥନୀତି ହେବାକୁ ଯାଉଛି। ଏହା ପରେ ମଧ୍ୟ ଭାରତ ଉପରେ ଏକ ବଡ଼ ସଙ୍କଟ ମାଡ଼ିଆସୁଛି। ଏହି ସଙ୍କଟ ଦେଶର […]

ନୂଆଦିଲ୍ଲୀ : ଭାରତ ବିଶ୍ୱର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି। ଭାରତରେ ମୁଦ୍ରାସ୍ଫୀତି ହାର ପ୍ରାୟ ୨ ପ୍ରତିଶତ। ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ପ୍ରାୟ ୭୦୦ ବିଲିୟନ ଡଲାର। ଦେଶର ଷ୍ଟକ୍ ବଜାର ବିଶ୍ୱର ୫ମ ବୃହତ ବଜାର। ଭାରତ ବିଶ୍ୱର ଚତୁର୍ଥ ବୃହତ ଅର୍ଥନୀତି। ଖୁବ୍ ଶୀଘ୍ର ଭାରତ ବିଶ୍ୱର ତୃତୀୟ ବୃହତ ଅର୍ଥନୀତି ହେବାକୁ ଯାଉଛି। ଏହା ପରେ ମଧ୍ୟ ଭାରତ ଉପରେ ଏକ ବଡ଼ ସଙ୍କଟ ମାଡ଼ିଆସୁଛି। ଏହି ସଙ୍କଟ ଦେଶର ଅର୍ଥନୀତିକୁ ଏକ ବଡ଼ କ୍ଷତି ପହଞ୍ଚାଇବାର ସମ୍ଭାବନା ରହିଛି।

ବାସ୍ତବରେ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ‘ଟଙ୍କା’ ର ବିନିମୟ ମୂଲ୍ୟ ଖୁବ୍ ଶୀଘ୍ର ୯୦ ସ୍ତର ଅତିକ୍ରମ କରିପାରେ। ଏହା ସେତିକିବେଳେ ଘଟିଛି, ଯେତେବେଳେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ହ୍ରାସ ପାଉଛି। କିନ୍ତୁ ବିଦେଶୀ ନିବେଶକଙ୍କ ପ୍ରସ୍ଥାନ ଏହି ସଙ୍କଟକୁ ବୃଦ୍ଧି କରୁଛି। ଏହାଛଡା ଆମେରିକା ସହିତ ବାଣିଜ୍ୟରେ ବିଳମ୍ବ ଏହି ସଙ୍କଟକୁ ଆହୁରି ବୃଦ୍ଧି କରୁଛି। ଯଦି ଆମେ ଚଳିତ ସପ୍ତାହର ପ୍ରଥମ ଅର୍ଥାତ୍‌ ଆଜିର ବାଣିଜ୍ୟ କାରବାର କଥା କହିବା, ତେବେ ଟଙ୍କା ମୂଲ୍ୟରେ ୫୨ ପଇସାର ଏକ ବଡ଼ ହ୍ରାସ ଦେଖାଯାଇଛି, ଯାହା ଆଗାମୀ ଦିନରେ ଜାରି ରହିପାରେ। ଅନ୍ୟପକ୍ଷରେ, ଜୁଲାଇ ପରି ଅଗଷ୍ଟରେ ମଧ୍ୟ ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ଏକ ବଡ଼ ହ୍ରାସ ଦେଖାଯାଇପାରେ।

ସୋମବାର, ବିଦେଶୀ ପୁଞ୍ଜି ପ୍ରତ୍ୟାହାର ଏବଂ ବାଣିଜ୍ୟ ଶୁଳ୍କ ଅନିଶ୍ଚିତତା ନିବେଶକଙ୍କ ଭାବନାକୁ ପ୍ରଭାବିତ କରିବା ଯୋଗୁଁ ଡଲାର ତୁନଳାରେ ଟଙ୍କାର ବିନିମୟ ମୂଲ୍ୟରେ ୫୨ ପଇସା ହ୍ରାସ ପାଇ ଏହା ୮୭.୬୬ ସ୍ତରରେ ବନ୍ଦ ହୋଇଥିଲା। ବିଦେଶୀ ମୁଦ୍ରା ବ୍ୟବସାୟୀମାନେ କହିଛନ୍ତି ଯେ ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ବିଶ୍ୱ ବାଣିଜ୍ୟ ଦୃଷ୍ଟିକୋଣରେ ବ୍ୟାପକ ବାଧା ସୃଷ୍ଟି କରିବା ବିଷୟରେ ନୂତନ ଚିନ୍ତା ସୃଷ୍ଟି କରିଛି। ତୈଳ ମାର୍କେଟିଂ କମ୍ପାନୀଗୁଡ଼ିକ ପକ୍ଷରୁ ଡଲାର ଚାହିଦା ଯୋଗୁଁ ଦିନ ସମୟରେ ଟଙ୍କା ହ୍ରାସ ପାଇଛି। ଆନ୍ତଃବ୍ୟାଙ୍କ ବିଦେଶୀ ମୁଦ୍ରା ବିନିମୟ ବଜାରରେ, ଡଲାର ତୁଳନାରେ ଟଙ୍କା ୮୭.୨୧ ସ୍ତରରେ ଖୋଲିଥିଲା, ଯାହା ଆମେରିକୀୟ ମୁଦ୍ରା ତୁଳନାରେ ୮୭.୭୦ ର ସର୍ବନିମ୍ନ ସ୍ତରରେ ପହଞ୍ଚିଥିଲା।

About The Author: The Sakala