ବିଶ୍ବର ସର୍ବାଧିକ ଆୟକାରୀ ମହିଳା ବସ୍ ଡେନିସ୍ କୋଟ୍ସ,, ବାର୍ଷିକ ବେତନ ୪୭୫୧ କୋଟି

ନୂଆଦିଲ୍ଲୀ: ବ୍ରିଟେନର ଡେନିସ କୋଟ୍ସ ହୋଇଛନ୍ତି ବିଶ୍ବର ସର୍ବାଧିକ ଆୟ କରୁଥିବା ବସ୍। ଅନଲାଇନ ସଟ୍ଟା କାରବାର ପରିଚାଳନାକାରୀ ବେଟ-୩୬୫ ଗ୍ରୁପର ଲିମିଟେଡର ପ୍ରତିଷ୍ଠାତା ଏହି ୫୩ ବର୍ଷୀୟ ମହିଳା ଡେନିସ୍ କମ୍ପାନୀର ସିଇଓ ମଧ୍ୟ ରହିଛନ୍ତି। ତାଙ୍କର ବାର୍ଷିକ ବେତନ ୪୭୬୧ କୋଟି ଟଙ୍କା ରହିଛି। ପୂର୍ବ ବର୍ଷ ତୁଳନାରେ ଡେନିସ୍ କମ୍ପାନୀରୁ ୫୦ ପ୍ରତିଶତ ଅଧିକ ବେତନ ନେଉଛନ୍ତି। ଏହା ଫଳରେ ସେ ହୋଇଛନ୍ତି ବିଶ୍ବର ସର୍ବାଧିକ ବେତନଧାରୀ ମହିଳା ବସ୍। ଡେନିସଙ୍କ ଏହି […]

ନୂଆଦିଲ୍ଲୀ: ବ୍ରିଟେନର ଡେନିସ କୋଟ୍ସ ହୋଇଛନ୍ତି ବିଶ୍ବର ସର୍ବାଧିକ ଆୟ କରୁଥିବା ବସ୍। ଅନଲାଇନ ସଟ୍ଟା କାରବାର ପରିଚାଳନାକାରୀ ବେଟ-୩୬୫ ଗ୍ରୁପର ଲିମିଟେଡର ପ୍ରତିଷ୍ଠାତା ଏହି ୫୩ ବର୍ଷୀୟ ମହିଳା ଡେନିସ୍ କମ୍ପାନୀର ସିଇଓ ମଧ୍ୟ ରହିଛନ୍ତି। ତାଙ୍କର ବାର୍ଷିକ ବେତନ ୪୭୬୧ କୋଟି ଟଙ୍କା ରହିଛି। ପୂର୍ବ ବର୍ଷ ତୁଳନାରେ ଡେନିସ୍ କମ୍ପାନୀରୁ ୫୦ ପ୍ରତିଶତ ଅଧିକ ବେତନ ନେଉଛନ୍ତି। ଏହା ଫଳରେ ସେ ହୋଇଛନ୍ତି ବିଶ୍ବର ସର୍ବାଧିକ ବେତନଧାରୀ ମହିଳା ବସ୍।

ଡେନିସଙ୍କ ଏହି ସଫଳତାର କାହାଣୀ ବେଶ ରୋମାଞ୍ଚକର। କ୍ୟାରିୟରର ପ୍ରାରମ୍ଭରେ ସେ ତାଙ୍କ ପିତାଙ୍କର ଏକ ଲେଟେରୀ ଦୋକାନାରେ କାମ କରୁଥିଲେ। ବ୍ଲୁମବର୍ଗ ବିଲୋନୟର୍ସ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଡେନିସ୍ ଆଜି ବିଶ୍ବର ଶ୍ରେଷ୍ଠ ୫୦୦ ଧନୀ ବ୍ୟକ୍ତି ମଧ୍ୟରେ ସ୍ଥାନ ପାଇଛନ୍ତି। ତାଙ୍କର ମୋଟ ସମ୍ପତ୍ତି ପରିମାଣ ୧୦.୩ ଅରବ ଡଲାର। ଧନୀ ତାଲିକାରେ ସେ ୨୧୯ ତମ ସ୍ଥାନରେ ରହିଛନ୍ତି। ସବୁଠାରୁ କୌତୁହଳର ବିଷୟ ହେଉଛି ଚଳିତ ବର୍ଷ ତାଙ୍କ ସମ୍ପତ୍ତିରେ ୮୮.୨ ନିୟୁତ ଡଲାର ବୃଦ୍ଧି ଘଟିଛି। ଡେନିସ ବିଶ୍ବର କେବଳ ସର୍ବାଧିକ ବେତନଧାରୀ ମହିଳା ନୁହଁନ୍ତି, ସେ ବ୍ରିଟେନର ସବୁଠାରୁ ଧନୀ ମହିଳା। ୨୦୦୦ ମସିହାର ପ୍ରାରମ୍ଭରେ ଅନଲାଇନ ଦୁନିଆକୁ ଡେନିସ୍ ଏକ ନୂଆ ପରିଚୟ ଦେଇଥିଲେ। ସେ ସମୟରେ ସେ ବ୍ରିଟେନର ସର୍ବାଧିକ ମହିଳା ମଧ୍ୟରେ ଗଣତି ହୋଇଥିଲେ। ସେ ସକର କ୍ଲବ ଷ୍ଟୋକ ସିଟିର ମଧ୍ୟ ମାଲିକ। କମ୍ପାନୀର ସଟ୍ଟା କାରବାର କ୍ଷେତ୍ରରେ ତାଙ୍କ କମ୍ପାନୀ ସମଗ୍ର ବିଶ୍ବରେ ବେଶ ନାମ କମାଇଛି। ତାଙ୍କ କାରବାରର ଏକ ବଡ ରାଜସ୍ବ ୟୁରୋପ ବ୍ୟତୀତ ଆମେରିକାରୁ ଆସିଥାଏ।

About The Author: The Sakala