ଆଜି ଅନୁଗୁଳ ଓ ଢେଙ୍କାନାଳରେ BSKY କାର୍ଡ ବାଣ୍ଟିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ସ୍ମାର୍ଟ ସ୍ୱାସ୍ଥ୍ୟ ସେବା ତାଲିକାରେ ଯୋଡ଼ିହେବ ଅନୁଗୁଳ ଓ ଢେଙ୍କାନାଳ। ଆଜି ଅନୁଗୁଳ ଗସ୍ତ କରି ବିଏସକେଓ୍ୱାଇ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରାୟ ୩୫୦ ଜଣ ହିତାଧିକାରୀଙ୍କୁ ନିଜ ହାତରେ ମଞ୍ଚରୁ ସ୍ମାର୍ଟ କାର୍ଡ ବାଣ୍ଟିବେ ନବୀନ। ସ୍ମାର୍ଟ କାର୍ଡ ଦ୍ୱାରା ଉପକୃତ ହେବେ ଜିଲ୍ଲାର ମୋଟ ୯ ଲକ୍ଷ ହିତାଧିକାରୀ। ଜିଲ୍ଲାରେ ପ୍ରଥମ କରି ନିର୍ମାଣ ହୋଇଥିବା ହେଲଥ କରିଡର ମଧ୍ୟ ଉଦଘାଟନ ହେବ। […]

ଭୁବନେଶ୍ୱର: ଆଜି ସ୍ମାର୍ଟ ସ୍ୱାସ୍ଥ୍ୟ ସେବା ତାଲିକାରେ ଯୋଡ଼ିହେବ ଅନୁଗୁଳ ଓ ଢେଙ୍କାନାଳ। ଆଜି ଅନୁଗୁଳ ଗସ୍ତ କରି ବିଏସକେଓ୍ୱାଇ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରାୟ ୩୫୦ ଜଣ ହିତାଧିକାରୀଙ୍କୁ ନିଜ ହାତରେ ମଞ୍ଚରୁ ସ୍ମାର୍ଟ କାର୍ଡ ବାଣ୍ଟିବେ ନବୀନ। ସ୍ମାର୍ଟ କାର୍ଡ ଦ୍ୱାରା ଉପକୃତ ହେବେ ଜିଲ୍ଲାର ମୋଟ ୯ ଲକ୍ଷ ହିତାଧିକାରୀ। ଜିଲ୍ଲାରେ ପ୍ରଥମ କରି ନିର୍ମାଣ ହୋଇଥିବା ହେଲଥ କରିଡର ମଧ୍ୟ ଉଦଘାଟନ ହେବ।

ସେହିଭଳି ୧ ହଜାର ୧୭୬ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ଅନୁଗୁଳରେ କାର୍ଯ୍ୟକ୍ରମ ସାରିବା ପରେ ଢେଙ୍କାନାଳ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମିନି ଷ୍ଟାଡିଅମରେ ଜିଲ୍ଲାବାସୀଙ୍କୁ ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିବେ ମୁଖ୍ୟମନ୍ତ୍ରୀ। ଜିଲ୍ଲାର ପ୍ରାୟ ୯ଲକ୍ଷ ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ବାଣ୍ଟିବା ସହ ୮୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ। ଏ ନେଇ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

About The Author: The Sakala