ବିଧାନସଭାର ଶୀତକାଳୀନ ଅଧିବେଶନରେ ଦିବଙ୍ଗତ ସଦସ୍ୟମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଆଜିଠାରୁ ବିଧାନସଭାର ଶୀତକାଳୀନ ଅଧିବେଶନରେ ଦିବଙ୍ଗତ ସଦସ୍ୟମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଗୃହରେ ଦିବଙ୍ଗତ ସଦସ୍ୟମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ପାଇଁ ଶୋକ ପ୍ରସ୍ତାବ ଆଗତ କରିଛନ୍ତି । ଏହାପରେ ଗୃହକୁ ଅପରାହ୍ଣ ୫ଟା ଯାଏ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି। ଅଧିବେଶନର ପ୍ରଥମ ଦିନରେ ଅର୍ଥାତ ଆସନ୍ତାକାଲି ୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍ ଆଗତ କରାଯିବ। ନଭେମ୍ବର ୩୦ ଏବଂ ଡିସେମ୍ବର ୧ ତାରିଖ ଦୁଇଦିନ […]

ଭୁବନେଶ୍ବର : ଆଜିଠାରୁ ବିଧାନସଭାର ଶୀତକାଳୀନ ଅଧିବେଶନରେ ଦିବଙ୍ଗତ ସଦସ୍ୟମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଗୃହରେ ଦିବଙ୍ଗତ ସଦସ୍ୟମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ପାଇଁ ଶୋକ ପ୍ରସ୍ତାବ ଆଗତ କରିଛନ୍ତି । ଏହାପରେ ଗୃହକୁ ଅପରାହ୍ଣ ୫ଟା ଯାଏ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି। ଅଧିବେଶନର ପ୍ରଥମ ଦିନରେ ଅର୍ଥାତ ଆସନ୍ତାକାଲି ୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍ ଆଗତ କରାଯିବ। ନଭେମ୍ବର ୩୦ ଏବଂ ଡିସେମ୍ବର ୧ ତାରିଖ ଦୁଇଦିନ ଧରି ଗୃହରେ ବିଭିନ୍ନ ବିଭାଗର ଖର୍ଚ୍ଚଦାବି ଉପରେ ଆଲୋଚନା ହେବ। ଏହାପରେ ଡିସେମ୍ବର ୨ ତାରିଖ ଦିନ ଗୃହରେ ବ୍ୟୟମଞ୍ଜୁରୀ ବିଲ୍‍ ଉପରେ ଆଲୋଚନା ହୋଇ ବିଲ୍‍ ପାରିତ ହେବ।

ଅଧିବେଶନଟି ଡିସେମ୍ବର ୩୧ ତାରିଖ ଯାଏଁ ଚାଲିବାକୁ ଥିବାବେଳେ ଏଥିରେ ମୋଟ ୩୩ଟି କାର୍ଯ୍ୟଦିବସ ରହିଛି। ଅନ୍ୟପକ୍ଷରେ ଅଧିବେଶନରେ ଅର୍ଚ୍ଚନା ନାଗ, ଚାଷୀ, ବେକାରୀ, ଦରଦାମ ବୃଦ୍ଧି, ଆଇନ ଶୃଙ୍ଖଳା ଏବଂ କେନ୍ଦ୍ରୀୟ ଅବହେଳା ମୁଖ୍ୟ ପ୍ରସଙ୍ଗ ହେବାକୁ ଥିବା ବେଳେ ଏହାକୁ ନେଇ ଗୃହରେ ସରଗରମ୍‍ ଆଲୋଚନା ଦେଖିବାକୁ ମିଳିବ ବୋଲି ଜଣାପଡ଼ିଛି। ଅଧିବେଶନର ପ୍ରଥମ ଦିନରେ ଗୃହରେ ଦିବଙ୍ଗତ ବିଧାୟକମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପରେ ଗୃହକାର୍ଯ୍ୟ ଆରମ୍ଭ ହେବ। ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହରେ ଓଡ଼ିଶା ଅଗ୍ନିଶମ ସଂଶୋଧନ ବିଧେୟକ-୨୦୨୨ ବିଚାର ଏବଂ ପାରିତ ହେବାକୁ ଉପସ୍ଥାପିତ କରିବେ। ଏହାପରେ ଅର୍ଥମନ୍ତ୍ରୀ ଅତିରିକ୍ତ ବଜେଟ ଆଗତ କରିବାକୁ ଥିବାବେଳେ ଏହା ପ୍ରାୟ ୧୮ ହଜାର କୋଟିରୁ ଅଧିକ ହୋଇପାରେ ବୋଲି ଆଶା କରାଯାଉଛି।

About The Author: The Sakala