ଶ୍ରୀଲଙ୍କାରେ ପୁଣି ବଢ଼ିଲା ଆର୍ଥିକ ସଙ୍କଟ, ସମ୍ପୂର୍ଣ୍ଣ ସମର୍ଥନ ନିଶ୍ଚିତ କଲା ଭାରତ

କଲମ୍ବୋ: ଶ୍ରୀଲଙ୍କାରେ ପୁଣି ଆର୍ଥିକ ସଙ୍କଟ ଗମ୍ଭୀର ରୂପ ନେବାରେ ଲାଗିଛି। ଏବେ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାରରେ ୫୦୦ ନିୟୁତ ଡଲାର ହ୍ରାସ ଘଟିଛି। ଗତ ଏକ ବର୍ଷ ମଧ୍ୟରେ ଶ୍ରୀଲଙ୍କା ଟଙ୍କା ମୂଲ୍ୟରେ ୪୫%ହ୍ରାସ ପାଇଛି। ଏଠାରେ ୧ ଆମେରିକୀୟ ଡଲାରର ମୂଲ୍ୟ ୩୬୫ ଟଙ୍କା ହୋଇଛି। ଅର୍ଥ ଅଭାବରୁ ଦେଶରେ ୯ ମାର୍ଚ୍ଚରେ ହେବାକୁ ଥିବା ସ୍ଥାନୀୟ ନିର୍ବାଚନକୁ ସ୍ଥଗିତ ରଖାଯାଛି। ମାର୍ଚ୍ଚ ୩ ରେ ନିର୍ବାଚନ ପାଇଁ ନୂତନ ତାରିଖ ଘୋଷଣା […]

କଲମ୍ବୋ: ଶ୍ରୀଲଙ୍କାରେ ପୁଣି ଆର୍ଥିକ ସଙ୍କଟ ଗମ୍ଭୀର ରୂପ ନେବାରେ ଲାଗିଛି। ଏବେ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାରରେ ୫୦୦ ନିୟୁତ ଡଲାର ହ୍ରାସ ଘଟିଛି। ଗତ ଏକ ବର୍ଷ ମଧ୍ୟରେ ଶ୍ରୀଲଙ୍କା ଟଙ୍କା ମୂଲ୍ୟରେ ୪୫%ହ୍ରାସ ପାଇଛି। ଏଠାରେ ୧ ଆମେରିକୀୟ ଡଲାରର ମୂଲ୍ୟ ୩୬୫ ଟଙ୍କା ହୋଇଛି। ଅର୍ଥ ଅଭାବରୁ ଦେଶରେ ୯ ମାର୍ଚ୍ଚରେ ହେବାକୁ ଥିବା ସ୍ଥାନୀୟ ନିର୍ବାଚନକୁ ସ୍ଥଗିତ ରଖାଯାଛି। ମାର୍ଚ୍ଚ ୩ ରେ ନିର୍ବାଚନ ପାଇଁ ନୂତନ ତାରିଖ ଘୋଷଣା କରାଯିବ ବୋଲି ଆଶା କରାଯାଉଛି।

ପ୍ରକାଶଥାଉକି, ରାନିଲ ୱିକ୍ରେମସିଘେଂ ସରକାର ବର୍ତ୍ତମାନ ଦେଶ ନିକଟରେ ମାତ୍ର ୨ ବିଲିୟନ୍‌ ଡଲାରର ବୈଦେଶିକ ମୁଦ୍ରା ଭଣ୍ଡାର ରହିଥିବା ପ୍ରକାଶ କରିଛନ୍ତି। ଏଥିମଧ୍ୟରୁ ପ୍ରାୟ ୧.୫ ବିଲିୟନ ଡଲାର ଚାଇନାର ବାଲାନ୍ସ ପେମେଣ୍ଟ ଭାବରେ ପ୍ରଦାନ କରାଯାଇଛି। ଶ୍ରୀଲଙ୍କା ଏହି ଟଙ୍କାକୁ ଅତି କଷ୍ଟଦାୟକ ପରିସ୍ଥିତିରେ ବ୍ୟବହାର କରିପାରିବ ଯେପରିକି ଯେତେବେଳେ ସେ ଋଣ ପରିଶୋଧ କରିପାରିବନାହିଁ।

ଭାରତ ସମ୍ପୂର୍ଣ୍ଣ ସମର୍ଥନ ନିଶ୍ଚିତ କରିଛି
ଦ୍ବୀପ ଦେଶକୁ ଋଣ ଋଣ ଦେବା ନେଇ ଆମେରିକା ଏବଂ ଜାପାନ ଆଇଏମ୍‌ଏଫ୍‌ ଉପରେ ଚାପ ସୃଷ୍ଟି କରିପାରନ୍ତି, ଯାହା ଉପରେ ଏବେ ଶ୍ରୀଲଙ୍କାର ଆର୍ଥିକ ସ୍ଥିତି ନିର୍ଭର କରୁଛି। ଅନ୍ୟପକ୍ଷରେ, ଆଇଏମଏଫର ଋଣ ଉପରେ ହୋଇଥିବା ବିଶ୍ଳେଷଣକୁ ଦେଖି ଭାରତ ଶ୍ରୀଲଙ୍କାକୁ ସମ୍ପୂର୍ଣ୍ଣ ସମର୍ଥନ କରିବ ବୋଲି କହିଛି। ଶ୍ରୀଲଙ୍କାର ଋଣ ଅବଧିକୁ ୧୦ ବର୍ଷ ବୃଦ୍ଧି କରିବାକୁ ଆଇଏମଏଫ ଚୀନ୍‌କୁ ପ୍ରସ୍ତାବ ଦେଇଛି। ଅନ୍ୟପକ୍ଷରେ, ଚୀନ୍ ଶ୍ରୀଲଙ୍କାକୁ ସାହାଯ୍ୟ କରୁନାହିଁ କାରଣ ଯଦି ଏହା କରେ ତେବେ ‘ବେଲ୍ଟ ରୋଡ୍ ଇନିସିଏଟିଭ୍’ ପରିଯୋଜନା ସହିତ ଜଡିତ ଆଫ୍ରିକୀୟ ଦେଶମାନଙ୍କୁ ମଧ୍ୟ ସାହାଯ୍ୟ କରିବାକୁ ପଡିବ ଯେଉଁମାନେ ଋଣ ପରିଶୋଧ କରିବାରେ ସକ୍ଷମ ନୁହଁନ୍ତି। କୌଣସି ସର୍ତ୍ତ ବିନା ଅର୍ଥନୈତିକ ସଙ୍କଟରୁ ମୁକ୍ତି ପାଇବା ପାଇଁ ଚୀନ୍ ପାକିସ୍ତାନକୁ ମାତ୍ର ୭୦୦ ନିୟୁତ ଡଲାର ଦେଇଛି। ଏହା ପରେ ପାକିସ୍ତାନର ବୈଦେଶିକ ମୁଦ୍ରା ଭଣ୍ଡାର ୩.୨ ବିଲିୟନ ଡ଼ଲାରରେ ପହଞ୍ଚିଛି, ଯାହା ସାହାଯ୍ୟରେ ଏହା ୩ ସପ୍ତାହ ପାଇଁ ଆମଦାନୀ କରିବାକୁ ସକ୍ଷମ ହେବ।

About The Author: The Sakala