ବାରିପଦା: ବର୍ଷା ଓ କୁହୁଡ଼ି ପାଇଁ ଗୁରୁବାର ଶିମିଳିପାଳ ଅଭୟାରଣ୍ୟ ଦିନ ପର୍ଯ୍ୟଟକଙ୍କ ନିମନ୍ତେ ବନ୍ଦ ରହିଛି। ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ମଙ୍ଗଳବାର ଠାରୁ ଲଗାଣ ବର୍ଷା ପାଇଁ ବୁଧବାର ଶିମିଳିପାଳ ଅଭୟାରଣ୍ୟ ବନ୍ଦ ରହିଥିବା ବେଳେ ଗୁରୁବାର ମଧ୍ୟ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଛି। ବର୍ଷା ପାଇଁ ଯାହା ଗୁରୁବାର ସକାଳୁ କୁହୁଡ଼ି ପରିଲକ୍ଷିତ ହେବା ସହ କେତେକ ସ୍ଥାନରେ ବର୍ଷା ହୋଇଛି। ଏଥିପାଇଁ ପାହାଡିଆ ରାସ୍ତାରେ ବିପଦପୂର୍ଣ୍ଣ ଭାବେ ପର୍ଯ୍ୟଟକଙ୍କ ଚଳପ୍ରଚଳକୁ ଦୃଷ୍ଟିରେ ରଖି ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଏହିପରି ନିଷ୍ପତ୍ତି ନିଆଯାଇଛି। ତେବେ ରାତ୍ରି ରହଣି ପାଇଁ ଆସୁଥିବା ପର୍ଯ୍ୟଟକ ମାନଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ଖୋଲା ରହିବ। ଶିମିଳିପାଳ ଅଭୟାରଣ୍ୟରେ ବର୍ଷାର ସ୍ଥିତିକୁ ଦେଖି ପରବର୍ତ୍ତି ପଦକ୍ଷେପ ଗ୍ରହଣ କରାଯିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଶିମିଳିପାଳ ଅଭୟାରଣ୍ୟରେ ବୃଷ୍ଟିପାତ ଯୋଗୁଁ ଜଙ୍ଗଲ ମଧ୍ୟରେ ଥିବା ଜଳାଶୟ ଏବଂ ପ୍ରବାହିତ ହେଉଥିବା ନଦୀ ମାନଙ୍କର ଜଳସ୍ତର କିଛି ପରିମାଣରେ ବୃଦ୍ଧି ପାଇଛି।
ବର୍ଷା ଓ କୁହୁଡ଼ି ନେଇ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ
ବାରିପଦା: ବର୍ଷା ଓ କୁହୁଡ଼ି ପାଇଁ ଗୁରୁବାର ଶିମିଳିପାଳ ଅଭୟାରଣ୍ୟ ଦିନ ପର୍ଯ୍ୟଟକଙ୍କ ନିମନ୍ତେ ବନ୍ଦ ରହିଛି। ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ମଙ୍ଗଳବାର ଠାରୁ ଲଗାଣ ବର୍ଷା ପାଇଁ ବୁଧବାର ଶିମିଳିପାଳ ଅଭୟାରଣ୍ୟ ବନ୍ଦ ରହିଥିବା ବେଳେ ଗୁରୁବାର ମଧ୍ୟ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଛି। ବର୍ଷା ପାଇଁ ଯାହା ଗୁରୁବାର ସକାଳୁ କୁହୁଡ଼ି ପରିଲକ୍ଷିତ ହେବା ସହ କେତେକ ସ୍ଥାନରେ ବର୍ଷା ହୋଇଛି। ଏଥିପାଇଁ ପାହାଡିଆ ରାସ୍ତାରେ ବିପଦପୂର୍ଣ୍ଣ […]