ସମ୍ବଲପୁରରେ ପୁଣି ଲଜ୍ଜା! ଶୌଚ ପାଇଁ ଯାଇଥିବା ନାବାଳିକାଙ୍କୁ ଗଣଦୁଷ୍କର୍ମ, ମୁଖ୍ୟ ଅଭିଯୁକ୍ତ ଗିରଫ…

ସମ୍ବଲପୁର: ସମ୍ବଲପୁରରେ ପୁଣି ଲଜ୍ଜା। ଯୁଯୁମୁରା ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ କରାଯିବା ଭଳି ଏକ ଆପରାଧିକ ଘଟଣା ଘଟିଛି। ନାବାଳିକାଜଣଙ୍କ ଶୌଚ ହେବାକୁ ଯାଇଥିବା ବେଳେ ୫ ଜଣ ଦୁର୍ବୃତ୍ତ ତାକୁ ଟେକିନେଇ ଗଣଦୁଷ୍କର୍ମ କରିଛନ୍ତି। ଏହି ଘଟଣାରେ ପୁଲିସ୍‌ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ସହ ୨ ନାବାଳକଙ୍କୁ ଧରିଛି। ଅନ୍ୟ ୨ ଅଭିଯୁକ୍ତ ଫେରାର୍‌ ହୋଇଯାଇଥିବା ଜଣାଯାଇଛି। ସେମାନଙ୍କୁ ଧରିବା ପାଇଁ ପୁଲିସ ତନାଘନା ଚଳାଇଛି। ମୁଖ୍ୟ ଅଭିଯୁକ୍ତଜଣଙ୍କ ହେଲା, ଯୁଯୁମୁରା […]

ସମ୍ବଲପୁର: ସମ୍ବଲପୁରରେ ପୁଣି ଲଜ୍ଜା। ଯୁଯୁମୁରା ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ କରାଯିବା ଭଳି ଏକ ଆପରାଧିକ ଘଟଣା ଘଟିଛି। ନାବାଳିକାଜଣଙ୍କ ଶୌଚ ହେବାକୁ ଯାଇଥିବା ବେଳେ ୫ ଜଣ ଦୁର୍ବୃତ୍ତ ତାକୁ ଟେକିନେଇ ଗଣଦୁଷ୍କର୍ମ କରିଛନ୍ତି। ଏହି ଘଟଣାରେ ପୁଲିସ୍‌ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ସହ ୨ ନାବାଳକଙ୍କୁ ଧରିଛି। ଅନ୍ୟ ୨ ଅଭିଯୁକ୍ତ ଫେରାର୍‌ ହୋଇଯାଇଥିବା ଜଣାଯାଇଛି। ସେମାନଙ୍କୁ ଧରିବା ପାଇଁ ପୁଲିସ ତନାଘନା ଚଳାଇଛି। ମୁଖ୍ୟ ଅଭିଯୁକ୍ତଜଣଙ୍କ ହେଲା, ଯୁଯୁମୁରା ଥାନା ଝାଙ୍କରପାଲି ପଞ୍ଚାୟତର ସୁଶାନ୍ତ ମିର୍ଦ୍ଧା(୨୧)। ଆଜି ତାକୁ କୋର୍ଟଚାଲାଣ କରାଯାଇଛି। ସେହିପରି, ଧରାପଡ଼ିଥିବା ୨ ନାବାଳକଙ୍କୁ କିଶୋର ନ୍ୟାୟ ବୋର୍ଡରେ ଉପସ୍ଥାପନ କରାଯାଇଛି। ସମ୍ବଲପୁର ଏସ୍‌ପି ମୁକେଶ କୁମାର ଭାମୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।

ପୁଲିସ୍‌ ସୂଚନାନୁଯାୟୀ, ଯୁଯୁମୁରା ବ୍ଲକ୍‌ ଅଞ୍ଚଳରେ ପୀଡ଼ିତା ୧୪ ବର୍ଷୀୟା ନାବାଳିକା ସପରିବାରେ ରୁହନ୍ତି। ନାବାଳିକାଜଣଙ୍କ ନବମ ଶ୍ରେଣୀ ଛାତ୍ରୀ। ରବିବାର ସନ୍ଧ୍ୟା ପ୍ରାୟ ସାଢ଼େ ୬ଟାରେ ସେ ପଡ଼ା ନିକଟସ୍ଥ ନାଳକୁ ଶୌଚ ପାଇଁ ଯାଇଥିଲେ। ଏହି ସମୟରେ ତାଙ୍କୁ ୫ଜଣ ଅଭିଯୁକ୍ତ ନିକଟସ୍ଥ ଏକ ସ୍ଥାନକୁ ନେଇ ଗଣଦୁଷ୍କର୍ମ କରିଥିଲେ। ପରେ ସେଠାରୁ ଫେରାର୍‌ ହୋଇଯାଇଥିଲେ। ନାବାଳିକାଜଣଙ୍କ ଏ ସଂପର୍କରେ ପରିବାରଲୋକଙ୍କୁ ଜଣାଇବା ପରେ ଯୁଯୁମୁରା ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ଓ ପୀଡ଼ିତାଙ୍କ ବୟାନ ଅଧାରରେ ପୁଲିସ ନମ୍ବର ୧୭୪/୨୫ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ରେଢ଼ାଖୋଲ ଏସ୍‌ଡିପିଓଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ଚଢ଼ଉ କରି ପୁଲିସ ବିଳମ୍ୱିତ ରାତିରେ ମୁଖ୍ୟ ଅଭିଯୁକ୍ତ ସହ ମୋଟ ୩ଜଣଙ୍କୁ ଧରିଥିଲା। ସେମାନଙ୍କ ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ସୁଶାନ୍ତ ମିର୍ଦ୍ଧା ସହ ଅନ୍ୟ ୨ ନାବାଳକ ରହିଛନ୍ତି। ତେବେ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ଚଢ଼ଉ ଜାରି ରଖିଛି। ଏସ୍‌ପି ଶ୍ରୀ ଭାମୁ କହିଛନ୍ତି, ଏହା ଏକ ସ୍ପର୍ଶକାତର ଓ ସମ୍ୱେଦନଶୀଳ ଘଟଣା। ପୁଲିସ ଏହାକୁ ଅତ୍ୟନ୍ତ ଗୁରୁତ୍ୱର ସହ ଗ୍ରହଣ କରିଛି। ଖୁବ୍‌ଶୀଘ୍ର ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ଚାର୍ଜସିଟ୍‌ ଦାଖଲ ପୂର୍ବକ ଅଭିଯୁକ୍ତମାନଙ୍କ ବିରୋଧରେ ପୁଲିସ ଦୃଢ଼ ପ୍ରମାଣ ଉପସ୍ଥାପନ କରିବାକୁ ଉଦ୍ୟମ କରିବ ବୋଲି ସେ ସୂଚନା ଦେଇଛନ୍ତି।

About The Author: The Sakala