ବିହାର; ସମ୍ରାଟ ଚୌଧୁରୀ ଓ ବିଜୟ ସିହ୍ନା ପୂର୍ବ ଭଳି ରହିବେ ଉପମୁଖ୍ୟମନ୍ତ୍ରୀ ...

ପାଟନା: ବିହାରରେ ନିର୍ବାଚନ ଫଳାଫଳ ପରେ, ସରକାର ଗଠନ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। NDA ୨୪୩ ସଦସ୍ୟ ବିଶିଷ୍ଟ ବିଧାନସଭାରେ ୨୦୨ ଆସନ ଜିତିଛି। ଆଉ ଏବେ ସବୁ ଚୁଡାନ୍ତ ସରିଛି । ନୀତିଶ କୁମାର ବିହାରର ମୁଖ୍ୟମନ୍ତ୍ରୀ ହେବେ। ଏନେଇ ବୁଧବାର ଦିନ ଜେଡିୟୁ ବିଧାୟକ ଦଳର ନେତା ନିର୍ବାଚିତ ହୋଇଛି । ବିହାର ବିଧାନସଭା ନିର୍ବାଚନରେ ​​NDAର ବିପୁଳ ବିଜୟ ପରେ, ନୀତିଶ କୁମାର ରେକର୍ଡ ଦଶମ ଥର ପାଇଁ ରାଜ୍ୟର ଶାସନଭାର ଗ୍ରହଣ କରିବାକୁ ପ୍ରସ୍ତୁତ। ଶପଥ ଗ୍ରହଣ ସମାରୋହ ଗୁରୁବାର ପାଟନାର ଗାନ୍ଧୀ ମଇଦାନରେ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ମନ୍ତ୍ରୀ, ବିଜେପି ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟାନ୍ୟ ଉଚ୍ଚ ପଦାଧିକାରୀମାନେ ଉପସ୍ଥିତ ରହିବେ।

ସୂଚନା ଅନୁସାରେ, ଏନଡିଏ ବିହାରରେ ଉପମୁଖ୍ୟମନ୍ତ୍ରୀଙ୍କୁ ପୁଣି ରିପିଟ୍ କରିଛି। ମ୍ରାଟ ଚୌଧୁରୀ ଓ ବିଜୟ ସିହ୍ନା ପୂର୍ବ ଭଳି ଉପମୁଖ୍ୟମନ୍ତ୍ରୀ ରହିବେ। ବିଜେପି ବିହାରରେ ସମ୍ରାଟ ଚୌଧୁରୀଙ୍କୁ ବିଧାୟକ ଦଳର ନେତା ଭାବରେ ମଧ୍ଯ ନିର୍ବାଚିତ କରିଛି। ଉପମୁଖ୍ୟମନ୍ତ୍ରୀ ଭାବରେ ମଧ୍ୟ ନିଜର ପଦବୀ ବଜାୟ ରଖିଥିବା ବିଜୟ ସିହ୍ନାଙ୍କୁ ଦଳର ଉପବିଧାନସଭା ଦଳ ନେତା ଭାବରେ ନିଯୁକ୍ତ କରାଯାଇଥିଲା। ଯାହାଥିରୁ ସ୍ପଷ୍ଟ ହେଉଛି ଯେ, ପୁଣି ଥରେ ଏହି ଦୁହେଁ ବିହାରର ଉପମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରିବେ । ନୂତନ ସରକାର ଗଠନ ପୂର୍ବରୁ ବିଜେପି ବିଧାୟକମାନଙ୍କ ଏକ ବୈଠକରେ ନିଷ୍ପତ୍ତିଗୁଡ଼ିକୁ ଆନୁଷ୍ଠାନିକ ଭାବରେ ଗ୍ରହଣ କରାଯାଇଥିଲା।

ସେପଟେ ୭୪ ବର୍ଷୀୟ ନୀତିଶଙ୍କୁ ସେମାନଙ୍କର ନେତା ଭାବରେ ଚୟନ କରିବା ପାଇଁ JD(U) ବିଧାୟକମାନଙ୍କର ଏକ ବୈଠକ ବର୍ତ୍ତମାନ ନୀତିଶ କୁମାରଙ୍କ ବାସଭବନରେ ଚାଲିଛି। ଏହା ପରେ, ବିଜେପି ବିଧାୟକ ଦଳ ରାଜ୍ୟ କାର୍ଯ୍ୟାଳୟରେ ନିଜର ନେତା ବାଛିବା ପାଇଁ ଡକାଯିବ। ପରେ, ଅପରାହ୍ନ ୩.୩୦ରେ, NDA ବିଧାୟକ ଦଳ ବିଧାନସଭାର କେନ୍ଦ୍ରୀୟ ହଲରେ ଏକାଠି ହେବେ, ଯେଉଁଠାରେ ସମସ୍ତ ପାଞ୍ଚଟି NDA ଦଳର ବିଧାୟକମାନେ ନୀତିଶ କୁମାରଙ୍କୁ ଆନୁଷ୍ଠାନିକ ଭାବରେ ମେଣ୍ଟର ନେତା ଭାବରେ ନିର୍ବାଚିତ କରିବେ ବୋଲି ଆଶା କରାଯାଉଛି। ତାଙ୍କ ନିର୍ବାଚନ ପରେ, ସେ ରାଜଭବନକୁ ଯାଇ ବିଦାୟୀ ସରକାରଙ୍କ ମୁଖ୍ୟମନ୍ତ୍ରୀ ଭାବରେ ଇସ୍ତଫା ପ୍ରଦାନ କରିବେ ଏବଂ ନୂତନ ସରକାର ଗଠନ ପାଇଁ ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନଙ୍କ ନିକଟରେ ନିଜର ଦାବି ଉପସ୍ଥାପନ କରିବେ।

 

 

 

 

ସମ୍ରାଟ ଚୌଧୁରୀ, ବିଜୟ ସିହ୍ନା ପୂର୍ବ ଭଳି ଉପମୁଖ୍ୟମନ୍ତ୍ରୀ ରହିବେ -ସମ୍ରାଟ ଚୌଧୁରୀ ବିଜେପି ବିଧାୟକ ଦଳ ନେତା ନିର୍ବାଚିତ

About The Author: Deviprasad Mohanty