ଆରବିଆଇ ରିପୋର୍ଟ : ୨୦୨୧-୨୨ ଆର୍ଥିକବର୍ଷରେ ହୋଇଛି ୪୧,୦୦୦ କୋଟିର ବ୍ୟାଙ୍କ ଠକେଇ

ନୂଆଦିଲ୍ଲୀ : ଦେଶର ବ୍ୟାଙ୍କିଙ୍ଗି କ୍ଷେତ୍ରରେ ହେଉଥିବା ଠକେଇ ଘଟଣାରେ ହ୍ରାସ ଚଳିତ ବର୍ଷ ଦେଶରେ ପୂର୍ବ ତୁଳନାରେ ବ୍ୟାଙ୍କ ଘୋଟଲା ମାମଲା ହ୍ରାସ ପାଇଛି, କିନ୍ତୁ ଏବେ ବି ଏହି ଠକେଇ ପରିମାଣ ହାଜର ହଜାର କୋଟି ଟଙ୍କାରେ ରହିଥିବା ଆରବିଆଇ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଏହା ଦର୍ଶାଯାଇଛି। ଏଥିରେ ଆର୍ଥିକବର୍ଷ ୨୦୨୧-୨୨ରେ ହୋଇଥିବା ମୋଟ ବ୍ୟାଙ୍କ ଘୋଟାଲା ବାବଦରେ ସୂଚନା ଦିଆଯାଇଛି। ସରକାରୀ ପରିସଂଖ୍ୟାନ ଅନୁସାରେ, ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ୧୦୦ କୋଟିରୁ ଅଧିକ […]

ନୂଆଦିଲ୍ଲୀ : ଦେଶର ବ୍ୟାଙ୍କିଙ୍ଗି କ୍ଷେତ୍ରରେ ହେଉଥିବା ଠକେଇ ଘଟଣାରେ ହ୍ରାସ ଚଳିତ ବର୍ଷ ଦେଶରେ ପୂର୍ବ ତୁଳନାରେ ବ୍ୟାଙ୍କ ଘୋଟଲା ମାମଲା ହ୍ରାସ ପାଇଛି, କିନ୍ତୁ ଏବେ ବି ଏହି ଠକେଇ ପରିମାଣ ହାଜର ହଜାର କୋଟି ଟଙ୍କାରେ ରହିଥିବା ଆରବିଆଇ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଏହା ଦର୍ଶାଯାଇଛି। ଏଥିରେ ଆର୍ଥିକବର୍ଷ ୨୦୨୧-୨୨ରେ ହୋଇଥିବା ମୋଟ ବ୍ୟାଙ୍କ ଘୋଟାଲା ବାବଦରେ ସୂଚନା ଦିଆଯାଇଛି। ସରକାରୀ ପରିସଂଖ୍ୟାନ ଅନୁସାରେ, ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ୧୦୦ କୋଟିରୁ ଅଧିକ ଟଙ୍କାର ଘୋଟାଲା ମାମଲାରେ ଆଖିଦୃଶିଆ ହ୍ରାସ ଘଟିଛି।

ଆର୍ଥିକବର୍ଷ ୨୦୨୧-୨୨ରେ ଏହି ଘୋଟାଲା ସଂଖ୍ୟା ୧୧୮ ରହିଛି। ଏହାର ଗୋଟିଏ ବର୍ଷ ପୂର୍ବେ ୨୦୨୧ରେ ଏହି ସଂଖ୍ୟା ୨୬୫ ରହିଥିଲା। ଏଥିରେ ସରକାରୀ ଏବଂ ଘରୋଇ ବ୍ୟାଙ୍କ ଉଭୟରେ ହୋଇଥିବା ଦୁର୍ନୀତି ସାମିଲ ରହିଛି। ଉଲ୍ଲେଖଯୋଗ୍ୟ ଯେ, ଆରବିଆଇ ଏପରି ଘୋଟାଲାର ତଥ୍ୟ ଏକାଠି କରୁଛି, ଯାହାର ମୋଟ ରାଶି ୧୦୦ କୋଟିରୁ ଅଧିକ ଥିବ । ସରକାରୀ ପରିସଂଖ୍ୟାନ ଅନୁସାରେ, ୧୦୦ କୋଟିରୁ ଅଧିକ ଘୋଟାଲାର ଏବେ ୮୦ଟି ମାମଲା ରହିଛି । ଗତ ବର୍ଷ ଏହି ସଂଖ୍ୟା ୧୬୭ ଥିଲା । ଏହା ସରକାରୀ ବ୍ୟାଙ୍କର ତଥ୍ୟ। ଅନ୍ୟପଟେ ଘରୋଇ ବ୍ୟାଙ୍କ ଘୋଟାଲା ମାମଲା କେବଳ ୩୮ ଥିବା ଜଣାପଡିଛି । ପୂର୍ବ ବର୍ଷ ଏହା ୯୮ ରହିଥିଲା।

ଆରବିଆଇରୁ ମିଳିଥିବା ସୂଚନା ଅନୁସାରେ, ଆର୍ଥିକବର୍ଷ ୨୦୨୦-୨୧ରେ ବ୍ୟାଙ୍କ ଘୋଟାଲାରେ ମୋଟ ୧.୦୫ ଲକ୍ଷ ଟଙ୍କା ବାଜିରେ ଲାଗିଥିଲା। ଆର୍ଥିକବର୍ଷ ୨୦୨୧-୨୨ରେ ଏହି ରାଶି ହ୍ରାସ ହୋଇ ୪୧ ହଜାର କୋଟି ଟଙ୍କା ହୋଇଛି । ସରକାରୀ ବ୍ୟାଙ୍କରେ ଏହି ରାଶି ୨୮,୦୦୦ କୋଟି ଟଙ୍କା ରହିଥିବାବେଳେ ଘରୋଇ ବ୍ୟାଙ୍କର ୧୩,୦୦୦ କୋଟି ଟଙ୍କା ରହିଛି । ଏହା ପୂର୍ବରୁ ୨୦୨୦-୨୧ରେ ସରକାରୀ ବ୍ୟାଙ୍କ ସହ ହୋଇଥିବା ଘୋଟାଲା ପରିମାଣ ୬୫,୯୦୦ କୋଟି ଟଙ୍କା ରହିଥିଲା। ସେହିପରି ଘରୋଇ ବ୍ୟାଙ୍କଗୁଡିକରେ ୩୯,୦୦୦ କୋଟି ଟଙ୍କା ବାଜିରେ ଲାଗିଥିଲା।

ଆଲୋଚ୍ୟ ଆର୍ଥିକବର୍ଷରେ ବ୍ୟାଙ୍କ ଘୋଟାଲା ମାମଲା ହ୍ରାସ ପାଇଛି। ଆରବିଆଇ ନିୟମ କଠୋର ହେବା ପରେ ଏଥିରେ ହ୍ରାସ ପାଇଥିବା କୁହାଯାଉଛି। ଏହାଛଡା ଘୋଟାଲ ଉପରେ ଲଗାମ ଲଗାଇବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ଏକ ମାର୍କେଟ ଇଣ୍ଟେଲିଜେନ୍ସି ଗଠନ କରିଥିଲା। ଏହା ବ୍ୟାଙ୍କ ଘୋଟାଲା ଉପରେ ନଜର ରଖିବା ସହ ଡାଟା ଆନାଲିସିସ୍‌ କରିଥାଏ।

About The Author: The Sakala