RBI ରିପୋର୍ଟ: ପାରିବାରିକ ସଞ୍ଚୟ ୫୦ ବର୍ଷରେ ସବୁଠୁ କମ୍‌, ଭାରତରେ ଋଣ ଭାର ସହ ବଢ଼ୁଛି ଆର୍ଥିକ ଦେୟ

ନୂଆଦିଲ୍ଲୀ: ଦେଶରେ ବେକାରି ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଅପରପକ୍ଷେ ଲୋକଙ୍କ ଆୟ ମଧ୍ୟ ବଢ଼ୁଛି। ମୁଣ୍ଡପିଛା ଆୟ ବଢ଼ି ବଢ଼ି ଚାଲିଛି। କିନ୍ତୁ ସତ କଥା ହେଉଛି ଯେ ସେମାନେ ଯାହା ରୋଜଗାର କରୁଛନ୍ତି, ତାହାକୁ ଖର୍ଚ୍ଚ କରିଦେଉଛନ୍ତି। ଏଥିଯୋଗୁ ଭାରତୀୟମାନଙ୍କ ସଞ୍ଚୟରେ ଉଲ୍ଲେଖନୀୟ ହ୍ରାସ ଘଟିଛି। ଏପରିକି ଦେଶରେ ଘରୋଇ ସଞ୍ଚୟ ବିଗତ ୫୦ ବର୍ଷ ମଧ୍ୟରେ ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ନିକଟରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପକ୍ଷରୁ ପ୍ରକାଶିତ ଘରୋଇ […]

ନୂଆଦିଲ୍ଲୀ: ଦେଶରେ ବେକାରି ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଅପରପକ୍ଷେ ଲୋକଙ୍କ ଆୟ ମଧ୍ୟ ବଢ଼ୁଛି। ମୁଣ୍ଡପିଛା ଆୟ ବଢ଼ି ବଢ଼ି ଚାଲିଛି। କିନ୍ତୁ ସତ କଥା ହେଉଛି ଯେ ସେମାନେ ଯାହା ରୋଜଗାର କରୁଛନ୍ତି, ତାହାକୁ ଖର୍ଚ୍ଚ କରିଦେଉଛନ୍ତି। ଏଥିଯୋଗୁ ଭାରତୀୟମାନଙ୍କ ସଞ୍ଚୟରେ ଉଲ୍ଲେଖନୀୟ ହ୍ରାସ ଘଟିଛି। ଏପରିକି ଦେଶରେ ଘରୋଇ ସଞ୍ଚୟ ବିଗତ ୫୦ ବର୍ଷ ମଧ୍ୟରେ ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ନିକଟରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପକ୍ଷରୁ ପ୍ରକାଶିତ ଘରୋଇ ସମ୍ପତ୍ତି ଏବଂ ଆର୍ଥିକ ଦେୟ ରିପୋର୍ଟରେ ଏହା କୁହାଯାଇଛି।

ରିଜର୍ଭ ବ୍ୟାଙ୍କ ଅନୁଯାୟୀ, ୨୦୨୨-୨୩ ବର୍ଷରେ ନିଟ୍ ପାରିବାରିକ ସଞ୍ଚୟ ୫.୧ ପ୍ରତିଶତକୁ ଖସିଆସିଛି। ଜିଡିପି ଦୃଷ୍ଟିରୁ ହିସାବ କଲେ ଭାରତର ନିଟ୍ ସଞ୍ଚୟ ଚଳିତ ବର୍ଷ ୧୩.୭୭ ଲକ୍ଷ କୋଟି ଟଙ୍କାକୁ ଖସିଆସିଛି। ବିଗତ ୫ ଦଶନ୍ଧୀ ବା ୫୦ ବର୍ଷ ମଧ୍ୟରେ ଏହା ସର୍ବନିମ୍ନ। ବର୍ଷକ ପୂର୍ବରୁ ଏହା ୭.୨ ପ୍ରତିଶତ ରହିଥିଲା। ଏହି କାରଣରୁ ଲୋକଙ୍କ ଆୟରେ ବହୁତ ହ୍ରାସ ଘଟିଥିବା ଅନୁମାନ କରାଯାଉଛି। ଏହାବ୍ୟତୀତ କରୋନା ଅବଧି ପରେ ଲୋକଙ୍କ ଉପଯୋଗିତାରେ ବେଶ ବୃଦ୍ଧି ଘଟିଛି। ଲୋକମାନେ ସଞ୍ଚୟ କରିବା ପରିବର୍ତ୍ତେ ଅଧିକ ଖର୍ଚ୍ଚ କରିବା ଆରମ୍ଭ କରିଛନ୍ତି। ଏହାବ୍ୟତୀତ ରିଜର୍ଭ ବ୍ୟାଙ୍କର ରିପୋର୍ଟରୁ ଏକ ଚିନ୍ତାଜନକ ସଙ୍କେତ ମଧ୍ୟ ମିଳିଛି। ତାହା ହେଉଛି,ଦେଶରେ ଲୋକଙ୍କ ଦେୟ ହାର ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ୨୦୨୨-୨୩ରେ ଏଥିରେ ଦ୍ରୁତ ବୃଦ୍ଧି ଘଟି ଏହା ଜିଡିପିର ୫.୮ ପ୍ରତିଶତରେ ପହଞ୍ଚିଛି। ଯେତେବେଳେ କି ଏକ ବର୍ଷ ପୂର୍ବେ ଏହା ମାତ୍ର ୩.୮ ପ୍ରତିଶତ ରହିଥିଲା। ଏହାର ଅର୍ଥ ହେଉଛି ଲୋକମାନେ ବ୍ୟବହାର ଉଦ୍ଦେଶ୍ୟରେ ଅଧିକ ଋଣ ନେବା ଆରମ୍ଭ କରିଛନ୍ତି। ସେମାନେ ଘରୋଇ ଜିନିଷ କିଣୁଛନ୍ତି କିମ୍ବା ଜମି, ଘର, ଦୋକାନ ଇତ୍ୟାଦି କିଣୁଛନ୍ତି।

ସୂଚନାଯୋଗ୍ୟ ଯେ, ସ୍ୱାଧୀନତା ପରେ ଏହା ହେଉଛି ଦ୍ୱିତୀୟ ଥର ଯେତେବେଳେ ଲୋକଙ୍କ ଆର୍ଥିକ ଦେୟ ଏଭଳି ଦ୍ରୁତ ଗତିରେ ବୃଦ୍ଧି ପାଇଛି। ପୂର୍ବରୁ ୨୦୦୬-୦୭ରେ ଏହି ହାର ୬.୭ ପ୍ରତିଶତ ରହିଥିଲା। ଆରବିଆଇ ଅନୁଯାୟୀ, ଯଦି ସଂପୂର୍ଣ୍ଣ ରୂପେ ଦେଖାଯାଏ, ୨୦୨୦-୨୧ ତୁଳନାରେ ୨୦୨୨-୨୩ ମଧ୍ୟରେ ନିଟ୍ ଘରୋଇ ସମ୍ପତ୍ତିରେ ବହୁତ ହ୍ରାସ ଘଟିଛି। ୨୦୨୦-୨୧ରେ, ନିଟ୍ ଘରୋଇ ସମ୍ପତ୍ତି ପରିମାଣ ୨୨.୮ ଲକ୍ଷ କୋଟି ରହିଥିଲା, ଯାହା ୨୦୨୧-୨୨ ବର୍ଷରେ ଦ୍ରୁତ ଗତିରେ ୧୬.୯୬ ଲକ୍ଷ କୋଟି ଟଙ୍କାକୁ ହ୍ରାସ ପାଇଛି। ୨୦୨୨-୨୩ ବର୍ଷରେ ଏହା ଆହୁରି ୧୩.୭୬ ଲକ୍ଷ କୋଟି ଟଙ୍କାକୁ ହ୍ରାସ ପାଇଛି। ଅପରପକ୍ଷେ, ଯଦି ଆମେ ଆର୍ଥିକ ଦେୟ ବିଷୟରେ କହିବା, ପାରିବାରିକ ରଣରେ ବୃଦ୍ଧି ଘଟୁଛି। ୨୦୨୧-୨୨ ବର୍ଷରେ ଏହା ଜିଡିପିର ୩୬.୯ ପ୍ରତିଶତ ରହିଥିଲା, ଯାହାକି ୨୦୨୨-୨୩ ବର୍ଷରେ ୩୭.୬ ପ୍ରତିଶତକୁ ବୃଦ୍ଧି ପାଇଥିଲା। ସଞ୍ଚୟ ହ୍ରାସ ଏବଂ ଋଣ ବୃଦ୍ଧି ଘଟିବାରେ ମୁଦ୍ରାସ୍ଫୀତିରେ ବୃଦ୍ଧି ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ବିଶେଷଜ୍ଞମାନେ କହିଛନ୍ତି ଯେ ଘରୋଇ ଉପଯୋଗିତାରୁ ଅଭିବୃଦ୍ଧିର ସମର୍ଥନ ଆଶାଠାରୁ ଦୁର୍ବଳ ହୋଇପାରେ, ଯଦିଓ ଘରୋଇ ପୁଞ୍ଜି ବ୍ୟୟ ବିଳମ୍ବିତ ହେବା ଆଶଙ୍କା କରାଯାଉଛି।

About The Author: The Sakala