ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା: ଭାଇ ଓ ଭଉଣୀ ମଧ୍ୟରେ ଥିବା ସ୍ନେହ ଏବଂ ବିଶ୍ୱାସର ପ୍ରତୀକ ରାକ୍ଷୀ

ନୂଆଦିଲ୍ଲୀ : ସମଗ୍ର ଦେଶରେ ଆଜି ରକ୍ଷାବନ୍ଧନର ପର୍ବ ପାଳନ କରାଯାଉଛି । ଏହାକୁ ଭାଇ ଓ ଭଉଣୀ ମଧ୍ୟରେ ଥିବା ପାରସ୍ପରିକ ସ୍ନେହ ଏବଂ ବିଶ୍ୱାସର ପ୍ରତୀକ ରୂପେ ବିବେଚନା କରାଯାଏ । ଭାଇ ଓ ଭଉଣୀମାନଙ୍କର ସ୍ନେହ ଓ ପବିତ୍ର ସଂପର୍କର ତଥା ବନ୍ଧନର ପର୍ବ ଭାବେ ଏହା ଦେଶବ୍ୟାପୀ ପାଳନ କରାଯାଉଛି । ଆଜିର ଦିନରେ ଭଉଣୀମାନେ ରଙ୍ଗବେରଙ୍ଗର ରାକ୍ଷୀ ଭାଇମାନଙ୍କର ହାତରେ ବାନ୍ଧି ସେମାନଙ୍କର ଦୀର୍ଘଜୀବନ କାମନା କରିଥାନ୍ତି। ଭାଇମାନେ ମଧ୍ୟ […]

ନୂଆଦିଲ୍ଲୀ : ସମଗ୍ର ଦେଶରେ ଆଜି ରକ୍ଷାବନ୍ଧନର ପର୍ବ ପାଳନ କରାଯାଉଛି । ଏହାକୁ ଭାଇ ଓ ଭଉଣୀ ମଧ୍ୟରେ ଥିବା ପାରସ୍ପରିକ ସ୍ନେହ ଏବଂ ବିଶ୍ୱାସର ପ୍ରତୀକ ରୂପେ ବିବେଚନା କରାଯାଏ । ଭାଇ ଓ ଭଉଣୀମାନଙ୍କର ସ୍ନେହ ଓ ପବିତ୍ର ସଂପର୍କର ତଥା ବନ୍ଧନର ପର୍ବ ଭାବେ ଏହା ଦେଶବ୍ୟାପୀ ପାଳନ କରାଯାଉଛି । ଆଜିର ଦିନରେ ଭଉଣୀମାନେ ରଙ୍ଗବେରଙ୍ଗର ରାକ୍ଷୀ ଭାଇମାନଙ୍କର ହାତରେ ବାନ୍ଧି ସେମାନଙ୍କର ଦୀର୍ଘଜୀବନ କାମନା କରିଥାନ୍ତି। ଭାଇମାନେ ମଧ୍ୟ ଭଉଣୀମାନଙ୍କୁ ସବୁବେଳେ ସୁରକ୍ଷା ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ଦେଇ ସେମାନଙ୍କୁ ଉପହାର ପ୍ରଦାନ କରିଥାନ୍ତି। ଏହି ପର୍ବକୁ ଶହ ଶହ ବର୍ଷଧରି ସାମାଜିକ ସୌହାର୍ଦ୍ଦ୍ୟର ବଡ଼ ଉଦାହରଣ ଭାବେ ବିବେଚନା କରାଯାଉଛି ।

ରକ୍ଷାବନ୍ଧନର ପର୍ବ ଭାଇ-ଭଉଣୀଙ୍କର ପବିତ୍ର ସମ୍ପର୍କକୁ ଆହୁରି ମଧ୍ୟ ମଜଭୂତ କରି ଦେଇଥାଏ। ରାକ୍ଷୀ ହେଉଛି ଏକ ରେଶମୀ ସୂତା ମାତ୍ର ଏହା ଭାଇଭଉଣୀ ସମ୍ପର୍କର ଏକ ମଜଭୂତ ଚିହ୍ନ। ଏହି ଡ଼ୋର ଦ୍ୱାରା ହିଁ ଭାଇଟିଏ ନିଜ ଭଉଣୀପ୍ରତି ରକ୍ଷା ବଚନ ଦେଇଥାଏ।

ବିଭିନ୍ନ ଧାର୍ମୀକ ଓ ଆଧ୍ୟାତ୍ମିକ ପରମ୍ପରା ଅନୁସାରେ ମଧ୍ୟ ଏହି ପର୍ବ ପାଳନ କରାଯାଉଛି। ଶ୍ରୀକ୍ଷେତ୍ର ପୁରୀରେ ଦେବୀ ସୁଭଦ୍ରା ନିଜର ଦୁଇ ଭାଇ ପ୍ରଭୁ ଶ୍ରୀଜଗନ୍ନାଥ ଓ ବଡ଼ ଭାଇ ବଳଭଦ୍ରଙ୍କୁ ରାକ୍ଷୀ ବାନ୍ଧିଥାନ୍ତି। କେନ୍ଦ୍ରାପଡାର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ବଳଦେବ ଜୀଉଙ୍କ ଜନ୍ମଦିନ ମଧ୍ୟ ଆଜି ପାଳନ କରାଯାଉଛି।

 

About The Author: The Sakala