ସାଧାରଣ ଲୋକଙ୍କ ଦୁଃଖ ବଢ଼ାଇବା ପାଇଁ ପ୍ରଧାନମନ୍ତ୍ରୀ ଦିନକୁ ୧୮ ଘଣ୍ଟା କଠିନ ପରିଶ୍ରମ କରିଛନ୍ତି : ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ବର : ଦେଶରେ ହୁ ହୁ ହୋଇ ବଢୁଛି ପେଟ୍ରୋଲ ଏବଂ ଡିଜେଲ ଦର। ପ୍ରତିଦିନ ପେଟ୍ରୋଲ୍ ଓ ଡିଜେଲ୍ ଦର ବଢ଼ି ବଢ଼ି ଚାଲି ଥିବା ବେଳେ କେବଳ ଚଳିତ ମାସରେ ୧୪ ଥର ବଢିସାରିଲାଣି। ଆଜି ପେଟ୍ରୋଲ ଓ ଡିଜେଲ ୩୫ ପଇସା ବୃଦ୍ଧି ପାଇଛି । ଗତକାଲି ଭୁବନେଶ୍ବରରେ ପେଟ୍ରୋଲ ଦର ଲିଟର ପିଛା ୩୬ ପଇସା ବୃଦ୍ଧି ପାଇ ୧୦୬ ଟଙ୍କା ୪୨ ପଇସାରେ ଏବଂ ଡିଜେଲ ଦର ୩୯ ପଇସା […]

ଭୁବନେଶ୍ବର : ଦେଶରେ ହୁ ହୁ ହୋଇ ବଢୁଛି ପେଟ୍ରୋଲ ଏବଂ ଡିଜେଲ ଦର। ପ୍ରତିଦିନ ପେଟ୍ରୋଲ୍ ଓ ଡିଜେଲ୍ ଦର ବଢ଼ି ବଢ଼ି ଚାଲି ଥିବା ବେଳେ କେବଳ ଚଳିତ ମାସରେ ୧୪ ଥର ବଢିସାରିଲାଣି। ଆଜି ପେଟ୍ରୋଲ ଓ ଡିଜେଲ ୩୫ ପଇସା ବୃଦ୍ଧି ପାଇଛି । ଗତକାଲି ଭୁବନେଶ୍ବରରେ ପେଟ୍ରୋଲ ଦର ଲିଟର ପିଛା ୩୬ ପଇସା ବୃଦ୍ଧି ପାଇ ୧୦୬ ଟଙ୍କା ୪୨ ପଇସାରେ ଏବଂ ଡିଜେଲ ଦର ୩୯ ପଇସା ବୃଦ୍ଧି ଘଟି ୧୦୨ ଟଙ୍କା ୭୭ ପଇସା ଛୁଇଁଥିଲା। ତେବେ ଓଡ଼ିଶାର ମାଲକାନଗିରିରେ ପେଟ୍ରୋଲ ଏବଂ ଡିଜେଲ ଦାମ ରାଜ୍ୟର ଅନ୍ୟାନ୍ୟ ସ୍ଥାନ ତୁଳନାରେ ବହୁ ଅଧିକ ରହିଛି। ମାଲକାନଗିରିରେ ଗତକାଲି ପେଟ୍ରୋଲ ଦର ଲିଟର ପିଛା ୧୧୨ ଟଙ୍କା ଛୁଇଁଥିବାବେଳେ ଡିଜେଲ ଦର ୧୦୮ ଟଙ୍କା ୧୭ ପଇସାରେ ପହଞ୍ଚିଥିଲା।


ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀ ସହ ଗ୍ୟାସ ଓ ତୈଳ ଦର ବଢିଚାଲିଛି। ଏହାକୁ ନେଇ ଓଡ଼ିଶା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ କଟାକ୍ଷ କରିଛନ୍ତି। ସେ ନିଜର ଟୁଇଟରରେ ଲେଖିଛନ୍ତି, ଭୁବନେଶ୍ବରରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୧୦୬ ଟଙ୍କା ୧୯ ପଇସାରେ ପହଞ୍ଚିଛି। ଦିନକୁ ୧୮ ଘଣ୍ଟା ଲଗାଇ ପ୍ରଧାନମନ୍ତ୍ରୀ ସାଧାରଣ ଲୋକଙ୍କ ଦୁଃଖ ବଢ଼ାଇବା ପାଇଁ କଠିନ ପରିଶ୍ରମ କରିଛନ୍ତି।

About The Author: The Sakala