ବିଜେପିରୁ ଇସ୍ତଫା ଦେଲେ ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ

ନୀଳଗିରି : ବିଜେପି ଦଳରୁ ଇସ୍ତଫା ଦେଲେ ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ। ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ। ଏଥି ସହିତ ସେ ବିଜେପି ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ନେଇ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିକଟଙ୍କୁ ତାଙ୍କ ଇସ୍ତଫାପତ୍ର ପଠାଇଛନ୍ତି। ସୁକାନ୍ତ କୁମାର ନାୟକ ୨୦୧୪ ରେ ବିଜେଡ଼ିରୁ ନୀଳଗିରି ବିଧାୟକ ହୋଇଥିଲେ। ପୁଣି ୨୦୧୯ ରେ ବିଜେପି ଦଳରେ ଯୋଗଦେଇ ନୀଳଗିରି ବିଧାୟକ ହୋଇଥିଲେ। […]

ନୀଳଗିରି : ବିଜେପି ଦଳରୁ ଇସ୍ତଫା ଦେଲେ ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ। ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ। ଏଥି ସହିତ ସେ ବିଜେପି ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ନେଇ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିକଟଙ୍କୁ ତାଙ୍କ ଇସ୍ତଫାପତ୍ର ପଠାଇଛନ୍ତି। ସୁକାନ୍ତ କୁମାର ନାୟକ ୨୦୧୪ ରେ ବିଜେଡ଼ିରୁ ନୀଳଗିରି ବିଧାୟକ ହୋଇଥିଲେ। ପୁଣି ୨୦୧୯ ରେ ବିଜେପି ଦଳରେ ଯୋଗଦେଇ ନୀଳଗିରି ବିଧାୟକ ହୋଇଥିଲେ।

ସୁକାନ୍ତ କୁମାର ନାୟକ ୨୦୧୪ରେ ନୀଳଗିରି ନିର୍ବାଚନ ମଣ୍ଡଳୀରେ ବିଜେଡ଼ିରୁ ସୁକାନ୍ତ ପ୍ରାର୍ଥୀ ହୋଇ ନିଜର ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ମହିଳା ପ୍ରାର୍ଥୀ ସୁଷମା ବିଶ୍ବାଳଙ୍କୁ ୧୩ ହଜାର ୭ ଶହ ଖଣ୍ଡ ଭୋଟରେ ପରାଜିତ କରି ନୀଳଗିରି ନିର୍ବାଚନ ମଣ୍ଡଳୀରେ ନିଜର ଲୋକପ୍ରିୟତା ଦର୍ଶାଇଥିଲେ। ପରବର୍ତ୍ତୀ ୨୦୧୯ ମସିହାରେ ବିଜେଡ଼ି ଦଳ ଛାଡି ଭାରତୀୟ ଜନତା ପାର୍ଟିରରେ ଯୋଗ ଦେଇଥିଲେ। ୨୦୧୯ରେ ସୁକାନ୍ତ ସନ୍ତୋଷ ଖଟୁଆଙ୍କୁ ପରାସ୍ତ କରିଥିଲେ। ସୁକାନ୍ତ ୨୦୧୯ରେ  ୬୯୫୧୭ ଖଣ୍ଡ ଭୋଟ ପାଇଥିବା ବେଳେ ସନ୍ତୋଷ ଖଟୁଆ ୬୭୫୧୭ ଖଣ୍ଡ ଭୋଟ ପାଇ ପରାଜିତ ହୋଇଥିଲେ।

About The Author: The Sakala