ଗୁଗଲ ଫ୍ଲାଇଟ୍ସର ନୂଆ ଫିଚର ଜାରି: ଗୁଗୁଲ୍‌ କହିବ କେବେ ଶସ୍ତା ହେବ ବିମାନ ଟିକଟ

ନୂଆଦିଲ୍ଲୀ: ବିମାନ ଯାତ୍ରୀଙ୍କ ପାଇଁ ଭଲ ଖବର। ବିମାନ ଟିକେଟ ବୁକ୍ କରି ମହଙ୍ଗାରେ ପଡ଼ିଲେ ମନ ଉଣା କରିଥାନ୍ତି। ଯଦି ଅଧିକାଂଶ ସମୟରେ ଆପଣ ବିମାନ ଯାତ୍ରା କରୁଥାନ୍ତି ତେବେ ଆପଣଙ୍କୁ ଉଚ୍ଚ ଦରରେ ଟିକଟ କିଣିବା ନିଶ୍ଚିତ ଭାବେ ବାଧିବ। ଆଉ ଅଫରରେ ବିମାନ ଟିକଟ କିଣି ଶହ ଶହ ଟଙ୍କା ସଞ୍ଚୟ ମଧ୍ୟ କରିବାକୁ ଚାହିଁବେ। ନିକଟରେ ଗୁଗଲ ଏପରି ଫିଚର ଲଞ୍ଚ କରିଛନ୍ତି ଯାହା ଆପଣଙ୍କୁ ବିମାନ ଯାତ୍ରା ପାଇଁ ଶସ୍ତା […]

ନୂଆଦିଲ୍ଲୀ: ବିମାନ ଯାତ୍ରୀଙ୍କ ପାଇଁ ଭଲ ଖବର। ବିମାନ ଟିକେଟ ବୁକ୍ କରି ମହଙ୍ଗାରେ ପଡ଼ିଲେ ମନ ଉଣା କରିଥାନ୍ତି। ଯଦି ଅଧିକାଂଶ ସମୟରେ ଆପଣ ବିମାନ ଯାତ୍ରା କରୁଥାନ୍ତି ତେବେ ଆପଣଙ୍କୁ ଉଚ୍ଚ ଦରରେ ଟିକଟ କିଣିବା ନିଶ୍ଚିତ ଭାବେ ବାଧିବ। ଆଉ ଅଫରରେ ବିମାନ ଟିକଟ କିଣି ଶହ ଶହ ଟଙ୍କା ସଞ୍ଚୟ ମଧ୍ୟ କରିବାକୁ ଚାହିଁବେ। ନିକଟରେ ଗୁଗଲ ଏପରି ଫିଚର ଲଞ୍ଚ କରିଛନ୍ତି ଯାହା ଆପଣଙ୍କୁ ବିମାନ ଯାତ୍ରା ପାଇଁ ଶସ୍ତା ମୂଲ୍ୟରେ ଟିକଟ୍‌ ବୁକିଂ କରିବାରେ ସହାୟତା କରିପାରୁଛି। ଅଧିକାଂଶ ଲୋକେ ଯେଉଁମାନେ ପ୍ରାୟତଃ ବିମାନ ଯାତ୍ରା କରିଥାନ୍ତି ସେମାନେ ଦୀର୍ଘ ମାସ ପୂର୍ବରୁ ଫ୍ଲାଇଟ୍‌ ବୁକିଂ କରିନେଇଥାନ୍ତି। ସେମାନେ ଏଥିପାଇଁ ଏପରି କରିଥାନ୍ତି ଫ୍ଲାଇଟ୍‌ ବୁକିଂ ଯଦି ଆବଶ୍ୟକବେଳେ କରାଯାଏ ସେତେବେଳେ ଭଡା ଟିକେ ଅଧିକ ହୋଇଥାଏ। ଏଥିରେ ଯଦି ଆପଣ କେଉଁଆଡେ ଯିବାକୁ ବା ବୁଲି କରିବା ପାଇଁ ମାସେ ବା ଦୁଇ ମାସ ପୂର୍ବରୁ ବିମାନ ଟିକଟ ବୁକ୍ କରନ୍ତି ତେବେ ଆପଣଙ୍କୁ ଭଡା ପ୍ରଚଳିତ ଭଡ଼ାଠାରୁ ଫେୟାରଠାରୁ ବହୁତ କମ୍‌ ପଡିଥାଏ। ଏଥିରେ ଗୁଗଲର ନୂଆ ଫିଚର ଆପଣଙ୍କୁ ବଶେ ସହାଯ୍ୟ କରିବ। ଯଦି ଆପଣ ବିମାନ ଟିକଟ କେବେ ଶସ୍ତାରେ ମିଳୁଛି ତାହା ଜାଣିବାକୁ ଚାହିଁବେ ତେବେ ଏଥିପାଇଁ ଆପଣଙ୍କୁ ଗୁଗଲ ଫ୍ଲାଇଟ୍ସର ନୂଆ ଫିଚର ଆପଣାଇବାକୁ ପଡିବ।

ପ୍ରଥମେ ଆପଣଙ୍କୁ ଗୁଗଲ ଫ୍ଲାଇଟ୍ସରେ ଥିବା ପ୍ରାଇସ୍ ଟ୍ରାକିଂ ଅପସନ୍‌କୁ ଏନାବଲ କରିବାକୁ ପଡିବ। ଏହାପରେ ଏହି ଫିଚର ଆକ୍ଟିଭ ହୋଇଯାଇଥାଏ। ବିମାନ ଟିକଟ ଦର ହ୍ରାସ ହେଲେ ଆପଣଙ୍କୁ ନୋଟିଫିକେସନ ମାଧ୍ୟମରେ ମେସେଜ୍‌ ଆସିଯିବ। ସେତେବେଳେ ବିମାନ ବୁକିଂ କରିବାକୁ ଆପଣଙ୍କ ହାତରେ ସୁବର୍ଣ୍ଣ ସୁଯୋଗ ଥିବ। ଗୁଗଲ୍‌ର ଏହି ଫିଚର ଉପଯୋଗ କରିବା ପାଇଁ ଆପଣଙ୍କୁ ଗୁଗଲ୍‌ ଆକାଉଣ୍ଟରେ ସାଇନ ଇନ୍‌ କରିବାକୁ ହେବ। ଯଦି ଥରେ ଆପଣ ସାଇନ ଇନ୍‌ କରିଦେଲେ ଏହାପରେ ଗୁଗଲ୍‌ ଆପଣଙ୍କୁ ଅନେକ ବିମାନର ଭଡ଼ା ସମ୍ପର୍କରେ ସୂଚନା ପଠାଇବାରେ ଲାଗିବ। ଏଥିରେ ଆପଣଙ୍କୁ ରଙ୍ଗୀନ ବ୍ୟାଚ୍ ମଧ୍ୟ ପଠାଇବ ଯାହାର ଅର୍ଥ ଏହି ସବୁ ବିମାନର ଭଡ଼ାରେ କୌଣସି ପରିବର୍ତ୍ତନ ହେବାରନାହିଁ। ବର୍ତ୍ତମାନ ସମୟରେ ଏପରି ଅନେକ ପ୍ଲାଟଫର୍ମ ରହିଛି ଯେଉଁଥିରେ ଶସ୍ତାରେ ଫ୍ଲାଇଟ୍ ବୁକିଂ ଦେବାକୁ ଦାବି କରିଥାନ୍ତି। ତେବେ ବୁକିଂ ପ୍ରୋସେସ୍‌ ସମ୍ପୂର୍ଣ୍ଣ କରୁ କରୁ ବିମାନ ଭଡ଼ା ଡିସପ୍ଲେରେ ଦେଖାଦେଉଥିବା ଭଡା ବେଶ୍ ଅଧିକ ହୋଇଯାଇଥାଏ। ଏଥିରେ ଯାତ୍ରୀ ବାଧ୍ୟ ହୋଇ ମହଙ୍ଗା ଟିକେଟ୍ କିଣିଥାନ୍ତି। ଏଥିରେ ଯଦି ଆପଣ ପ୍ରାୟତଃ ବିମାନ ଯାତ୍ରା କରୁଥାନ୍ତି ତେବେ ଗୁଗଲଙ୍କ ଏହି ଫିଚର ନିଶ୍ଚୟ ଆପଣଙ୍କ କାମରେ ଆସିବ।

About The Author: The Sakala