କର୍ମଚାରୀଙ୍କୁ ଗୁଗଲ୍‌ର କଡ଼ା ନିର୍ଦ୍ଦେଶ: ଏଆଇ ଅଭ୍ୟସ୍ତ ହୁଅ; ନଚେତ ଚାକିରି ଛାଡ଼

ନୂଆଦିଲ୍ଲୀ: ଏଆଇର ବଢୁଥିବା ପ୍ରାଧ୍ୟାନ୍ୟ ଓ ପରିବର୍ତ୍ତିତ ଟେକ୍ନୋଲୋଜି ଦୁନିଆରେ ଗୁଗଲ୍‌ ଏକ ବଡ଼ ପଦକ୍ଷେପ ନେଇଛି। ଗୁଗଲ ଏହାର ବୈଶ୍ୱିକ ବ୍ୟାପାର ସଂଗଠନ କର୍ମଚାରୀଙ୍କ ପାଇଁ ଏକ ସ୍ୱେଚ୍ଛାକୃତ ପ୍ରସ୍ଥାନ ପ୍ୟାକେଜ୍ (ଭିଇପି) ଘୋଷଣା କରିଛି। ଗୁଗଲର ମୁଖ୍ୟ ବ୍ୟବସାୟ ଅଧିକାରୀ ଫିଲିପ୍ ସେଣ୍ଡଲର୍ ସ୍ପଷ୍ଟ କରିଛନ୍ତି ଯେ କର୍ମଚାରୀମାନଙ୍କୁ ଏଆଇ ମିଶନ ସହିତ ସମ୍ପୂର୍ଣ୍ଣ ଭାବରେ ସମନ୍ୱିତ ହେବା ଆବଶ୍ୟକ। କମ୍ପାନୀ ଏବେ କେବଳ ସେହି ବୃତ୍ତିଗତମାନଙ୍କୁ ନେଇ ଆଗକୁ ବଢ଼ିବାକୁ ଚାହୁଁଛି, ଯେଉଁମାନେ ଗୁଗଲର ‘ଏଆଇ-ଫାର୍ଟ’ ମିଶନ ପ୍ରତି ସମ୍ପୂର୍ଣ୍ଣ ପ୍ରତିବଦ୍ଧ। ପରିବର୍ତ୍ତିତ ପରିବେଶ ସହିତ ଖାପ ଖୁଆଇ ପାରୁ ନ ଥିବା କର୍ମଚାରୀମାନଙ୍କୁ କମ୍ପାନୀ ଛାଡିବାର ସୁଯୋଗ ପ୍ରଦାନ କରାଯାଉଛି। ଗତ ବର୍ଷକ ମଧ୍ୟରେ ଏହା ଗୁଗଲର ତୃତୀୟ ଏପରି ପଦକ୍ଷେପ, ଯେଉଁଥିରେ ବାଧ୍ୟତାମୂଳକ ଛଟେଇ କଥା କୁହାଯାଇଛି। 

ରିପୋର୍ଟ ଅନୁଯାୟୀ, ଗୁଗଲର ମୁଖ୍ୟ ବ୍ୟବସାୟ ଅଧିକାରୀ ଫିଲିପ୍ ସେଣ୍ଡଲର ଏକ ଆଭ୍ୟନ୍ତରୀଣ ମେମୋରେ କହିଛନ୍ତି ଯେ ଗ୍ଲୋବାଲ୍ ବିଜନେସ୍ ଅର୍ଗାନାଇଜେସନ୍ ୟୁନିଟ୍‌ର କିଛି କର୍ମଚାରୀ ସ୍ୱେଚ୍ଛାକୃତ ଭାବରେ କମ୍ପାନିୀ ଛାଡିବାକୁ ବାଛିପାରନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ ସମସ୍ତ କର୍ମଚାରୀଙ୍କୁ ଏଆଇ (ଆଇ-ଫାଷ୍ଟ)କୁ ସମ୍ପୂର୍ଣ୍ଣ ଭାବରେ ଗ୍ରହଣ କରି ଆହୁରି ଅଧିକ ପ୍ରଭାବଶାଳୀ ହେବାକୁ । ଏଥିପାଇଁ ଆଗ୍ରହୀ ନ ଥିବା କର୍ମଚାରୀଙ୍କ ପାଇଁ କମ୍ପାନୀ ଏକ ବିକଳ୍ପ ପ୍ରଦାନ କରୁଛି, ଯେଉଁଥିରେ ଛଟେଇ ବଦଳରେ କ୍ଷତିପୂରଣ ଦିଆଯିବ।

About The Author: Madhusudan Das