ଟ୍ରମ୍ପ୍‌ଙ୍କୁ ଭୟ ,ଚାପରେ ମସ୍କ; ଭାରତରେ ଟେସ୍‌ଲା ଖୋଲିବନି ପ୍ଲାଣ୍ଟ : କୁମାରସ୍ୱାମୀ

ନୂଆଦିଲ୍ଲୀ:ଭାରତୀୟ ବଜାରରେ ବୈଦ୍ୟୁତିକ ଯାନ (ଇଭି) ଟେସଲାର ପ୍ରବେଶରେ ଏବେ ଗ୍ରହଣ ଲାଗିଛି। ସାମ୍ପ୍ରତିକ ବୟାନ ଅନୁଯାୟୀ, ଟେସ୍‌ଲା ଭାରତରେ କାର ଉତ୍ପାଦନ କରିବାକୁ ଚାହୁଁନାହିଁ। ସୋମବାର କେନ୍ଦ୍ର ଭାରୀ ଶିଳ୍ପ ମନ୍ତ୍ରୀ ଏଚ୍ ଡି କୁମାରସ୍ୱାମୀ ଏହି ସୂଚନା ଦେଇଛନ୍ତି। ଟେସଲା କେବଳ ଭାରତରେ ଶୋ›ରୁମ୍ ଖୋଲିବାକୁ ଚାହୁଁଛି ଏବଂ ଉତ୍ପାଦନ କରିବାକୁ ଚାହୁଁନାହିଁ ବୋଲି ମନ୍ତ୍ରୀ କହିଛନ୍ତି। ଟେସଲା ବିଷୟରେ କୁମାରସ୍ୱାମୀଙ୍କ ବୟାନ ପରେ ପ୍ରଶ୍ନ ଉଠୁଛି ଯେ ଟେସ୍‌ଲା କମ୍ପାନୀର ମାଲିକ ଏଲନ୍ […]

ନୂଆଦିଲ୍ଲୀ:ଭାରତୀୟ ବଜାରରେ ବୈଦ୍ୟୁତିକ ଯାନ (ଇଭି) ଟେସଲାର ପ୍ରବେଶରେ ଏବେ ଗ୍ରହଣ ଲାଗିଛି। ସାମ୍ପ୍ରତିକ ବୟାନ ଅନୁଯାୟୀ, ଟେସ୍‌ଲା ଭାରତରେ କାର ଉତ୍ପାଦନ କରିବାକୁ ଚାହୁଁନାହିଁ। ସୋମବାର କେନ୍ଦ୍ର ଭାରୀ ଶିଳ୍ପ ମନ୍ତ୍ରୀ ଏଚ୍ ଡି କୁମାରସ୍ୱାମୀ ଏହି ସୂଚନା ଦେଇଛନ୍ତି। ଟେସଲା କେବଳ ଭାରତରେ ଶୋ›ରୁମ୍ ଖୋଲିବାକୁ ଚାହୁଁଛି ଏବଂ ଉତ୍ପାଦନ କରିବାକୁ ଚାହୁଁନାହିଁ ବୋଲି ମନ୍ତ୍ରୀ କହିଛନ୍ତି। ଟେସଲା ବିଷୟରେ କୁମାରସ୍ୱାମୀଙ୍କ ବୟାନ ପରେ ପ୍ରଶ୍ନ ଉଠୁଛି ଯେ ଟେସ୍‌ଲା କମ୍ପାନୀର ମାଲିକ ଏଲନ୍ ମସ୍କ ସରକାରରୁ ଇସ୍ତଫା ଦେବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚାପରେ ରହିଛନ୍ତି କି। ଏଠାରେ ଉଲ୍ଲେଖନୀୟ ଯେ ଆମେରିକାରେ ପୁଣି କ୍ଷମତାକୁ ଆସିବା ପରଠାରୁ, ଡୋନାଲ୍ଡ ଟ୍ରମ୍ପ ଟିକସ ପ୍ରତି କଠୋର ହୋଇଛନ୍ତି। ଟ୍ରମ୍ପ ସରକାର ଚୀନ୍ ସମେତ ଅନେକ ଦେଶ ଉପରେ ଉଚ୍ଚ ଶୁଳ୍କ ଲାଗୁ କରିଛି, ଯାହା ପରେ ଆପଲ୍ କମ୍ପାନୀ ଚୀନ୍‌ରୁ ଭାରତକୁ ଉତ୍ପାଦନ ସ୍ଥାନାନ୍ତର କରିବାକୁ ବିଚାର କରୁଥିଲା, ସେତେବେଳେ ଟ୍ରମ୍ପ ଆପଲ୍ ସିଇଓଙ୍କୁ ଚେତାବନୀ ଦେଇଥିଲେ। କେବଳ ଏତିକି ନୁହେଁ, ଭାରତରେ ଏକ ଉତ୍ପାଦନ ୟୁନିଟ୍ ଖୋଲିବା ପାଇଁ ମସ୍କଙ୍କ ଟେସଲା ଯୋଜନା ଉପରେ ଟ୍ରମ୍ପ କହିଥିଲେ ଯେ ଭାରତରେ ଏକ କାରଖାନା ଖୋଲିବା ପାଇଁ ଟେସ୍‌ଲାର ଯୋଜନା ଠିକ୍ ନୁହେଁ। ଏସବୁ ପରେ କୁମାରସ୍ୱାମୀଙ୍କ ସଦ୍ୟ ବୟାର ଏହା ସ୍ଫଷ୍ଟ କରୁଛି ଯେ, ଟ୍ରମ୍ପ୍‌ଙ୍କ ଭୟ ନା ଚାପ, ଯେଉଁ କାରଣ ପାଇଁ ମସ୍କ ଭାରତରେ ଟେସ୍‌ଲା କାର ଉତ୍ପାଦନ କରିବାକୁ ଚାହୁଁନାହାନ୍ତି। ଅପରପକ୍ଷେ ଟେସ୍‌ଲା ହଟିବା ପରେ ମର୍ସିଡିଜ୍-ବେଞ୍ଜ, ସ୍କୋଡା-ଫକ୍ସୱାଗନ୍, ହ୍ୟୁଣ୍ଡାଇ ଏବଂ କିଆ ପରି ଅନ୍ୟ ବିଦେଶୀ ଅଟୋମୋବାଇଲ୍ କମ୍ପାନୀଗୁଡିକ ଏବେ ଭାରତରେ ଇଭି ନିର୍ମାଣର କରିବାକୁ ଆଗ୍ରହ ଦେଖାଇଛନ୍ତି।

ଶ୍ରୀ କୁମାରସ୍ୱାମୀ ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଯେ ଟେସଲା ଭାରତରେ କେବଳ ଦୁଇଟି ଶୋ›ରୁମ୍ ଖୋଲିବାକୁ ଚାହୁଁଛି। କମ୍ପାନୀ ଭାରତରେ ଏକ ଉତ୍ପାଦନ ୟୁନିଟ୍ ଖୋଲିବା ଏବଂ ଭାରତରେ ଇଭି ନିର୍ମାଣ କରିବାକୁ ଆଗ୍ରହୀ ନୁହେଁ। ଟେସଲା ମାର୍ଚ୍ଚ ମାସରେ ମୁମ୍ବାଇରେ ଏହାର ପ୍ରଥମ ଶୋ’ରୁମ୍ ସ୍ଥାପନ ପାଇଁ ଏକ ଲିଜ୍ ଚୁକ୍ତିନାମା ମଧ୍ୟ ସ୍ୱାକ୍ଷର କରିଥିଲା। ଶୋ’ରୁମ୍ ପାଇଁ ଜମି ଲିଜ୍ ଦେବା ପରେ, ଟେସଲା କମ୍ପାନୀର ଭାରତରେ ପ୍ରବେଶ ନିଶ୍ଚିତ ବୋଲି ବିବେଚନା କରାଯାଉଥିଲା। ଭାରତରେ କର୍ମଚାରୀ ନିଯୁକ୍ତି ପାଇଁ ଟେସଲା ଲିଙ୍କଡିନ୍‌ରେ ବିଭିନ୍ନ ନିଯୁକ୍ତି ପ୍ରକାଶ କରିଥିଲା, କିନ୍ତୁ ଟ୍ରମ୍ପଙ୍କ ଚେତାବନୀ ପରେ ମସ୍କ ଏବେ ତାଙ୍କ ନିଷ୍ପତ୍ତିରୁ ସମ୍ପୂର୍ଣ୍ଣ ଓହରି ଯାଇଛନ୍ତି। ଏବେ ଯଦି କେନ୍ଦ୍ର ମନ୍ତ୍ରୀ କୁମାରସ୍ୱାମୀଙ୍କ କଥାକୁ ବିଶ୍ୱାସ କରାଯାଏ, ଟେସଲା ଭାରତରେ କେବଳ ଦୁଇଟି ଶୋ’ରୁମ୍ ଖୋଲିବାକୁ ଆଗ୍ରହୀ। ଟେସଲା ଭାରତରେ ଏକ କାରଖାନା ଆରମ୍ଭ କରିବାରେ ଆଗ୍ରହୀ ନୁହେଁ ତାହା ସ୍ପଷ୍ଟ। ଏହି ବିଦେଶୀ କମ୍ପାନୀଗୁଡ଼ିକ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବାକୁ ଚାହୁଁଛନ୍ତି, ଯଦିଓ ଏଚ୍ ଡି କୁମାରସ୍ୱାମୀ ଭାରତରେ ଇଲେକ୍ଟ୍ରିକ୍ କାର ନିର୍ମାଣ ପାଇଁ ସ୍କୋଡା-ଫକ୍ସୱାଗନ୍, ହ୍ୟୁଣ୍ଡାଇ, ମର୍ସିଡିଜ୍ ବେଞ୍ଜ ଏବଂ କିଆ ଆଗ୍ରହ ଦେଖାଇବା କଥା ମନ୍ତ୍ରୀ କହିଛନ୍ତି।

About The Author: The Sakala