ଆସନ୍ତା ୨ ଦିନ ଭିତରେ ଛୁଇଁବ ମୌସୁମୀ

ଭୁବନେଶ୍ୱର : ଆସନ୍ତା ୨ ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବ। ଗତ ଦୁଇ ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାକ ମୌସୁମୀ ଜନିତ ବର୍ଷା ଲାଗି ରହିଛି। ଏହାସହିତ ଓଡ଼ିଶା କିଛି ଅଞ୍ଚଳକୁ ମୌସୁମୀ ଛୁଇଁବା ନେଇ ପାଗ ଅନୁକୂଳ ରହିଛି। ତେଣୁ ଆସନ୍ତା ୪୮ ଘଣ୍ଟା ମୌସୁମୀ ଓଡ଼ିଶା ଛୁଇଁବା ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍‍ କରି ସୂଚନା ଦିଆଯାଇଛି। ସେହିପରି […]

ଭୁବନେଶ୍ୱର : ଆସନ୍ତା ୨ ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବ। ଗତ ଦୁଇ ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାକ ମୌସୁମୀ ଜନିତ ବର୍ଷା ଲାଗି ରହିଛି। ଏହାସହିତ ଓଡ଼ିଶା କିଛି ଅଞ୍ଚଳକୁ ମୌସୁମୀ ଛୁଇଁବା ନେଇ ପାଗ ଅନୁକୂଳ ରହିଛି। ତେଣୁ ଆସନ୍ତା ୪୮ ଘଣ୍ଟା ମୌସୁମୀ ଓଡ଼ିଶା ଛୁଇଁବା ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍‍ କରି ସୂଚନା ଦିଆଯାଇଛି। ସେହିପରି ଆଇଏମଡିର ବରିଷ୍ଠ ବୈଜ୍ଞାନିକ ଆର୍‍କେ ଜେନାମଣୀ କହିଛନ୍ତି ଯେ ଓଡ଼ିଶାରେ ୧୭ ଜୁନ୍‍ ସୁଦ୍ଧା ମୌସୁମୀ ଆସିଯାଇଥାଏ। ତେବେ କିଛି ବର୍ଷ ୭ ଦିନ ଆଗୁଆ କିମ୍ବା ବିଳମ୍ବରେ ମୌସୁମୀ ଛୁଇଁଥାଏ। ସେମିତି ବିଶେଷ ବିଳମ୍ବ ହୋଇନି। ତେବେ ପ୍ରଥମେ ନୟାଗଡ଼, ମାଲକାନଗିରି ଭଳି ଜିଲ୍ଲାରେ ମୌସୁମୀ ପ୍ରବେଶ କରିବ।

ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଯେଉଁ ବର୍ଷାର ପରିମାଣ ନିଅଣ୍ଟିଆ ରହିଛି, ତାହା ଆଗାମୀ ଦିନରେ ଯଦି କୌଣସି ସିଷ୍ଟମ ସୃଷ୍ଟି ହୁଏ ତେବେ ଏହା ଭରଣା ହେବାର ମଧ୍ୟ ସମ୍ଭାବନା ରହିଛି। ବର୍ତ୍ତମାନ ଏହା ଆକଳନ କରିବା ସମ୍ଭବ ନୁହେଁ। ତେବେ ଯଦି ଚଳିତ ମାସ ଲଘୁଚାପ ସୃଷ୍ଟି ହୁଏ ତେବେ ଭଲ ବର୍ଷା ହୋଇପାରେ ବୋଲି ଡ. ଜେନାମଣୀ କହିଛନ୍ତି। ଅନ୍ୟପଟେ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟାରେ ନୟାଗଡ଼ରେ ୩୧ ମିମି ବର୍ଷା ହୋଇଥିବା ବେଳେ ନବରଙ୍ଗପୁରରେ ୪୬ ମିମି ବର୍ଷା ହୋଇଛି। ସେହିପରି ଦାରିଙ୍ଗବାଡ଼ିରେ ୨୬ରେ କୋରାପୁଟରେ ୨୫, ଭବାନୀପାଟଣାରେ ୨୦ ଓ ଅନୁଗୁଳରେ ୨୦ ମିମି ବର୍ଷା ଅନୁଭୂତ ହୋଇଛି। ଅନ୍ୟପଟେ ବର୍ଷାର ପ୍ରକୋପ ସହିତ ତାପମାତ୍ରାରେ ମଧ୍ୟ ହ୍ରାସ ଘଟିଛି।

ବୁଧବାର କେବଳ ୨ ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଥିବା ବେଳେ ବାକି ସବୁ ସହରରେ ତାମପାତ୍ରା ହ୍ରାସ ହୋଇଛି। ଏହି ସ୍ଥିତି ଜାରି ରହିବା ସହିତ ଆସନ୍ତା ୩ ଦିନ ମଧ୍ୟରେ ତାପମାତ୍ରା ଆହୁରି ୩-୪ ଡିଗ୍ରୀ ହ୍ରାସ ପାଇବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଅନ୍ୟପଟେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର କହିଛି। ଗୁରୁବାର ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, ସୋନପୁ. ବଲାଙ୍ଗୀର, ନୂଆପଡ଼ା, ବାଲେଶ୍ୱର ଓ ଭଦ୍ରକ ଆଦିରେ ବର୍ଷା ଆଶଙ୍କା ଥିବାରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି।

About The Author: The Sakala