ସର୍ବନିମ୍ନ ବାଲାନ୍ସ: ଘରୋଇ ବ୍ୟାଙ୍କର ମନମାନି, ହାତ ଟେକିଦେଲା ରିଜର୍ଭ ବ୍ୟାଙ୍କ

ନୂଆଦିଲ୍ଲୀ: ବ୍ୟାଙ୍କ ଖାତାରେ ସର୍ବନିମ୍ନ ବାଲାନ୍ସ ବଜାୟ ରଖିବାର ଅଭ୍ୟାସ ନୂଆ କଥା ନୁହେଁ, କିନ୍ତୁ ଏହି ସମୟରେ ଆଇସିଆଇସିଆଇ ବ୍ୟାଙ୍କ ଏହାର ସର୍ବନିମ୍ନ ବାଲାନ୍ସ ସୀମାରେ ଏତେ ବୃଦ୍ଧି କରିଛି ଯେ ସାଧାରଣ ଲୋକଙ୍କ ପାଇଁ ଏହାକୁ ବଜାୟ ରଖିବା ବହୁତ କଷ୍ଟକର ହୋଇପଡୁଛି। ଯାହା ପ୍ରମାଣ କରୁଛି ଯେ, ରାଷ୍ଟ୍ରାୟତ୍ତ ବା ସରକାରୀ ବ୍ୟାଙ୍କ ତୁଳନାରେ ସର୍ବନିମ୍ନ ବାଲାନ୍ସ ନୟମ କ୍ଷେତ୍ରରେ ଘରୋଇ ବ୍ୟାଙ୍କଗୁଡିକର ମନମାନୀ କେଉଁ ସ୍ତରରେ ପହଞ୍ଚିଛି। ଏଭଳି ସମୟରେ ଏହି […]

ନୂଆଦିଲ୍ଲୀ: ବ୍ୟାଙ୍କ ଖାତାରେ ସର୍ବନିମ୍ନ ବାଲାନ୍ସ ବଜାୟ ରଖିବାର ଅଭ୍ୟାସ ନୂଆ କଥା ନୁହେଁ, କିନ୍ତୁ ଏହି ସମୟରେ ଆଇସିଆଇସିଆଇ ବ୍ୟାଙ୍କ ଏହାର ସର୍ବନିମ୍ନ ବାଲାନ୍ସ ସୀମାରେ ଏତେ ବୃଦ୍ଧି କରିଛି ଯେ ସାଧାରଣ ଲୋକଙ୍କ ପାଇଁ ଏହାକୁ ବଜାୟ ରଖିବା ବହୁତ କଷ୍ଟକର ହୋଇପଡୁଛି। ଯାହା ପ୍ରମାଣ କରୁଛି ଯେ, ରାଷ୍ଟ୍ରାୟତ୍ତ ବା ସରକାରୀ ବ୍ୟାଙ୍କ ତୁଳନାରେ ସର୍ବନିମ୍ନ ବାଲାନ୍ସ ନୟମ କ୍ଷେତ୍ରରେ ଘରୋଇ ବ୍ୟାଙ୍କଗୁଡିକର ମନମାନୀ କେଉଁ ସ୍ତରରେ ପହଞ୍ଚିଛି। ଏଭଳି ସମୟରେ ଏହି ପ୍ରସଙ୍ଗରେ ଏବେ ହାତ ଟେକି ଦେଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)। ଦେଶର ବଡ଼ ଘରୋଇ ବ୍ୟାଙ୍କ ଆଇସିଆଇସିଆଇ ବ୍ୟାଙ୍କ ବର୍ତ୍ତମାନ ସଞ୍ଚୟ ଖାତାରେ ସର୍ବନିମ୍ନ ବାଲାନ୍ସ ବଜାୟ ରଖିବା ଖବରକୁ ନେଇ ବେଶ ଚର୍ଚ୍ଚାରେ ରହିଛି। ଆଇସିଆଇସିଆଇ ବ୍ୟାଙ୍କ ଖାତାରେ ସର୍ବନିମ୍ନ ବାଲାନ୍ସ ସୀମା ୫୦,୦୦୦ ଟଙ୍କାକୁ ବୃଦ୍ଧି କରିଛି. ଯାହା ପୂର୍ବରୁ ୧୦,୦୦୦ ଟଙ୍କା ରହିଥିଲା।

ଆଇସିଆଇସିଆଇ ବ୍ୟାଙ୍କ କହିଛି ଯେ, ଏହି ନିଷ୍ପତ୍ତି ଅଗଷ୍ଟ ପହିଲାରୁ କାର୍ଯ୍ୟକାରୀ ହୋଇଛି ଏବଂ ଏହା କେବଳ ନୂତନ ଆକାଉଣ୍ଟ ପାଇଁ ପ୍ରଯୁଜ୍ୟ ହେବ। ଏହି ନିଷ୍ପତ୍ତି ଏହା ଦର୍ଶାଉଛି ଯେ ବ୍ୟାଙ୍କଗୁଡ଼ିକ ଏବେ ସାଧାରଣ ଲୋକଙ୍କଠାରୁ ଦୂରେଇ ଯାଉଛନ୍ତି। ଅଧିକାଂଶ ସାଧାରଣ ଲୋକ ସବୁବେଳେ ଆକାଉଣ୍ଟରେ ଏତେ ବଡ଼ ପରିମାଣର ଟଙ୍କା ବଜାୟ ରଖିପାରିବେ ହିଁ। ଏହି ସମୟରେ, ବ୍ୟାଙ୍କର ଏହି ନିଷ୍ପତ୍ତି ଉପରେ ଆର୍‌ବିଆଇ ମଧ୍ୟ ହାର ମାନିଛି। ଆର୍‌ବିଆଇ କହିଛି ଯେ ଏହା ଆମର ଦାୟିତ୍ୱ ନୁହେଁ। ଯେତେବେଳେ ଏହି ନିଷ୍ପତ୍ତି ଉପରେ ସାଧାରଣ ଲୋକଙ୍କ କ୍ରୋଧ ବଢ଼ିଲା, ସେତେବେଳେ ଭାରତୀୟ ରିଜର୍ଭ ବ୍ୟାଙ୍କଠାରୁ ଆଶା କରାଯାଇଥିଲା ଯେ ଏହା କିଛି ସକାରାତ୍ମକ ପ୍ରତିକ୍ରିୟା ଦେବ।

କିନ୍ତୁ ଆର୍‌ବିଆଇ ଗଭର୍ଣ୍ଣର ସ୍ପଷ୍ଟ କରିଛନ୍ତି ଯେ, ବ୍ୟାଙ୍କ କେତେ ସର୍ବନିମ୍ନ ବାଲାନ୍ସ ବଜାୟ ରଖିବାକୁ ଚାହୁଁଛି ତାହା ତା’ର ବ୍ୟକ୍ତିଗତ ନିଷ୍ପତ୍ତି। ଆର୍‌ବିଆଇ ଏଥିରେ ହସ୍ତକ୍ଷେପ କରିବନାହିଁ। ଆର୍‌ବିଆଇ କହିଛି ଯେ କେବଳ ଜନଧନ ଯୋଜନା ଖାତା ପାଇଁ ସର୍ବନିମ୍ନ ବାଲାନ୍ସ ଆବଶ୍ୟକ ନାହିଁ। କିନ୍ତୁ ଅନ୍ୟ ସଞ୍ଚୟ ଖାତାଗୁଡିକରେ, ବ୍ୟାଙ୍କଗୁଡ଼ିକ ନିଜର ସର୍ତ୍ତାବଳୀ ସ୍ଥିର କରିପାରିବେ।

About The Author: The Sakala