କରୋନା ପ୍ରଭାବ: ୪ ଘଣ୍ଟା ଖୋଲାରହିବ ବ୍ୟାଙ୍କ, କାର୍ଯ୍ୟ ସମୟ ଦିନ ୧୦ରୁ ୨ଟା

ନୂଆଦିଲ୍ଲୀ: ଦେଶରେ ଏବେ ହୁ ହୁ ହୋଇ ବଢି ଚାଲିଛି କରୋନା ସଂକ୍ରମଣ। ଦୈନିକ ୩ ଲକ୍ଷରୁ ଅଧିକ ପଜିଟିଭ୍ ମାମଲା ସାମ୍ନାକୁ ଆସୁଛି। ଏହାକୁ ନଜରରେ ରଖି ବ୍ୟାଙ୍କଗୁଡ଼ିକ ଶାଖାଗୁଡ଼ିକରେ କାରବାର ସମୟ କମାଇବାକୁ ନିଷ୍ପତ୍ତି ନେଇଛନ୍ତି। ସେହିଭଳି ଶାଖାରେ କର୍ମଚାରୀ ଉପସ୍ଥାନ ୫୦% କମ୍ କରାଯିବ। ବୁଧବାର ଭାରତୀୟ ବ୍ୟାଙ୍କ ସଂଘ (ଆଇବିଏ)ର ଏକ ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି। ଏହାଉପରେ ବ୍ୟାଙ୍କଗୁଡ଼ିକୁ ଏସ୍ପିଓ ଜାରି କରାଯାଇଛି। ଏଣିକି ବ୍ୟାଙ୍କ ଶାଖାଗୁଡ଼ିକ କାରବାର […]

ନୂଆଦିଲ୍ଲୀ: ଦେଶରେ ଏବେ ହୁ ହୁ ହୋଇ ବଢି ଚାଲିଛି କରୋନା ସଂକ୍ରମଣ। ଦୈନିକ ୩ ଲକ୍ଷରୁ ଅଧିକ ପଜିଟିଭ୍ ମାମଲା ସାମ୍ନାକୁ ଆସୁଛି। ଏହାକୁ ନଜରରେ ରଖି ବ୍ୟାଙ୍କଗୁଡ଼ିକ ଶାଖାଗୁଡ଼ିକରେ କାରବାର ସମୟ କମାଇବାକୁ ନିଷ୍ପତ୍ତି ନେଇଛନ୍ତି। ସେହିଭଳି ଶାଖାରେ କର୍ମଚାରୀ ଉପସ୍ଥାନ ୫୦% କମ୍ କରାଯିବ। ବୁଧବାର ଭାରତୀୟ ବ୍ୟାଙ୍କ ସଂଘ (ଆଇବିଏ)ର ଏକ ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି। ଏହାଉପରେ ବ୍ୟାଙ୍କଗୁଡ଼ିକୁ ଏସ୍ପିଓ ଜାରି କରାଯାଇଛି। ଏଣିକି ବ୍ୟାଙ୍କ ଶାଖାଗୁଡ଼ିକ କାରବାର ଦିବସରେ ସକାଳ ୧୦ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ (୪ ଘଣ୍ଟା) ଖୋଲାରହିବ। ଏହି ସମୟରେ ଟଙ୍କା ଜମା, ଉଠାଣ, ରେମିଟାନ୍ସ ଏବଂ ସରକାରୀ ଦେଣନେଣ ଭଳି ୪ଟି ମୌଳିକ ସେବା ପ୍ରଦାନ କରାଯିବ । ବ୍ୟାଙ୍କଗୁଡ଼ିକୁ ଏକ ଚିଠିରେ ଆଇବିଏ କହିଛି ଯେ, କାରବାର ସମୟ ପୂର୍ବାହ୍ନ ୧୦-ଅପରାହ୍ନ ୨ଟାକୁ ହ୍ରାସ କରାଯାଇ ଦ୍ବାର ଦେଶ ବ୍ୟାଙ୍କ ସେବା ଯୋଗାଣକୁ ପ୍ରୋତ୍ସାହିତ କରାଯାଇପାରିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।

About The Author: The Sakala